Advertisment

ଆଫଗାନ୍‌ରୁ କେତେ ଆତଙ୍କବାଦୀ ଆମେରିକା ଆଣିଛ? ବାଇଡ଼େନ୍‌ଙ୍କୁ ପ୍ରଶ୍ନ କଲେ ଟ୍ରମ୍ପ

ବାଇଡେନ୍‌ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍‌ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍‌ ନୀତି ପୂରା ଫେଲ ମାରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
undefined

trump

Advertisment

ନୂଆଦିଲ୍ଲୀ: ବାଇଡେନ୍‌ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍‌ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍‌ ନୀତି ପୂରା ଫେଲ ମାରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପୂରା ବିଶ୍ୱର ନଜର ଆମେରିକା ଉପରେ ରହିଛି। କେମିତି ପରିସ୍ଥିତି ସୁଧୁରିବ ଓ କେମିତି ସୁରକ୍ଷିତ ରହିବେ ଆମେରିକାବାସୀ? ତାହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ବାଇଡ଼େନ୍‌ଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ବୋଲି ସେ କହିଛନ୍ତି।

Advertisment

ଏକ ବିବୃତ୍ତିରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଜୋ ବାଇଡ଼େନ୍‌ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ଏହି ଉପାୟରେ ସେନା ପ୍ରତ୍ୟାହାର କରି ହଜାର ହଜାର ଆମେରିକୀୟଙ୍କ ଜୀବନ ପ୍ରତି ବିପଦ ଆଣିଦେଇଛନ୍ତି। ଏହାସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କାବୁଲରୁ ୨୬ ହଜାର ଲୋକଙ୍କ ଆମେରିକା ଏପର୍ଯ୍ୟନ୍ତ ସ୍ଥାନାନ୍ତର କରିଛି, ତାହା ମଧ୍ୟରୁ ମାତ୍ର ୪ ହଜାର ଆମେରିକୀୟ ରହିଛନ୍ତି । ଏହାସହ ଟ୍ରମ୍ପ କହିଛନ୍ତି ଯେ, ବାଇଡ଼େନ୍‌ଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଆତଙ୍କୀମାନେ ବିନା କୌଣସି ବାଧାରେ ବିମାନ ଉଡ଼ାଣ କରୁଛନ୍ତି, ମନଇଚ୍ଛା ଲୋକଙ୍କୁ ମାରୁଛନ୍ତି।

Advertisment

କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଶାସନ ବେଳେ ଆଫଗାନ୍‌ରୁ ନିଜେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଚାହିଁଥିଲେ। କିନ୍ତୁ କୌଣସି କାରଣରୁ ତାହା ହୋଇପାରିନଥିଲା। ହେଲେ ବାଇଡ଼େନ୍‌ ସ୍ପଷ୍ଟ କରିଛନ୍ତି ଯେ, ୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିନେବ।

ସେପଟେ, ଜି-୭ ବୈଠକରେ ଆମେରିକା ନିଜର ନୀତିକୁ ସ୍ପଷ୍ଟ କରିଛି। ଯଦି ସମ୍ଭବ ହୁଏ ତେବେ ଅଗଷ୍ଟ ୩୧ ପରେ ମଧ୍ୟ ଆମେରିକା ସୈନ୍ୟ କିଛିଦିନ ପାଇଁ ଆଫଗାନିସ୍ତାନରେ ରହିବେ। କିନ୍ତୁ ତାଲିବାନ କହିଛି ଯେ, ଆମ ବିନା ଅନୁମତିରେ ଏଠାରୁ ଲୋକ ନେଲେ ସ୍ଥିତି ଭୟାନକ ହେବ। ହେଲେ ତାଲିବାନର ଧମକକୁ ଆମେରିକା ଗୁରୁତ୍ୱ ଦେଉନଥିବା ଦେଖାଯାଇଛି।

Advertisment
Afghanistan America Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ