Advertisment

କମିଲା ସଂକ୍ରମଣ, କୋହଳ ହେଲା କଟକଣା

ସାରା ବିଶ୍ୱରେ ଏବେ କରୋନା ହଇଚଇ ସୃଷ୍ଟି କରିଛି । ଭାରତରେ କରୋନାର ତୃତୀୟ ଲହର ବିସ୍ଫୋରଣ ହୋଇଥିବାବେଳେ ଆମେରିକା ସମେତ ଅନେକ ଦେଶରେ ଚତୁର୍ଥ ଓ ପଞ୍ଚମ ଲହରର ପ୍ରଭାବ ଦେଖାଯାଇଛି । ଏହାରି ମଧ୍ୟରେ ଅନେକ ଦେଶରେ କଟକଣାକୁ କୋହଳ ମଧ୍ୟ କରାଯାଇଛି । ଯେଉଁଥିରେ ମାସ୍କର ବ୍ୟବହାରକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଅଦ୍ୟତନ ହୋଇଛି
Denmark Britain Norway Netherlands lift covid restrictions finland also to lift all coronavirus rest

Denmark Britain Norway Netherlands lift covid restrictions finland also to lift all coronavirus rest

Advertisment

ସାରା ବିଶ୍ୱରେ ଏବେ କରୋନା ହଇଚଇ ସୃଷ୍ଟି କରିଛି । ଭାରତରେ କରୋନାର ତୃତୀୟ ଲହର ବିସ୍ଫୋରଣ ହୋଇଥିବାବେଳେ ଆମେରିକା ସମେତ ଅନେକ ଦେଶରେ ଚତୁର୍ଥ ଓ ପଞ୍ଚମ ଲହରର ପ୍ରଭାବ ଦେଖାଯାଇଛି । ଏହାରି ମଧ୍ୟରେ ଅନେକ ଦେଶରେ କଟକଣାକୁ କୋହଳ ମଧ୍ୟ କରାଯାଇଛି । ଯେଉଁଥିରେ ମାସ୍କର ବ୍ୟବହାରକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

Advertisment

ବ୍ରିଟେନ୍, ଫ୍ରାନ୍ସ, ନେଦରଲ୍ୟାଣ୍ଡ ସହିତ ଆହୁରି ଅନେକ ଦେଶ ଅଛି ଯେଉଁଠାରେ କରୋନା ପ୍ରତିବନ୍ଧକରେ କିଛିମାତ୍ରାରେ ରିହାତି ଦିଆଯାଇଛି । ଏମିତିକି ଅନେକ ଦେଶରେ କାର୍ଯ୍ୟକ୍ରମରେ ଭାଗ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତଥାପି, ଅନେକ ଦେଶ ଦ୍ୱାରା କରୋନା କଟକଣା କୋହଳକୁ ନେଇ ହୁ’ (WHO) ଚିନ୍ତା ପ୍ରକଟ କରିଛି ।

  • ଏହି ସବୁ ଦେଶରେ କୋହଳ ହେଲା କରୋନା କଟକଣା

କରୋନା କଟକଣାକୁ ହଟାଇଦିଆଯାଇଛି

ଡେନମାର୍କ ସରକାର କରୋନା ସହ ଜଡିତ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଡେନମାର୍କ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଠାରେ କୋଭିଡ-୧୯ ସହ ଜଡିତ ସମସ୍ତ ପ୍ରୋଟୋକଲଗୁଡ଼ିକୁ ହଟାଇ ଦିଆଯାଇଛି । ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ କରାଯାଇନାହିଁ । ଏହାସହ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକତାକୁ ମଧ୍ୟ ଦୂର ହ୍ରାସ କରାଯାଇଛି । ସରକାର ବର୍ତ୍ତମାନ କୋଭିଡ୧୯ ଏକ ଗୁରୁତର ମହାମାରୀ ତାଲିକାରୁ ମଧ୍ୟ ହଟାଇ ଦେଇଛନ୍ତି। ସେହିପରି ଫେବୃଆରୀ ୧ ତାରିଖରୁ ଆଇସୋଲେସନ୍‌ରେ ରହିବା ମଧ୍ୟ ବନ୍ଦ କରିଦିଆଯାଇଛି ।

Advertisment

ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟେ ଫ୍ରେଡେରିକସେନ୍ ଘୋଷଣା କରିଛନ୍ତି ଯେ, ଫେବୃଆରୀ ୧ ତାରିଖରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଆଇସୋଲେସନ୍‌ରେ ରହିବା ଭଳି କରୋନା ନିୟମଗୁଡିକ ବାଧ୍ୟତାମୂଳକ ରହିବ ନାହିଁ। ବର୍ତ୍ତମାନ ଲୋକମାନେ ପୂର୍ବ ପରି ହୋଟେଲ, ରେଷ୍ଟୁରାଣ୍ଟ ସମେତ ଆହୁରି ଅନେକ ସ୍ଥାନକୁ ଯାଆସ କରିପାରିବେ ।

ଏଠାରେ କୋହଳ ହେଲା କରୋନା କଟକଣା

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ବ୍ରିଟେନରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଏହି କାରଣରୁ ବହୁ ସଂଖ୍ୟକ ଶିଶୁ, ମହିଳା ଏବଂ ବୃଦ୍ଧମାନେ କରୋନାରେ ସଂକ୍ରମିତ ହେଉଛନ୍ତି । ଏହା ସତ୍ତ୍ୱେ ବ୍ରିଟେନରେ କରୋନା ପ୍ରତିବନ୍ଧକକୁ ହ୍ରାସ କରିଦିଆଯାଇଛି । ବ୍ରିଟେନରେ ମାସ୍କ ପିନ୍ଧିବାର ଆବଶ୍ୟକତା ରଦ୍ଦ କରାଯିବା ସହ ନାଇଟ୍ କ୍ଲବ୍ ଏବଂ ଅନେକ ସର୍ବସାଧାରଣ ସ୍ଥାନ ଆଦିକୁ ଖୋଲିଦିଆଯାଇଛି ।ନାଇଟ୍ କ୍ଲବ୍ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତାକୁ ମଧ୍ୟ ହଟାଇଦିଆଯାଇଛି । ଏହା ବ୍ୟତୀତ ୱର୍କ ଫର୍ମ ହୋମ୍‌କୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ।

Advertisment

ରେଷ୍ଟୁରାଣ୍ଟ ଏବଂ ପବ୍ ଖୋଲିବାକୁ ଅନୁମତି

ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ପ୍ରତିବନ୍ଧକ ହଟାଇଦିଆଯାଇଛି । ଗତକାଲିଠାରୁ ନେଦରଲ୍ୟାଣ୍ଡରେ ଅନେକ କରୋନା ପ୍ରତିବନ୍ଧକକୁ କୋହଳ କରିଦିଆଯାଇଛି । ତେଣୁ ପବ୍,ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଏଠାରେ ସକାଳ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସିନେମା ହଲ୍, କ୍ଲବ୍, ମ୍ୟୁଜିୟମ୍ ଏବଂ ସ୍ପୋର୍ଟସ୍ କ୍ଲବ୍ ଖୋଲାଯାଇପାରିବ । ହେଲେ ମଧ୍ୟ ଏଠାରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ପାଳନ କରିବାକୁ ପଡିବ ।

ଫିନଲ୍ୟାଣ୍ଡ ଏବଂ ସ୍ପେନରେ ମଧ୍ୟ କଟକଣା କୋହଳ

ଫିନଲ୍ୟାଣ୍ଡରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ରାତି ୯ ଟା ପର୍ଯ୍ୟନ୍ତ ୭୫ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଅଷ୍ଟ୍ରିଆରେ, ଜାନୁୟାରୀ ୩୧ରୁ ଲକ୍‌ଡାଉନ୍‌କୁ ହଟାଇଦିଆଯାଇଛି । ଏହାସହ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କୁ ଟିକା ନେବାକୁ ପଡିବ ନଚେତ୍‌ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ। ଅନ୍ୟପକ୍ଷରେ ସ୍ପେନରେ କରୋନା ମହାମାରୀ ଜାରି ରହିଛି, ହେଲେ ସରକାର ଏହାକୁ ଏକ ସାଧାରଣ ଫ୍ଲୁ ବୋଲି ଘୋଷଣା କରିଛନ୍ତି।

Covid Restrictions Lifted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ