Advertisment

୬ ଫୁଟ କୋଠରୀରେ ଜୀବନ : ସେଇଠି ଅଛି କିଚେନ୍, ଟଏଲେଟ୍, ବେଡ୍‌ରୁମ୍

ସମସ୍ତ ସୁବିଧାରେ ପରିପୂର୍ଣ୍ଣ ହଂକଂରେ ଏପରି ଏକ ଅଂଶ ଅଛି, ଯେଉଁଠାରେ ଲୋକମାନେ ଅତି ନିକୃଷ୍ଟ ଜୀବନଯାପନ କରନ୍ତି। ଏଠାରେ ଯେଉଁ ପ୍ରକାରର ଘରେ ଲୋକମାନେ ବାସକରନ୍ତି, ତାହା ଠିକ୍ ଏକ 'କଫିନ୍' ପରି। ଯେଉଁଥିରେ ସେମାନଙ୍କୁ ଏକ ଶବ ପରି ପଡି ରହିବାକୁ ହୁଏ।

ଅଦ୍ୟତନ ହୋଇଛି
୬ ଫୁଟ କୋଠରୀରେ ଜୀବନ : ସେଇଠି ଅଛି କିଚେନ୍, ଟଏଲେଟ୍, ବେଡ୍‌ରୁମ୍

Coffin House

Advertisment

ବିଶ୍ୱର ସବୁଠାରୁ ନାମୀଦାମୀ ସହର କଥା ଆଲୋଚନା କଲେ ସେଥିରେ ହଂକଂର ନାମ ନିଶ୍ଚିତ ଆସିବ। ହଂକଂ ଏହାର ଚମତ୍କାର ଅଟ୍ଟାଳିକା, ବିଳାସପୂର୍ଣ୍ଣ ଜୀବନଶୈଳୀ, ମହଙ୍ଗା ରେଷ୍ଟୁରାଣ୍ଟ ପାଇଁ ବେଶ୍ ଜଣାଶୁଣା। ଏଠାରେ ଜୀବନ ବିତାଇବା ବହୁତ ମହଙ୍ଗା। ତଥାପି, ସମସ୍ତ ସୁବିଧାରେ ପରିପୂର୍ଣ୍ଣ ହଂକଂରେ ଏପରି ଏକ ଅଂଶ ଅଛି, ଯେଉଁଠାରେ ଲୋକମାନେ ଅତି ନିକୃଷ୍ଟ ଜୀବନଯାପନ କରନ୍ତି। ଏଠାରେ ଯେଉଁ ପ୍ରକାରର ଘରେ ଲୋକମାନେ ବାସକରନ୍ତି, ତାହା ଠିକ୍ ଏକ 'କଫିନ୍' ପରି। ଯେଉଁଥିରେ ସେମାନଙ୍କୁ ଏକ ଶବ ପରି ପଡି ରହିବାକୁ ହୁଏ।

Advertisment
୬ ଫୁଟ କୋଠରୀରେ ଜୀବନ

'କଫିନ୍ ହୋମ୍ସ' ନିର୍ମାଣ କରିବାକୁ, ଫ୍ଲାଟଗୁଡିକ ବେଆଇନ ଭାବରେ ୧୫ ରୁ ୧୨୦ ବର୍ଗଫୁଟର ଆପାର୍ଟମେଣ୍ଟରେ ବିଭକ୍ତ କରାଯାଏ। ଏଥିରେ ଗୋଟିଏ ଆପାର୍ଟମେଣ୍ଟରେ ଅନେକ କୋଠରୀ ତିଆରି କରାଯାଏ। ଲୋକମାନେ କିପରି ଏହି କୋଠରୀରେ ହଲଚଲ ନ ହୋଇ ଶବ ପରି ପଡିରୁହନ୍ତି, ତାହାକୁ ଦେଖି ଏହାର ନାମ କଫିନ୍ ହୋମ୍ ରଖାଯାଇଛି। ଏସବୁ ପରେ ମଧ୍ୟ ଲୋକଙ୍କୁ ଏଠାରେ ରହିବାକୁ ଭଡା ହିସାବରେ ପ୍ରାୟ ୨୫୦ ଆମେରିକୀୟ ଡଲାର ଦେବାକୁ ପଡିଥାଏ।

Advertisment

କଫିନ୍ ଘରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସାଧାରଣତଃ ଏବେ ୨ ଲକ୍ଷରୁ ଅଧିକ ଲୋକ ଏହି ଘରେ ରୁହନ୍ତି। ପ୍ରାୟ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୨ ଲକ୍ଷ ଲୋକ ଏପରି ଅବସ୍ଥାରେ ବାସ କରୁଛନ୍ତି, ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। କେତେକ କଫିନ୍ ଘର ୬ ଫୁଟରୁ ବଡ ହୋଇଥିଲା ବେଳେ ଅଧିକାଂଶର ଆକାର ମାତ୍ର ୬ ଫୁଟ ହୋଇଥାଏ। ଏଥିରେ ରହୁଥିବା ବ୍ୟକ୍ତି ମଧ୍ୟ ଏହି ଘରେ ଶୋଇଥାଏ। ସେ ନିଜର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତି ଏବଂ ଫ୍ୟାନ୍, ବେଡ୍ ଏବଂ ଫ୍ରିଜ୍ ଭଳି ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଏହି ଘରେ ରଖନ୍ତି। ଏତିକି ଜାଗା ମଧ୍ୟରେ ଶୌଚାଳୟ ମଧ୍ୟ ତିଆରି କରାଯାଏ।

ଏହିପରି କଫିନ୍ ଘରେ ରହୁଥିବା ଲୋକମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି। ସେମାନଙ୍କର ଆୟ ମାସକୁ ପ୍ରାୟ ୩୮ ହଜାର ହୋଇଥାଏ। ସାଧାରଣତଃ ୱେଟର୍‌, ସିକ୍ୟୁରିଟି ଗାର୍ଡ, ଡେଲିଭରି ବୟ ଏବଂ ସୁଇପରମାନେ ଏପରି ଘରେ ରୁହନ୍ତି । ୯୦୫୦ ଦଶକରେ ହଜାର ହଜାର ପ୍ରବାସୀ ଚାଇନା ଏଠାକୁ ଆସିଥିଲେ। ଏପରି ପରିସ୍ଥିତିରେ, ସେମାନଙ୍କ ପାଇଁ ରହିବାକୁ ସ୍ଥାନ ନ ଥିଲା, ତେଣୁ ପ୍ରାରମ୍ଭିକ କଫିନ୍ ଘରଗୁଡ଼ିକ ଲୁହାରେ ତିଆରି ହୋଇଥିଲା।

Advertisment
୬ ଫୁଟ କୋଠରୀରେ ଜୀବନ

ଗ୍ରୀଷ୍ମ ଋତୁରେ ଏହି ଲୁହା ଘରଗୁଡ଼ିକ ତାତି ଯାଉଥିଲା। ସେହିପରି ଶୀତଦିନେ ବରଫ ଭଳି ଥଣ୍ଡା ହେଇଯାଉଥିଲା। ଯେଉଁଭଳି ଭାବରେ କୁକୁଡ଼ାମାନଙ୍କୁ କଂସେଇଖାନାରେ ଲୁହାର ପିଞ୍ଜରାରେ ରଖାଯାଏ ସେହିଭଳି ଭାବରେ କିଛି ପ୍ରବାସୀଙ୍କୁ ମଧ୍ୟ ଏଠାରେ ରଖାଯାଉଥିଲା । ୧୯୯୦ ପର୍ଯ୍ୟନ୍ତ, ଏହି କେଜ୍ ଘରଗୁଡିକର ସଂଖ୍ୟା କେବଳ ହଜାରେ ଥିଲା, କିନ୍ତୁ ୧୯୯୭ ସୁଦ୍ଧା ଏହା ଏକ ଲକ୍ଷକୁ ବୃଦ୍ଧି ପାଇଲା । ତଥାପି, ଅନେକ ସ୍ଥାନରେ କେଜ୍ ଘର ବେଆଇନ ଭାବେ ଚାଲୁଅଛି, ତେଣୁ ଅଧିବାସୀମାନଙ୍କର ପ୍ରକୃତ ଆକଳନ ପାଇବା କଷ୍ଟସାଧ୍ୟ ।

ତେବେ ମିଳିତ ଜାତିସଂଘ ଦ୍ୱାରା ହଂକଂର କଫିନ୍ ହୋମ୍‌କୁ ମାନବିକତା ଏବଂ ସ୍ୱାସ୍ଥ୍ୟ ସଙ୍କଟ ବୋଲି ଚିହ୍ନଟ କରାଯାଇଥିଲା। ଏହା ବିରୋଧରେ ଏକ ଅଭିଯାନ ମଧ୍ୟ ଚାଲିଛି।

Coffin House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ