ପିଲା ଜନ୍ମ କଲେ ୧୧.୫୦ ଲକ୍ଷର ବୋନସ୍ ! ୧୨ ମାସ ପାଇଁ କର୍ମଚାରୀଙ୍କୁ ଛୁଟି ଦେଉଛି କମ୍ପାନୀ

ପିଲା ଜନ୍ମ କଲେ ଟଙ୍କା ସହ ଅତିରିକ୍ତ ଛୁଟି ପ୍ରଦାନ କରୁଛି କମ୍ପାନୀ ।

ସାଙ୍କେତିକ ଚିତ୍ର

ଦୁନିଆର ସର୍ବବୃହତ୍ତ ଜନବହୁଳ ଦେଶ ଅହେତୁକ ଜନସଂଖ୍ୟା ହ୍ରାସ (China Population Decline) ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛି । କମ୍ୟୁନିଷ୍ଟ ପାର୍ଟିର ସରକାର ବର୍ତ୍ତମାନ ଚୀନରେ ଜନସଂଖ୍ୟା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦେଶରୁ ଗୋଟିଏ ଶିଶୁ ଜନ୍ମ କରିବାର ନୀତି One Child Policy) ହଟାଇ ଦିଆଯାଇଛି । ଏହା ସତ୍ତ୍ୱେ ଚୀନ ଜନସଂଖ୍ୟା ସଙ୍କଟ (China Population Crisis) କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଉ ନାହିଁ । ଏଭଳି ସ୍ଥିତିରେ ଲୋକଙ୍କୁ ବିବାହ ଏବଂ ସନ୍ତାନ ଜନ୍ମ କରିବା ପାଇଁ ଅନେକ ଅଫର ପ୍ରଦାନ କରାଯାଉଛି, ଯାହାଦ୍ୱାରା ଜନସଂଖ୍ୟା ହ୍ରାସ ଏବଂ ବୃଦ୍ଧବୃଦ୍ଧାଙ୍କ ବଢ଼ୁଥିବା ସଂଖ୍ୟା ସହ ମୁକାବିଲା କରାଯାଇପାରିବ ।

ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ବ୍ଲଗରେ ସିପିଏଫ୍ଏ (ରାଜନନୈତିକ ଏବଂ ବୈଦେଶିକ ବ୍ୟାପାର)ର ଅଧ୍ୟକ୍ଷ ଫେବିଅନ୍ ବୋସାର୍ଟ କହିଛନ୍ତି,ଚୀନରେ ବେବି ବୋନସ୍, ଅଧିକ ବେତନ ପ୍ରାପ୍ତ ଛୁଟି, ଟିକସ ହ୍ରାସ ଏବଂ ଶିଶୁଙ୍କ ଲାଳନପାଳନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ଏଥି ସହିତ ବେଜିଂ ଡାବିନୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍, ତୃତୀୟ ପିଲା ଜନ୍ମ କଲେ ଏକ ବର୍ଷର ଅତିରିକ୍ତ ଛୁଟି ଏବଂ ୯୦,୦୦୦ ୟୁଆନ୍ ନଗଦ ଅର୍ଥାତ୍ ୧୧.୫୦ ଲକ୍ଷର ଲକ୍ଷ ବୋନସ୍ ପ୍ରଦାନ କରୁଛି । ମହିଳାଙ୍କୁ ୧୨ ମାସର ମାତୃତ୍ୱ ଛୁଟି ଏବଂ ପୁରୁଷଙ୍କୁ ପାଇଁ ୯ ଦିନ ଛୁଟି ଦିଆଯାଉଛି । ଅନଲାଇନ୍ ଟ୍ରାଭେଲ୍ କମ୍ପାନୀଗୁଡିକ ମଧ୍ୟ ଅନେକ ଅଫର ଘୋଷଣା କରିଛନ୍ତି । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ୱେବସାଇଟ୍ ଜିନହୁଆ ଅନୁସାରେ ବେଜିଂ, ସିଚୁଆନ୍ ଏବଂ ଜିଆନସି ସମେତ ଅନେକ ଅଞ୍ଚଳରେ ଏ ବାବଦରେ ଅନେକ ସହାୟତା ପଦକ୍ଷେପ ଘୋଷଣା ହୋଇଛି । ଏଥିମଧ୍ୟରେ ପୈତୃକ ଛୁଟି, ମାତୃତ୍ୱ ଛୁଟି ଏବଂ ବିବାହ ପାଇଁ ଛୁଟି ସମ୍ପ୍ରସାରଣ ଆଦି ସାମିଲ କରାଯାଇଛି ।

ଲଗାତାର ପଞ୍ଚମ ବର୍ଷ ପାଇଁ ଜନର ଜନସଂଖ୍ୟା ହ୍ରାସ ପାଇଛି । ଗତ ବର୍ଷ ଶେଷ ସୁଦ୍ଧା ଚୀନର ଜନସଂଖ୍ୟା ୧.୪୧୨୬ ବିଲିୟନ ଥିଲା, ବର୍ଷରେ ମାତ୍ର ପାଞ୍ଚ ଲକ୍ଷ ଜନସଂଖ୍ୟା ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଲଗାତାର ପାଞ୍ଚ ବର୍ଷ ହେବ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଏହି ପରିସଂଖ୍ୟାନ ବିଶ୍ୱର ଜନବହୁଳ ଦେଶ ଉପରେ ଆସୁଥିବା ଜନସଂଖ୍ୟା ବିପଦ ଏବଂ ଆର୍ଥିକ ବିଷୟରେ ସୂଚାଇ ଦେଉଛି ।

ଏହି କାରଣରୁ ଚୀନରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ବୁଢ଼ାବୁଢ଼ୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାରଙ୍କଠାରୁ ପେନ୍‌ସନ୍‌ ଏବଂ ସ୍ୱାସ୍ଥ୍ୟ ସୁବିଧା ଭଳି ସମସ୍ତ ଭତ୍ତା ନେଉଥିବା ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯେଉଁମାନେ ଅର୍ଥନୈତିକ ଏବଂ ଅନ୍ୟାନ୍ୟ କାରଣରୁ ସରକାର ଏବଂ ଅନ୍ୟ ଲୋକଙ୍କ ଉପରେ ନିର୍ଭରଶୀଳ । ଏହା ଦେଶର ଅର୍ଥନୈତିକ ପ୍ରଗତିକୁ ମଧ୍ୟ ରୋକିପାରେ ବୋଲି କୁହାଯାଉଛି ।