Advertisment

ଚୀନ୍‌ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ

ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି

security pact

security pact

Advertisment

ନୂଆଦିଲ୍ଲୀ: ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି । ସେପଟେ ଏହି ତିନି ଦେଶର ସୁରକ୍ଷା ସହଯୋଗ କଥା ଜାଣି ଚିହିଙ୍କି ଉଠିଛି । ୱାଶିଂଟନ୍‌ରେ ଥିବା ଚୀନ୍ ଦୂତାବାସ କହିଛନ୍ତି, ଏହି ଦେଶଗୁଡିକ ନିଜଳ ଶୀତଳ ଯୁଦ୍ଧର ମାନସିକତା ଏବଂ ଆଦର୍ଶଗତ ପକ୍ଷପାତିତାକୁ ଦୂର କରିବା ଉଚିତ୍ । ଚୀନ୍ ଦୂତାବାସର ପ୍ରବକ୍ତା ଲିୟୁ ପେଙ୍ଗ୍ୟୁ କହିଛନ୍ତି, ଏହି ଦେଶଗୁଡିକ ତୃତୀୟ ପକ୍ଷର ସ୍ୱାର୍ଥକୁ ଲକ୍ଷ୍ୟ କରିକିମ୍ବା କ୍ଷତି ପହଞ୍ଚାଉଥିବା ଭଳି କାମ କରିବା ଉଚିତ୍ ନୁହେଁ । ସୁରକ୍ଷା କ୍ଷେତ୍ରରେ ସହଭାଗିତା କିଛି ହେବନି ବରଂ ଶୀତଳ ଯୁଦ୍ଧ ବୃଦ୍ଧି ପାଇବ ।

Advertisment

ଭର୍ଚୁଆଲ୍ ମିଟିଂ ସମୟରେ ଏହା ଘୋଷଣା କରାଯାଇଥିଲା

ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ଗଠନ ଉପରେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି ତିନି ଦେଶ । "ଆଜି ଆରମ୍ଭ ହୋଥିବା ପଦକ୍ଷେପ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଆଣିବାରେ ସହାୟକ ହେବ ବୋଲି କୁହାଯାଇଛି ।" ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଏବଂ ଅଷ୍ଟ୍ରେଲିଆର ପ୍ରଧାନ ମନ୍ତ୍ରୀ ସ୍କୋଟ ମରିସନ୍‌ଙ୍କ ଉପସ୍ଥିତିରେ ହୋଇଥିବା ଭର୍ଚୁଆଲ୍ ମିଟିଂ ଦ୍ୱାରା ଏହି ତ୍ରିପାକ୍ଷିକ ପ୍ରତିରକ୍ଷା ସହଯୋଗ ଘୋଷଣା କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ANI ଅନୁସାରେଏହି ସୁରକ୍ଷା ସହଯୋଗ ଘୋଷଣା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, AUKUS ଗଠନର ଅନେକ ଆବଶ୍ୟକତା ରହିଛି । ବର୍ତ୍ତମାନର ରଣନୀତିକ ପରିବେଶ ଏବଂ ଭବିଷ୍ୟତରେ ହେବାକୁ ଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

Advertisment

ତେବେ ଏନେଇ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ମୋରିସନ୍ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । 'AUKUS ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଏକ ଉନ୍ନତମାନର ସୁରକ୍ଷା ଭାଗିଦାରୀ । ଆଉ ଏଥିଯୋଗୁଁ ସମସ୍ତ ଦେଶର ଟେକ୍ନୋଲୋଜି, ବୈଜ୍ଞାନିକ, ଶିଳ୍ପ ଏବଂ ସୁରକ୍ଷା ବାହିନୀ ଏକତ୍ର କାର୍ଯ୍ୟ କରିବେ ।

Advertisment
Australia Britain Security Pact U.S
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ