Advertisment

Trump ally killed: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା

 Trump says it is 'dark moment for America'

Manhunt for Charlie Kirk killer continues as Trump says it is 'dark moment for America'

Advertisment

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା । ୟୁଟା ଭେଲି ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଚାର୍ଲି କିର୍କଙ୍କୁ କେହି ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲା । ଗୁଳି ତାଙ୍କ ବେକରେ ବାଜିଥିଲା । ଗୁଳିକାଣ୍ଡ ବେଳର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଗୁଳି ବାଜିବା ପରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଚାର୍ଲି କିର୍କ। ୟୁନିଭର୍ସିଟି କ୍ୟାଂପସର ଏକ ଖୋଲା ସ୍ଥାନରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

Advertisment

ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । କଞ୍ଜରଭେଟିଭ୍ ୟୁଥ୍ ଆସୋସିଏସନ- 'ଟର୍ନିଂ ପଏଣ୍ଟ ୟୁଏସଏ'ର ସିଇଓ ଥିଲେ ଚାର୍ଲି କିର୍କ। ଆତତାୟୀ ଦର୍ଶକଙ୍କ ଭିତରେ ଥାଇ ଗୁଳି ମାଡ଼ କରିଥିବା ପ୍ରାଥମିକ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ୫୦ରୁ ୧୦୦ ଫୁଟ ଉଚ୍ଚରୁ ଚାର୍ଲି କିର୍କଙ୍କୁ ଗୁଳି କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩ ହଜାର ଲୋକ ଏକାଠି ହୋଇଥିଲେ ।

ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ଚାର୍ଲିଙ୍କ ମୃତ୍ୟୁ ଖବର ସମ୍ପର୍କରେ ସୂଚନା ଦେଇଥିଲେ। ଚାର୍ଲିଙ୍କୁ ମହାନ ଓ ଲିଜେଣ୍ଡ କହିବା ସହ ଶୋକପ୍ରକାଶ କରିଛନ୍ତି ଟ୍ରମ୍ପ। ଚାର୍ଲିଙ୍କ ମୃତ୍ୟୁ ଆମେରିକା ପାଇଁ କଳା ମୁହୂର୍ତ୍ତ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡ଼ିଛି ପୋଲିସ। ଘଟଣାର ତଦନ୍ତ କରୁଛି FBI

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ