Advertisment

ପ୍ରତି ସିଗାରେଟ୍‌ ଉପରେ ଲେଖାଯିବ ସ୍ୱାସ୍ଥ୍ୟ ସମ୍ପର୍କିତ ସତର୍କ ସୂଚନା, ଏହି ଦେଶ ନେଲା ବଡ଼ ନିଷ୍ପତ୍ତି...

ଧୂମ୍ରପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଧୂମ୍ରପାନରୁ ନିବୃତ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଅଦ୍ୟତନ ହୋଇଛି
Canada to become 1st country in the world who put health warnings on individual cigarettes

Canada to become 1st country in the world who put health warnings on individual cigarettes

Advertisment

ଧୂମ୍ରପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଧୂମ୍ରପାନରୁ ନିବୃତ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ବୁଧବାର ଦିନ କାନାଡାରେ ଏକ ବଡ଼ ଘୋଷଣା ହୋଇଛି। ଏଣିକି ପ୍ରତି ସିଗାରେଟ୍‌ ଉପରେ ସ୍ୱାସ୍ଥ୍ୟ ସମ୍ପର୍କିତ ସତର୍କ ସୂଚନା ଲେଖାଯିବ ବୋଲି କାନାଡା ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

CNNରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଏହି ବାର୍ତ୍ତାରେ- ‘ତମାଖୁ ଧୂଆଁ ପିଲାଙ୍କୁ କ୍ଷତି ପହଞ୍ଚାଇଥାଏ। ସିଗାରେଟ୍‌ ଲ୍ୟୁକେମିଆର କାରଣ ହୋଇଥାଏ। ଏହା ସେବନ ଦ୍ୱାରା ପ୍ରତି ନିଶ୍ୱାସରେ ବିଷ ରହିଛି’ ଇତ୍ୟାଦି ଉଲ୍ଲେଖ କରାଯିବ। ଯାହାକି ଇଂରାଜୀ ଓ ଫ୍ରେଞ୍ଚ୍‌ ଉଭୟ ଭାଷାରେ ପ୍ରତି ସିଗାରେଟ୍‌ ଉପରେ ଲେଖାଯାଇଥିବା ଖୁବ୍‌ଶୀଘ୍ର ଆପଣ ଦେଖିବାକୁ ପାଇବେ। ଫଳରେ କାନାଡା ବିଶ୍ୱର ପ୍ରଥମ ଦେଶ ହେବ, ଯିଏକି ପ୍ରତି ସିଗାରେଟ୍‌ ଉପରେ ସ୍ୱାସ୍ଥ୍ୟ ସମ୍ପର୍କିତ ସତର୍କ ବାର୍ତ୍ତା ଉଲ୍ଲେଖ କରିବ। 

ସୂଚନାଥାଉ କି, ୨୦୩୫ ସୁଦ୍ଧା ତମାଖୁ ସେବନକୁ ୫%ରୁ କମ୍‌ କରିବା ପାଇଁ କାନାଡା ଲକ୍ଷ୍ୟ ରଖିଛି। ପ୍ରତି ସିଗାରେଟ୍‌ରେ ଉପରେ ଲେଖାଥିବା ସ୍ୱାସ୍ଥ୍ୟ ଚେତାବନୀ ଦେଖିବା ପରେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବାର୍ତ୍ତାକୁ ଏଡ଼ାଇବା ଏକ ପ୍ରକାର ଅସମ୍ଭବ ହୋଇଯିବ। ତେବେ କାନାଡାରେ ଘୋଷଣା ହୋଇଥିବା ଏହି ନୂଆ ନିୟମ ସାରା ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି। ଖାଲି ଏତିକି ନୁହେଁ ଏହି ବାର୍ତ୍ତା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ ଯେଉଁମାନେ ଧୂମ୍ରପାନ କରୁଛନ୍ତି। 

Advertisment
Cigarettes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ