Canada issues new travel advisory for India
ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତ ଓ କାନାଡ଼ା ସମ୍ପର୍କରେ ସାମାନ୍ୟ ତିକ୍ତତା ପରେ ଟ୍ରାଭେଲ ଆଡଭାଇଜାରି ଜାରି । ଭାରତକୁ ଭ୍ରମଣ ଲାଗି ଆସୁଥିବା ପର୍ଯ୍ୟଟକଙ୍କ ଲାଗି କାନାଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଜାମ୍ମୁ କାଶ୍ମୀର ଆସୁଥିବା ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏସବୁ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଭୟ ଥିବା କହିଛି କାନାଡା ।...
ଏପଟେ ଦୁଇ ଦେଶ ମଧ୍ୟରେସମ୍ପର୍କରେ ସାମାନ୍ୟ ତିକ୍ତତା ପରେ ନରମ ପଡ଼ିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି ଏ ମାମଲାରେ କାନାଡ଼ା, ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି। ଭାରତ ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉ ବୋଲି କହିଛନ୍ତି ଟ୍ରୋଡୋ। ଆମେ ଉତ୍ତେଜନା କିମ୍ବା ପ୍ରତିକ୍ରିୟାଶୀଳ ହେବାକୁ ଚାହୁଁ ନାହୁଁ। ଏହାର ଅନ୍ତର୍ଜାତୀୟ ନିୟମରେ ସୁଦୁରପ୍ରସାରୀ ପରିଣାମ ରହିଛି । ଆମେ ଶାନ୍ତି ରଖିବାକୁ ଚାହଁଛୁ। ଆମେ ଆମର ଗଣତାନ୍ତ୍ରିକ ନୀତି ଓ ମୂଲ୍ୟବୋଧର ରଖିବାକୁ ଚାହିଁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଖଲିସ୍ଥାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପଛରେ ଭାରତର ସଂପୃକ୍ତି ନେଇ ଅଭିଯୋଗ କରିଥିଲା କାନାଡ଼ା। କାନାଡ଼ା ସଂସଦରେ ଟ୍ରୋଡୋ ଏଭଳି ତଥ୍ୟ ରଖିଥିଲେ। ତେବେ ଭାରତ ପକ୍ଷରୁ ଏଇ ଅଭିଯୋଗକୁ ମିଛ ଓ ଅବାସ୍ଥବ ବୋଲି କୁହାଯାଇଛି। ତେବେ ଏ ଘଟଣାକୁ ନେଇ କାନାଡ଼ାରେ ଅବସ୍ଥାପିତ ବରିଷ୍ଠ କୁଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା କାନାଡ଼ା। ଏପଟେ କାନାଡ଼ାର ଏଭଳି ପଦକ୍ଷେପ ପରେ ତୁରନ୍ତ ପାଲଟା କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ।
କାନାଡ଼ାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର ନିର୍ଦ୍ଦେଶ ଦିଆଯାଇଥିଲା। ୫ ଦିନ ଭିତରେ ସେ ଭାରତ ଛାଡ଼ି ଚାଲିଯିବାକୁ ବୈଦେଶିକ ବ୍ୟାପାର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହି କୂଟନୀତିଜ୍ଞ ଜଣକ ଭାରତରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ଲିପ୍ତ ଥିବାର ଅଭିଯୋଗ କରିଥିଲା ଭାରତ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695177139.jpg)