Advertisment

ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡ଼ା ସରକାର

ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗ..ଖଲିସ୍ତାନୀ ନେତା ହରିଦୀପ ସିଂ ନିଜରଙ୍କ ହତ୍ୟା ପାଇଁ ଦୋଷାରୋପ

ଅଦ୍ୟତନ ହୋଇଛି
Expelled senior diplomat in Canada

Expelled senior diplomat in Canada

Advertisment

ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡ଼ା ସରକାର । ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରି କାନାଡ଼ା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କାନାଡ଼ାରେ ଖଲିସ୍ତାନୀ ନେତାଙ୍କ ସକ୍ରୀୟ କାର୍ଯ୍ୟକଳାପ ପୂର୍ବରୁ ରହିଛି । କାନାଡ଼ା ସରକାରଙ୍କ ପଦକ୍ଷେପ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଅବନ୍ନତି ଆସିବା ଆଶଙ୍କା କରାଯାଉଛି । ...

Advertisment

ସେପଟେ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଛି । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୧୯ ଜୁନରେ ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ଲଣ୍ଡନ ପୋଲିସ୍‌ ଗୁଳିରେ ଟଳି ପଡ଼ିଥିଲା । ହରଦୀପ ସିଂ ଭାରତରେ ବହୁ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିବା ବେଳେ ଫେରାର ହୋଇ କାନାଡ଼ାରେ ବସବାସ କରୁଥିଲା । ସେଠାରେ ଫାୟାରିଂରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା।

Advertisment

୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ। ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ(KTF ) ଏହି କାଣ୍ଡ ଘଟାଇଥିଲା । ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

India Canada Khalistani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ