Advertisment

ଅଫିସ୍‌ ଟଏଲେଟ୍‌ରେ କ୍ୟାମେରା ଲଗାଇଲେ ବସ୍‌, ଲିକ୍‌ ହେଲା ଫଟୋ !

ଟଏଲେଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ କମ୍ପାନୀର ବସ୍‌ଙ୍କ ସର୍ମ୍ପକରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀର ବସ୍‌ଙ୍କ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ଏକ କାରଣ ରହିଛି।

Boss Installs Cameras In Toilets In China

Boss Installs Cameras In Toilets In China

Advertisment

କର୍ମଚାରୀଙ୍କ ଉପରେ ନଜର ରଖିବା ଲାଗି ଏକ କମ୍ପାନୀର ବସ୍‌ ଟଏଲେଟ୍‌ରେ କ୍ୟାମେରା ଲଗାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଦକ୍ଷିଣ ଚୀନରେ ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଟଏଲେଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ କମ୍ପାନୀର ବସ୍‌ଙ୍କ ସର୍ମ୍ପକରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀର ବସ୍‌ଙ୍କ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ଏକ କାରଣ ରହିଛି। ବସ୍‌ଙ୍କ ସନ୍ଦେହ ଯେ, ଷ୍ଟାଫ୍‌ମାନେ ଟଏଲେଟ୍‌ରେ ଧୂମପାନ କରିବା ସହ ଅଧିକ ସମୟ ଫୋନ୍‌ରେ କଥା ହେଉଛନ୍ତି। ତେଣୁ ଟଏଲେଟ୍‌ରେ କ୍ୟାମେରା ଲଗା ଯାଇଥିବା ଜଣାପଡ଼ିଛି। 

Advertisment

ଅନ୍ୟପକ୍ଷେ, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌ ହେବା ପରେ ସମସ୍ତ ଅଭିଯୋଗକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି। ଟଏଲେଟ୍‌ରେ CCTV କ୍ୟାମେରା ଲଗା ଯାଇନଥିବା କମ୍ପାନୀ କହିଛି। ଦକ୍ଷିଣ ଚୀନର ଏକ ସହରରେ ଥିବା ଟେକ୍‌ କମ୍ପାନୀ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।  Red Star News ରିପୋର୍ଟ ଅନୁସାରେ, ଟଏଲେଟ୍‌ରେ କର୍ମଚାରୀମାନେ ବ୍ରେକ୍‌ ଟାଇମ୍‌ ବିତାଉଥିବାର ୩ଟି ଫଟୋ ଲିକ୍‌ ହୋଇଛି। ଏହାପରେ ଏହି ଫଟୋ ସବୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭାଇରାଲ୍‌ ହୋଇଥିବା ୩ଟି ଫଟୋରେ ୩ ଜଣ ବ୍ୟକ୍ତି ଟଏଲେଟ୍‌ରେ ଧୂମପାନ ଓ ଫୋନ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟରେ କୁହାଯାଇଛି ଯେ, ଅନ୍ୟ ଷ୍ଟାଫ୍‌ଙ୍କୁ ଚେତାବନୀ ଦେବା ଲାଗି ଏହିସବୁ ଫଟୋର ବ୍ୟବହାର କରାଯାଇଛି। ଫଳରେ ଅନ୍ୟ ଷ୍ଟାଫ୍‌ କମ୍ପାନୀର ପଲିସିକୁ ଆଉ ଉଲ୍ଲଂଘନ କରିପାରିବେନି। ତେବେ ଏହି ଫଟୋ ଭାଇରାଲ୍‌ ହେବା ପରେ କମ୍ପାନୀର ଏଭଳି କାରନାମା ଏବେ ସାମ୍ନାକୁ ଆସିଛି। ଷ୍ଟାଫ୍‌ଙ୍କ ପ୍ରାଇଭେସି ଉପରେ ପ୍ରଶ୍ନ ଉଠାଇ ଲୋକମାନେ କମ୍ପାନୀକୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। 

Advertisment

ଜଣେ ୟୁଜର ସୋସିଆଲ୍‌ ମିଡିଆରେ ଲେଖିଛନ୍ତି, ଏହି କାରନାମା ପାଇଁ କମ୍ପାନୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏଭଳି ଲୋକମାନେ ମଣିଷଙ୍କୁ ପଶୁ ଭଳି ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁସାରେ, କ୍ୟାମେରାରେ କଏଦ ହୋଇଥିବା ୨ଜଣ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ସେହିପରି ଅନ୍ୟ ଷ୍ଟାଫ୍‌ଙ୍କ ବୋନସ୍‌ କାଟି ଦିଆଯାଇଛି। ଏହାସହ ସେମାନଙ୍କୁ କମ୍ପାନୀ ପକ୍ଷରୁ ଶେଷଥର ପାଇଁ ଚେତାବନୀ ଦିଆଯାଇଛି।

China Viral Photo Camera In Toilets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ