Advertisment

ଏଣିକି ସପ୍ତାହକୁ ମାତ୍ର ୪ ଦିନ କାମ କରିବେ ଅଫିସ୍‌ କର୍ମଚାରୀ

ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍‌ କର୍ମଚାରୀ ।

ଅଦ୍ୟତନ ହୋଇଛି
Belgium announces 4-day work week

Belgium announces 4-day work week

Advertisment

ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍‌ କର୍ମଚାରୀ । ଏମିତିକି ଅଫିସ୍‌ କାମ ସରିବା ପରେ କର୍ମଚାରୀଙ୍କ ଉପରେ କୌଣସି କାମ ଚାପ ମଧ୍ୟ ରହିବ ନାହିଁ ।

Advertisment

ବେଲ୍‌ଜିୟମରେ ଲାଗୁ ହୋଇଛି ଏହି ନିୟମ । ସେଠାକାର କର୍ମଚାରୀମାନଙ୍କୁ ଏବେ ସପ୍ତାହକୁ ୫ ଦିନ ବଦଳରେ ୪ ଦିନ କାମ କରିବାକୁ ଘୋଷଣା କରାଯାଇଛି । ଏହାସହ କର୍ମଚାରୀମାନଙ୍କ କାମ ସରିବା ପରେ ଅଫିସ୍‌ କାମର ଚାପରେ ନ ରହିବାର ଅଧିକାର ମଧ୍ୟ ସେମାନଙ୍କୁ ଦିଆଯାଇଛି ।

ସୂଚନା ଅନୁସାରେ, ବେଲ୍‌ଜିୟମରେ କରୋନା ମହାମାରୀ ଲୋକଙ୍କ ଜୀବନଶୈଳୀରେ ବିଶେଷ ପ୍ରଭାବ ପକାଇଛି । ଦେଶରେ ଲୋକଙ୍କ ଜୀବନଶୈଳୀ ତଥା ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି । ଫଳରେ ଲୋକଙ୍କ ଜୀନବଶୈଳୀରେ କିଛି ମାତ୍ରାରେ ଉନ୍ନତ ଆସିବା ସହ ସେମାନଙ୍କ ମଧ୍ୟରେ ନିଜ କାମ ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହୋଇପାରିବ ।

Advertisment

ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନଙ୍କୁ ପାଞ୍ଚ ଦିନ ବଦଳରେ ଚାରି ଦିନ ଏବଂ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ। ସପ୍ତାହର ୩ଦିନ ଛୁଟି ମିଳୁଥିଲେ ମଧ୍ୟ କର୍ମଚାରୀମାନଙ୍କ ମାସିକ ଦରମା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

୨୦୧୫ ରୁ ୨୦୧୯ ମଧ୍ୟରେ ଏହି ନିୟମର ପରୀକ୍ଷା କରାଯାଇଥିଲା । ଫଳରେ ଆଇସଲ୍ୟାଣ୍ଡରେ ଲାଗୁ ହୋଇଥିବା ସପ୍ତାହର ଚାରି ଦିନିଆ କାର୍ଯ୍ୟ କରିବା ପ୍ରଣାଳୀ ସଫଳ ଘୋଷିତ ହୋଇଛି । ଏହାସହ ବର୍ତ୍ତମାନ ଦେଶର ୮୬ % କର୍ମଜୀବୀ ଏକ ସଂକ୍ଷିପ୍ତ କାର୍ଯ୍ୟ ସପ୍ତାହରେ କାର୍ଯ୍ୟ କରୁଛନ୍ତି । କେବଳ ବେଲ୍‌ଜିୟମ୍‌ ନୁହେଁ ସ୍ପେନ୍, ସ୍କଟଲ୍ୟାଣ୍ଡ ଏବଂ ଜାପାନ ମଧ୍ୟ ସପ୍ତାହର ଚାରି ଦିନିଆ କାର୍ଯ୍ୟ କରିବା ନିୟମ କରିବା ପାଇଁ ଯୋଜନା ଘୋଷଣା କରିଛନ୍ତି ।

Advertisment
Special Story 4-day Work Week
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ