Advertisment

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ରୁହନ୍ତି କୁମାରୀ ଝିଅ: କରନ୍ତି ଏହି କାମ, ପାଆନ୍ତି ମୋଟା ଦରମା

କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍‌କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏଥିରେ ନିଯୁକ୍ତି ପାଆନ୍ତି କମ ବୟସର କୁମାରୀ ଝିଅ।

ଅଦ୍ୟତନ ହୋଇଛି
beautiful virgin girls in kim jong un train they get huge salaries

beautiful virgin girls in kim jong un train they get huge salaries

Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ତାଙ୍କର କେତେକ ବିଚିତ୍ରତା ଓ ଅଜବ ଗଜବ ଜିନିଷ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍‌କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି।

Advertisment

ଟ୍ରେନରେ ହୋଷ୍ଟେସ୍ ଭାବରେ ଚିୟର୍‌ଗାର୍ଲ୍ସମାନେ କାମ କରନ୍ତି। ଏହି ଟିମ୍‌କୁ ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଖୋଜି ନିଯୁକ୍ତ କରାଯାଏ। କୁହାଯାଏ ଯେ ଖାଦ୍ୟଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ଏହି ଟ୍ରେନ୍‌ରେ ପ୍ରତ୍ୟେକ ବିଳାସପୂର୍ଣ୍ଣ ସାମଗ୍ରୀ ରହିଛି।

କିମ୍ ଜୋଙ୍ଗ୍‌ ଯୁଆଡେ ବି ଯାଆନ୍ତି, ସେ ଏହି ଟ୍ରେନ୍ ବ୍ୟବହାର କରନ୍ତି। ତାଙ୍କ ବପାଙ୍କ ପରି ସେ ବିମାନ ଯାତ୍ରାକୁ ଭୟ କରନ୍ତି। ତାଙ୍କ ଜେଜେବାପା କିମ୍‌ ଇଲ୍‌ ସଙ୍ଗ୍‌ ଏବଂ ବାବା କିମ୍‌ ଜୋଙ୍ଗ୍‌ ଇଲ୍‌ ମଧ୍ୟ ଉତ୍ତର କୋରିଆର ଶାସକ ଥିଲେ ସେମାନେ ମଧ୍ୟ ଟ୍ରେନ୍‌ରେ ଯାତ୍ରା କରୁଥିଲେ।

Advertisment

ତେବେ ଏହି ବିଳାସପୂର୍ଣ୍ଣ ଟ୍ରେନ୍‌କୁ କିମ୍‌ ପରିବାରକୁ ସୋଭିଏତ ୟୁନିଅନର ଶାସକ ଷ୍ଟାଲିନ୍‌ ଉପହାରରେ ଦେଇଥିଲେ। ସେବେଠାରୁ ଏହା ଉତ୍ତର କୋରିଆର ଶାସକମାନଙ୍କ ରାଜକୀୟ ଟ୍ରେନ୍ ହୋଇ ରହିଆସିଛି। ଏହି ଟ୍ରେନ୍‌କୁ ବାହାରୁ ସବୁଜ ଏବଂ ହଳଦିଆ ରଙ୍ଗ କରାଯାଇଛି। ଏହି ଟ୍ରେନ୍ ଭିତରରୁ ଦେଖିଲେ ଚକଚକିଆ ଧଳା। ଏହି ଟ୍ରେନ୍‌ରେ ବ୍ରିଫିଙ୍ଗ୍‌ ପାଇଁ ଟେବୁଲ୍ ଏବଂ ଫ୍ଲାଟ୍‌ ସ୍କ୍ରିନ୍‌ ମନିଟର ମଧ୍ୟ ଲାଗିଛି।

କିମ୍‌ ଜୋଙ୍ଗ ଉନ୍‌ଙ୍କ ଏହି ରାଜକୀୟ ଟ୍ରେନ ବିଷୟରେ ଋଷ୍‌ର ଜଣେ ପୂର୍ବତନ ଅଧିକାରୀ କନ୍‌ଷ୍ଟାଣ୍ଟିନ ପୁଲିକୋଭସ୍କି 'ଓରିଏଣ୍ଟ ଏକ୍ସପ୍ରେସ' ନାମକ ଏକ ପୁସ୍ତକରେ ଲେଖିଛନ୍ତି। ଏହି ଟ୍ରେନ୍ ବିଷୟରେ ଅନେକ ସୂଚନା ପୁସ୍ତକରେ ଦିଆଯାଇଛି। ସେ ଲେଖିଛନ୍ତି ଯେ ଟ୍ରେନ୍‌ରେ ସମସ୍ତ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯାଏ।

Advertisment

କିମ ଜୋଙ୍ଗ୍‌ଙ୍କ ଯାତ୍ରା ସମୟରେ ଟ୍ରେନ୍‌ରେ ପ୍ୟାରିସିଆନ୍ ମଦ୍ୟ, ଚିଙ୍ଗୁଡି ଏବଂ ଘୁଷୁରି ମାଂସର ବ୍ୟବସ୍ଥା କରାଯାଇଥାଏ। ଦକ୍ଷିଣ କୋରିଆ ଖବରକାଗଜ ଚୋସୁନ୍ ଇଲ୍‌ବୋ ୨୦୦୯ରେ ଗୁପ୍ତଚର ରିପୋର୍ଟକୁ ଦର୍ଶାଇ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲା ଯାହା ଅନୁଯାୟୀ ଟ୍ରେନରେ ୯୦ଟି କୋଚ୍ ରହିଛି। ଟ୍ରେନ୍‌ରେ କିମ୍‌ ଜୋଙ୍ଗ୍‌ଙ୍କର ମର୍ସିଡିଜ୍‌ କାର୍‌ ମଧ୍ୟଯାଏ। ତାଙ୍କ ପୂର୍ବରୁ ତାଙ୍କ ବାପା କିମ ଜୋଙ୍ଗ୍‌ ଇଲ୍‌ଙ୍କ କାର୍‌ ମଧ୍ୟ ଏହି ଟ୍ରେନ୍‌ରେ ଯାଉଥିଲା।

କନଷ୍ଟାଣ୍ଟିନଙ୍କ ପୁସ୍ତକ ଅନୁଯାୟୀ, ଯାତ୍ରୀମାନଙ୍କୁ ମନୋରଞ୍ଜନ କରିବା ପାଇଁ ଟ୍ରେନ୍‌ରେ ଯୁବତୀ ରହିଥାନ୍ତି। କିମ୍‌ ଜୋଙ୍ଗ୍‌ ତାଙ୍କୁ ଜଣେ ମହିଳା କଣ୍ଡକ୍ଟର ଭାବରେ ଉପସ୍ଥାପନ କରନ୍ତି। ତାଙ୍କୁ ପ୍ଲିଜର୍ ବ୍ରିଗେଡ୍ ମଧ୍ୟ କୁହାଯାଏ। ଏଥିପାଇଁ ସମଗ୍ର ଉତ୍ତର କୋରିଆରୁ ସୁନ୍ଦର ଯୁବତୀମାନଙ୍କୁ ଚୟନ କରାଯାଏ।

ସେମାନଙ୍କ ପାଇଁ ଏକ ସର୍ତ୍ତ ଥାଏ ଯେ ନିଯୁକ୍ତି ପାଇବା ପାଇଁ ଏହି ଯୁବତୀମାନେ କୁମାରୀ ହେବା ଉଚିତ। ଡାକ୍ତରଙ୍କ ଏକ ଟିମ୍ ମଧ୍ୟ ଏଥିପାଇଁ ଆବେଦନ କରୁଥିବା ଯୁବତୀମାନଙ୍କୁ ପରୀକ୍ଷା କରନ୍ତି। ଏହି ଟ୍ରେନ୍‌ରେ ପ୍ଲିଜର ବ୍ରିଗେଡ୍‌ ଭାବେ କାମ କରୁଥିବା କୁମାରୀମାନଙ୍କୁ ଜବରଦସ୍ତ ଦରମା ଦିଆଯା। ୨୦୧୫ରେ, ଲମ୍ବା, ପତଳା ଏବଂ ସୁନ୍ଦର ଯୁବତୀମାନଙ୍କୁ ଖୋଜିବା ପାଇଁ ଉତ୍ତର କୋରିଆରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା।

ଟ୍ରେନ୍‌ରେ କିମ୍‌ ଜୋଙ୍ଗ୍‌ ଉନଙ୍କ ଯତ୍ନ ନେବା ସେମାନଙ୍କର କାମ। ସେମାନଙ୍କୁ ୩୦୦୦ ଡଲାରରୁ ଅଧିକ ଦରମା ଦିଆଯାଏ। ଏଥି ସହିତ ପାଶ୍ଚାତ୍ୟ ଗଣମାଧ୍ୟମ ଦୃଷ୍ଟିରେ ସେ କିମ୍‌ ଜୋଙ୍ଗ ଉନ୍‌ଙ୍କ ଯୌନଦାସୀ ହୋଇଥାନ୍ତି।

Kim Jong Ajab Gajab Kim Jong Un's Style
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ