ଭାରତ ସପକ୍ଷରେ ବାହାରି ବିରୋଧୀଙ୍କୁ ଧୋଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା

ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନ ।

PM Sheikh Hasina

ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନକୁ କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବିରୋଧୀ ଦଳ ନେତା ଯଦି ନିଜ ନିଷ୍ପତ୍ତିରେ ଅଡି ରହିବାକୁ ଚାହାନ୍ତି ତାହେଲେ ସେମାନେ ନିଜ ନିଜ ପତ୍ନୀଙ୍କ ଶାଢୀ ପୋଡି ଦିଅନ୍ତୁ । ଏଥିସହ ଭାରତରୁ ଆସୁଥିବା ମସଲା ମଧ୍ୟ ଖାଇବା ବନ୍ଦ କରନ୍ତୁ । ଯଦି ପାରିବେ ନାହିଁ, ବୟକଟ ଇଣ୍ଡିଆ ଅଭିଯାନରୁ ଓହରି ଯାଆନ୍ତୁ ।

ଭାରତରୁ ଆସୁଥିବା ଶାଢୀ ବିରୋଧୀ ଦଳର ନେତାଙ୍କ ପତ୍ନୀ ପିନ୍ଧୁ ନାହାନ୍ତି ବୋଲି କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଶେଖ ହସିନା । ଭାରତ ସହ
ବାଙ୍ଗଲାଦେଶର ସମ୍ପର୍କ ଖୁବ ଭଲ ଅଛି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି । ବାଙ୍ଗଲାଦେଶର ଅନ୍ତରିଣ ମାମଲାରେ ଭାରତ ମୁଣ୍ଡ ଖେଳଉଥିବା ଅଭିଯୋଗ କରି ବୟକଟ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ ବିରୋଧୀ । ଯାହାକୁ କଡା ସମାଲୋଚନା କରିଛନ୍ତି ଶେଖ ହସିନା ।