US Presidential Election 2024: କାହା ଝୁଲାକୁ ଯିବ ଆମେରିକା, କିଏ ପିନ୍ଧିବ ରାଷ୍ଟ୍ରପତି ମୁକୁଟ

ମୈଦାନରେ ୨ ପ୍ରତିଦ୍ୱନ୍ଦ୍ୱୀଙ୍କ ଘମାଘୋଟ ଲଢ଼େଇ। ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର।

US Presidential Election 2024

ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ହ୍ୱାଇଟ ହାଉସ ବିଜୟ ମୁକୁଟ କିଏ ପିନ୍ଧିବ, ତାହା ସ୍ପଷ୍ଟ ହେବ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ବଂଶଦ୍ଭବ କମଲା ହାରିସ୍‌ଙ୍କ ମଧ୍ୟରେ ହେଉଛି କଡ଼୍ଡା ଟକ୍କର। ସାରା ବିଶ୍ବର ନିଜର ଏହି ନିର୍ବାଚନ ଉପରେ। ଡେମୋକ୍ରାଟିକ୍ ପାର୍ଟିରୁ ଭାରତୀୟ ବଂଶୋଦ୍ଭବ କମଲା ହାରିସ ପ୍ରାର୍ଥୀ ହୋଇଥିବାବେଳେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିଏ ଗଡ଼଼ ଜିତିବ ସେ ନେଇ ଆଜି ଠାରୁ ତର୍ଜମା। ନିର୍ବାଚନ ପାଇଁ ଏବେ ଆମେରିକା ଚଳଞ୍ଚଚଳ ହୋଇଉଠିଛି। ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ଉଭୟ ପ୍ରାର୍ଥୀ ନିଜର ସ୍ଥିତି ବଜାୟ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଦେଖିବାକୁ ବାକି ରହିଲା କାହା ଝୁଲାକୁ ଯିବ ଭୋଟ। ରାଜନୀତିର ଦୃଶ୍ୟପଟ୍ଟ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତନ ହୁଏ, ଏକଥାକୁ ଅସ୍ବୀକାର କହିହେବନି।

ଅଧିକ ପଢ଼ନ୍ତୁ: US Presidential Elections 2024: କେତେ ଦରମା ପାଆନ୍ତି ଆମେରିକା ରାଷ୍ଟ୍ରପତି, ମିଳେ କେଉଁ ସବୁ ସୁବିଧା ଜାଣନ୍ତୁ...


ନିର୍ବାଚନ ବେଳେ ଘଟିପାରେ ହିଂସାକାଣ୍ଡ

ଭୋଟିଂର ଠିକ୍‌ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ନିଜ ନିଜ ସପକ୍ଷରେ ଜୋର୍‌ଦାର ପ୍ରଚାର କରିଛନ୍ତି। ନିର୍ବାଚନ ଫଳାଫଳକୁ ରିଗିଂ କରାଯିବାର ସମ୍ଭାବନା ରହିଛି ବୋଲି ଟ୍ରମ୍ପ ତାଙ୍କ ପ୍ରତ୍ୟେକ ପ୍ରଚାର ରାଲିରେ ଭାଷଣ ଦେଉଛନ୍ତି। ଏପରିକି ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଯଦି ପରାଜିତ ହୁଅନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିବାରୁ ଭୋଟରଙ୍କ ଚିନ୍ତା ବଢ଼ିଯାଇଛି। ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପ୍‌ଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ ସୃଷ୍ଟି କରାଯାଇପାରେ। ହିଂସାକାଣ୍ଡ ଘଟିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅତୀତରେ ମଧ୍ୟ ଏଭଳି ଘଟଣା ହୋଇଛି, ଯାହା ଆଶଙ୍କାକୁ ବଳବତ୍ତର କରୁଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଟ୍ରମ୍ପଙ୍କ ସପକ୍ଷରେ ଯାଇ ନ ଥିଲା। ସେ ତତ୍କାଳୀନ ଡେମୋକ୍ରାଟ ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କଠାରୁ ପରାଜିତ ହୋଇଥିଲେ। ସେତେବେଳେ ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାର ଯଥେଷ୍ଟ ପୂର୍ବରୁ ହ୍ବାଇଟ ହାଉସରେ ଥିବା ଟ୍ରମ୍ପ ନିଜକୁ ବିଜେତା ଘୋଷଣା କରିଦେଇଥିଲେ। କିନ୍ତୁ ପୂରା ଫଳାଫଳ ଆସିବା ପରେ ସେ ପରାଜିତ ହୋଇଥିଲେ। ଏ ନେଇ ଟ୍ରମ୍ପ ଆଇନଗତ ଲଢ଼େଇର ଆଶ୍ରୟ ନେଇଥିଲେ। ଏଥର ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିପାରେ। ସମ୍ଭବତଃ ସେ ହାରିଲେ ପୁଣି ସେଇ ସମାନ ଢ଼ଙ୍ଗରେ ଆରୋପ କରିପାରନ୍ତି।

କେମିତି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏହି ନିର୍ବାଚନ ଉପରେ ସାରା ବିଶ୍ବର ନଜର ଥାଏ। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥା’ନ୍ତି। ଭାରତ ଭଳି ଆମେରିକା ସଂସଦରେ ବି ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ ଅଫ ରିପ୍ରେଜେଣ୍ଟେଟିଭ । ଏହାକୁ ପ୍ରତିନିଧି ସଭା ମଧ୍ୟ କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫। ଅନ୍ୟ ସଦନ ସିନେଟରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦରେ ମୋଟ ୫୩୮ ସଦସ୍ୟ ରହିଥାନ୍ତି। ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଦେଇଥାନ୍ତି। ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ ମିଳିଥାଏ। ସେହି ପ୍ରାର୍ଥୀ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି।

ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଖରାପ ସ୍ବାସ୍ଥ୍ୟଯୋଗୁ ଜୁନ୍‌ ୨୭ରେ ପୁନଃ ନିର୍ବାଚିତ ହେବା ଦୌଡ଼ରୁ ଓହରିଯାଇ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ନୋମିନି ହେବା ପାଇଁ ବାଟ ପରିଷ୍କାର କରିଦେଇଛନ୍ତି। ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୨୪୪ ନିୟୁତ ଯୋଗ୍ୟ ଭୋଟର ମତଦାନ କରିପାରିବେ। ୨୦୨୦ ନିର୍ବାଚନରେ ଯୋଗ୍ୟ ବିବେଚିତ ଭୋଟରଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ମତଦାନ କରିଥିଲେ। ୨୦୨୪ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୦ରୁ ଇନ୍‌-ପର୍ସନ ଭୋଟିଂ ଆରମ୍ଭ ହୋଇଛି। ଆମେରିକୀୟ ଭୋଟରମାନେ ଆଗୁଆ ଭୋଟିଂ ସୁବିଧାର ଫାଇଦା ନେଇ ବହୁସଂଖ୍ୟାରେ ମତଦାନ କରିବାରେ ଲାଗିଛନ୍ତି। ତେବେ ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଆମେରିକା ସମ୍ବିଧାନ ଅନୁଯାୟୀ ଏହାର ସ୍ଥାୟୀ ଦିବସ ମଧ୍ୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପରବର୍ତ୍ତୀ ମଙ୍ଗଳବାର ହିଁ ଆମେରିକାରେ ନିର୍ବାଚନ ହୋଇଥାଏ। ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଥିବାରୁ ସେଠାରେ ରିପବ୍ଲିକାନ ଓ ଡେମୋକ୍ରାଟିକ ନାମକ ଦୁଇଟି ଦଳ ପ୍ରାର୍ଥୀ ଦେଇଥାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଇଲେକ୍ଟରାଲ କଲେଜ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥାନ୍ତି।

କ’ଣ କହୁଛି ଏଜ୍‌ଜିଟ୍‌ ପୋଲ

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଉପରେ ସମଗ୍ର ବିଶ୍ୱବାସୀଙ୍କ ନଜର । ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଏଜ୍‌ଜିଟ୍‌ ପୋଲ ଆକଳନ କରିଛନ୍ତି। କିଛି ଏକଜିଟ୍ ପୋଲରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ନେଇ ଆକଳନ କରାଯାଉଛି। ୭ ରାଜ୍ୟରୁ ୬ଟି ରାଜ୍ୟରେ ଟ୍ରମ୍ପ ଆଗରେ। ଗୋଟିଏରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆଗୁଆ ଥିବା ଦର୍ଶାଯାଇଛି। ଜର୍ଜିଆ, ଆରିଜୋନା, ନେଭାଡା, ଉତ୍ତର କାରଲିନା, ମିଚିଗାନ, ପେନସାଭନିଆ ଅଞ୍ଚଳରେ ଟ୍ରମ୍ପ ଆଗରେ ରହିଥିବା ନେଇ ସି ଭୋଟର ସର୍ଭେ ଆକଳନ କରିଛି। ରିପୋର୍ଟ ଅନୁସାରେ ୱିସକନସିନ୍ ଅଞ୍ଚଳରୁ କମଳା ହାରିସ ଆଗରେ ଅଛନ୍ତି। ତେବେ ନିର୍ବାଚନ ନିକଟତର ହେବା ସହ ଟ୍ରମ୍ପ ତାଙ୍କ ସ୍ଥିତିକୁ ସୁଧାରିବା ସହ ହାରିସଙ୍କଠାରୁ ସାମାନ୍ୟ ଆଗୁଆ ଥିବା କିଛି ଏକ୍‌ଜିଟ୍ ପୋଲ ଆକଳନ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ବିଜୟ ବ୍ୟବଧାନ ଖୁବ୍‌ କମ୍‌ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି।

କମଲା ହାରିସ ଓ ଟ୍ରମ୍ପଙ୍କ ମଧ୍ୟରେ କଡ୍ଡା ଟକ୍କର

ପ୍ରଚାର ମୈଦାନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି କମଲା ହାରିସ। ଉଭୟ ଉଭୟଙ୍କୁ ଟାର୍ଗେଟ କରି ଭାଷଣ ଦେଇଛନ୍ତି। କମଲା ହାରିସ୍‌ କହିଛନ୍ତି- ଯଦି ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ପ୍ରବାସୀ ଏବଂ ଅପରାଧୀଙ୍କ ପାଇଁ ବର୍ଡର ଖୋଲିଦେବେ। ସେହିପରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ସେ ଯଦି ଜିତନ୍ତି ତେବେ ସେ ପ୍ରଥମ ଦିନରେ ସୀମା ଖୋଲିବେ। ଯଦି ମୁଁ ଜିତେ, ତେବେ ଆମେରିକୀୟ ଲୋକମାନେ ପୁନର୍ବାର ଏହି ଦେଶର ଶାସକ ହେବେ। ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ଟିକସ ହ୍ରାସ କରିବାକୁ ଏବଂ ବୟସ୍କଙ୍କ ପାଇଁ ଟିପ୍ସ, ଓଭରଟାଇମ ଏବଂ ସାମାଜିକ ସୁରକ୍ଷା ଉପରେ ଟିକସ ହଟାଇବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯେଉଁ ଦିନ ମୁଁ ଶପଥ ଗ୍ରହଣ କରିବି, ପ୍ରବାସୀ ଆକ୍ରମଣର ପରିସମାପ୍ତି ଘଟିବ। ଆମ ଦେଶର ପୁନରୁଦ୍ଧାର ଆରମ୍ଭ ହେବ।

ଡେମୋକ୍ରାଟ୍ସ ଉପରାଷ୍ଟ୍ରପତି କମଲା ହାରିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବାଟା ଏଥର ସାରା ବିଶ୍ବ ଦେଖିବ। ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଶ୍‌ ରୋଚକ ହେବ । ନଭେମ୍ବର ୫ରୁ ଭୋଟ ଗ୍ରହଣ ଆରମ୍ଭ ହେବ। ନଭେମ୍ବର ୨୫ରେ ୧୭ ରାଜ୍ୟ ଓ କଲମ୍ବିଆ ଡିଷ୍ଟ୍ରିକ୍ଟ ପାଇଁ ପୋଷ୍ଟାଲ ଭୋଟ ଗ୍ରହଣର ଶେଷ ଦିନ ସ୍ଥୀରିକୃତ ହୋଇଛି। ସେହିପରି ଡିସେମ୍ବର ୧୧ ପ୍ରତ୍ୟେକ ରାଜ୍ୟର ଇଲେକ୍ଟରମାନେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆନୁଷ୍ଠାନିକ ଭାବେ ଭୋଟ ଦେବେ। ୨୦୨୫ ଜାନୁଆରୀ ୬ରେ କଂଗ୍ରେସର ଇଲେକ୍ଟୋରାଲ କଲେଜ ଭୋଟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଗଣତି କରାଯିବ ଏବଂ ଜାନୁଆରୀ ୨୦ରେ ନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶପଥ ନେବେ। ତେବେ ଆଉ ଅଳ୍ପ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ କିଏ ପିନ୍ଧିବ ଆମେରିକା ରାଷ୍ଟ୍ରପତି ମୁକୁଟ।

E-mail id: serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)