Advertisment

କେତେ କ୍ରୁର ଏ ତାଲିବାନ? କାମ କରୁଥିବା ମହିଳାଙ୍କ ତାଡ଼ି ନେଲେ ଆଖି

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Taliban

Taliban

Advertisment

କାବୁଲ: ପୁଣି ସାମ୍ନାକୁ ଆସିଛି ତାଲିବାନର ବର୍ବରତା କାଣ୍ତ। ବଦଳି ନାହିଁ ତାଲିବାନ ସରକାରର କ୍ରୁରତା। ପୂର୍ବ ପରି ଏବେ ବି ହେଉଛି ମହିଳାଙ୍କ ଉପରେ ସାଙ୍ଘାତିକ ଅତ୍ୟାଚାର। ଏଭଳି କିଛି ହିଂସାତ୍ମକ କାଣ୍ତ ଘଟିଛି ଆଫଗାନରେ ରହୁଥିବା ଦୁଇ ଜଣଙ୍କ ମହିଳାଙ୍କ ସହ। ମହିଳାଙ୍କୁ ଅଗ୍ରାଧିକାର ଦେବା ବଦଳରେ ମିଳୁଛି କଠୋର ଦଣ୍ତ। ଆଉ ଚାକିରୀ କରିବା ପାଇଁ ଚେଷ୍ଟା କରିବାରୁ ମହିଳାଙ୍କ ଆଖି ତାଡି ନେଇଛି ତାଲିବାନ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ବଢିଛି ଚିନ୍ତା।

Advertisment

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Advertisment

ପ୍ରଥମେ “ଖାତିରା ହାସ୍ମୀ” ନାମକ ଜଣେ ମହିଳା ଆଫଗାନିସ୍ତାନ ପୁଲିସରେ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ବେଳେ ୨୦୨୦ ରେ ତାଙ୍କୁ ଚାକିରି ଛାଡିବା ପାଇଁ ତାଲିବାନ୍ ପକ୍ଷରୁ ବାରମ୍ବାର ଧମକ୍ ଦିଆଯାଉଥିଲା ବୋଲି ସେ କହିଛନ୍ତି। ତାଲିବାନର କହିବା ଅନୁଯାୟୀ ମହିଳା କଦାପି ପୋଲିସରେ କାମ କରିପାରିବେ ନାହିଁ। ହେଲେ ଧମକ ସତ୍ତ୍ୱେ ବି ସେ ତାଙ୍କର କାର୍ଯ୍ୟରୁ ଓହରି ନଥିଲେ। ଆଉ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ତାଲିବାନ। ଏମିତିକି ତାଙ୍କ ଉପରକୁ ଗୁଳି ଚାଳନା ମଧ୍ୟ କରିଥିଲା। ଏତିକିରେ ମନଶାନ୍ତ ହୋଇନଥିଲା ତାଲିବାନର। ପରେ ମହିଳାଙ୍କ ଆଖି ତାଡ଼ି ନେବା ସହ ତାଙ୍କର ଜୀବନ ନଥିବା ଭାବି ରାସ୍ତା ଉପରେ ହିଁ ଫୋପାଡ଼ି ଦେଇ ଚାଲିଯାଇଥିଲେ। ପରେ ପୋଲିସ ରାସ୍ତାରୁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଥିଲା।

ଆଉ ଦ୍ୱିତୀୟ ଘଟଣା ହେଉଛି ଆଫଗାନିସ୍ତାନ ସାମ୍ବାଦିକ ଶାହିନ୍ ମହମ୍ମଦଙ୍କ ସହ ଘଟିଥିବା ଦୁର୍ଘଟଣା। ଯିଏ କି ବର୍ତ୍ତମାନ ଭାରତରେ ଆଶ୍ରୟ ନେଉଛନ୍ତି। ସେ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଆମେରିକା ପାଇଁ କାମ କରୁଥିଲେ। ଆଉ ନିଜର ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ ଏବଂ ଆଫଗାନିସ୍ତାନରେ କାର୍ଯ୍ୟରତ ଆମେରିକାର ସୈନ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ଆଉ ଏହି କଥା ସମ୍ପର୍କରେ ତାଲିବାନ ଜାଣିବା ପରେ ତାଲିବାନ ନେତାଙ୍କ ରାଗ ପଂଚମ ହୋଇଯାଇଥିଲା। ପରେ ସମ୍ପୃକ୍ତ ମହିଳାଙ୍କ ପୂରା ଚେହେରା ବିଗିଡ଼େଇ ଦେଇଥିଲା। ଆଉ ତାଲିବାନର ଏହି ବର୍ବର କାଣ୍ଡ ପରେ ମହିଳା ଜଣକ ନିଜ ମୁହଁର ଏବେ ପ୍ଲାଷ୍ଟି ସର୍ଜରୀ କରିଛନ୍ତି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ