Advertisment

୧୭ ପିଲାର ଜେଜେ ମା’ ହେବା ପରେ ବି ୨୪ ବର୍ଷୀୟ ଯୁବକଙ୍କୁ କଲେ ବିବାହ

ଶେରିଲ ଏବଂ କୁରାନଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଉପଭୋକ୍ତା ମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିନ୍ତୁ ଏସବୁ ତାଙ୍କ ବୈବାହିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦମ୍ପତିଙ୍କ ପକ୍ଷରୁ କୁହାଯାଇଛି।

Marriage

Marriage

Advertisment

ନୂଆଦିଲ୍ଲୀ: ପ୍ରେମ କରୁଥିବା ଲୋକଙ୍କ ପାଇଁ ବୟସର କୌଣସି ଫରକ୍‌ ପଡ଼େ ନାହିଁ। ତେବେ ଏହାକୁ ସତ ପ୍ରମାଣ କରିଛନ୍ତି ଆମେରିକାର ୬୧ ବର୍ଷିୟ ଶେରିଲ୍ ମ୍ୟାକଗ୍ରେଗୋର। ୧୭ ଟି ପିଲାଙ୍କ ଜେଜେମା ହେଲା ପରେ ମଧ୍ୟ ୨୪ ବର୍ଷୀୟ କୁରାନ୍ ମ୍ୟାକେନକୁ ନିଜର ପ୍ରେମିକ ଭାବରେ ଗ୍ରହଣ କରିଛନ୍ତି। ଉଭୟଙ୍କ ବିବାହର ଦୃଶ୍ୟ ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦମ୍ପତିଙ୍କ ମଧ୍ୟରେ ବୟସର ଅନ୍ତର ୩୭ ବର୍ଷ ହୋଇଥିଲେ ମଧ୍ୟ ଏମାନଙ୍କର ପରସ୍ପର ପ୍ରତି ଥିବା ଭଲପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି।

Advertisment

ଶେରିଲ ଏବଂ କୁରାନଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଉପଭୋକ୍ତା ମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିନ୍ତୁ ଏସବୁ ତାଙ୍କ ବୈବାହିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦମ୍ପତିଙ୍କ ପକ୍ଷରୁ କୁହାଯାଇଛି।

ଶେରିଲ୍ ଯେତେବେଳେ ପ୍ରଥମେ କୁରାନଙ୍କୁ ଭେଟିଥିଲେ,ସେତେବେଳେ କୁରାନ୍ ମାତ୍ର ୧୫ ବର୍ଷର ଥିଲେ। ସେତେବେଳେ କୁରାନ୍ ଶେରିଲଙ୍କ ପୁଅର ରେଷ୍ଟ୍ୟୁରାଣ୍ଟରେ କାମ କରୁଥିଲେ। ୨୦୨୦ରେ ଯେତେବେଳେ କୁରାନଙ୍କୁ ୨୩ବର୍ଷ ହୋଇଥିଲା, ଦୁହିଁଙ୍କର ପୁଣି ଥରେ ଅନଲାଇନ୍ ପ୍ଲାଟଫର୍ମରେ ଭେଟଘାଟ୍‌ ହୋଇଥିଲା। ଏହା ପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।

Advertisment

ଶେରିଲ୍ ଓ କୁରାନଙ୍କ ଟିକ-ଟକରେ ଏକ “ଓନ୍ଲି ଫ୍ୟାନ୍ସ”(Onlyfans) ନାମରେ ଆକାଉଣ୍ଟ ମଧ୍ୟ ରହିଛି। ଯେଉଁଥିରେ ଉଭୟ ନିଜର ଖୁସିର ମୂହୂର୍ତ୍ତକୁ ସୋଶିଆଲ୍ ମିଡିଆରେ ସେୟାର ମଧ୍ୟ କରିଥାନ୍ତି। ଏହି ଦମ୍ପତ୍ତି ସେମାନଙ୍କ ବିବାହର ଦୃଶ୍ୟ ମଧ୍ୟ ପ୍ରଶଂସକଙ୍କୁ ଲାଇଭ ଦେଖାଇଥିଲେ। ବିବାହ ଦିନ ଶେରିଲ୍ ନବବିବାହିତ କନ୍ୟା ପରି ସଜ ହୋଇଥିଲେ। ଧଳା ୱେଡିଙ୍ଗ ପୋଷାକ ସହ ଚମକଦାର ନେଲପେଣ୍ଟ ମଧ୍ୟ କରାଇଥିଲେ। ତାଙ୍କର ସୁନା ରଙ୍ଗର କେଶ କାନ୍ଧରେ ବିଛେଇ ହୋଇ ରହିଥିଲା। କୁରାନ୍ ମଧ୍ୟ ଏକ ଧଳା ସୁଟରେ ଅତି ସୁନ୍ଦର ଦେଖାଯାଉଥିଲେ।

Advertisment

ବିବାହଟି ଆମେରିକାର ଟେନେସି ସହରରେ ହୋଇଥିଲା ବୋଲି କୁରାନ୍ କହିଛନ୍ତି। ବିବାହରେ ତାଙ୍କର ଅନେକ ଅନ୍ତରଙ୍ଗ ବନ୍ଧୁ ଉପସ୍ଥିତ ଥିଲେ। ବିବାହ ପରେ ସେ ଏକ ହୋଟେଲରେ ଶେରିଲଙ୍କ ସହ ଦୁଇ ଘଣ୍ଟା ଖୁସିର ସମୟ ବିତାଇଥିଲେ। କୁରାନଙ୍କ କହିବା ଅନୁସାରେ ଶେରିଲଙ୍କ ପ୍ରତି ଥିବା ଭଲପାଇବା ଏତେ ଅଧିକ ରହିଛି ଯେ. ଅନ୍ୟ କୌଣସି ଝିଅ ପ୍ରତି ତାଙ୍କର ଆଖି ଯାଇନାହିଁ। କୁରାନ୍ ଅଲିଭ୍ ଗାର୍ଡେନ୍‌ରେ ଶେରିଲଙ୍କୁ ପ୍ରପୋଜ୍ କରିବା ସହ ୨,୫୦,୦୦୦ ଟଙ୍କାର ମୁଦି ମଧ୍ୟ ପିନ୍ଧାଇଥିଲେ। ତେବେ ଏହି ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା।

America Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ