Advertisment

ଆଶ୍ଚର୍ଯ୍ୟ !! ବାହା ହେଲେ ବର-କନ୍ୟା, ମାଲେମାଲ ହେଲେ ଅତିଥି..

ଏମିତି ବିବାହ ପୂର୍ବରୁ ଦେଖିନଥିବେ। ବର-କନ୍ୟା ଏତେ ଧନୀ ଯେ ଅତିଥିଙ୍କ ଉପରେ ବର୍ଷା କଲେ ଟଙ୍କା।

Marriage

Marriage

Advertisment

ବାହାଘରକୁ ଗଲେ ମିଳୁଛି ବିଳାସପୂର୍ଣ୍ଣ ଆତିଥ୍ୟ ସାଙ୍ଗକୁ ନଗଦ ୬୬ ହଜାର ଟଙ୍କା। ଅତିଥିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କରୁଛନ୍ତି ବର-କନ୍ୟା। ଯିବା ଆସିବା ଫ୍ଲାଇଟ୍‌ ଖର୍ଚ୍ଚ ହବି ବହନ କରୁଛନ୍ତି ନବବିବାହିତ ଦମ୍ପତି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣ ଭାବୁଥିବେ ବାହାଘରକୁ ଗଲେ ଗିଫ୍ଟ ଦେବାକୁ ପଡ଼େ, କିନ୍ତୁ ଏଠି ସମ୍ପୂର୍ଣ୍ଣ ଓଲଟା। ବାହାଘରରେ ଯୋଗଦେଲେ ମିଳୁଛି ୬୬ ହଜାର ଟଙ୍କା। ଚାଇନାରେ ହୋଇଥିବା ଏହି ଦାମୀ ବାହାଘରକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏମିତି ବିବାହ ପୂର୍ବରୁ ଦେଖିନଥିବେ। ବର-କନ୍ୟା ଏତେ ଧନୀ ଯେ ଅତିଥିଙ୍କ ଉପରେ ବର୍ଷା କଲେ ଟଙ୍କା। ଏସିଆ ମହାଦେଶର ଗୋଟେ ଶକ୍ତିଶାଳୀ ଦେଶ ଭାବେ ପରିଚିତ ଦେଶ ଚାଇନାରେ ଏକ ବାହାଘରକୁ ନେଇ ଏବେ ଚର୍ଚ୍ଚା ବଢୁଛି। ଯେଉଁଠି ଜଣେ ଦମ୍ପତିଙ୍କ ବିବାହରେ ଅତିଥି ମାଲାମାଲ ହୋଇଛନ୍ତି। ତେବେ ଏଭଳି ବାହାଘର ପୂର୍ବରୁ କେବେ ବି ହୋଇନାହିଁ। ଜଣେ ୟୁଟ୍ୟୁବର ଏନେଇ ସବୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ବାହାଘରରେ ନିମନ୍ତ୍ରିତ ଅତିଥିଙ୍କ ପାଇଁ ବିଳାସପୂର୍ଣ୍ଣ ସେବା ଯୋଗାଇଦେଇ ଦମ୍ପତିଙ୍କ ପରିବାର। ଅତିଥିଙ୍କ ଯିବା ଆସିବା ପାଇଁ ଫ୍ଲାଇଟ୍‌ ଟିକେଟ୍‌, ସହରରେ ବୁଲିବା ପାଇଁ ରଲ୍ସ ରଏସ୍‌ ଗାଡ଼ି, ରହିବାକୁ ଫାଇଭ୍‌ ଷ୍ଟାର ହୋଟେଲ୍‌ ମଧ୍ୟ ଯୋଗାଇ ଦେଇଛନ୍ତି।

Advertisment

କେବଳ ସେତିକି ନୁହେଁ, ବିବାହ ଦିନ ଅତିଥିଙ୍କୁ ଏକ ନାଲି ରଙ୍ଗର ଗିଫ୍ଟ ପ୍ୟାକେଟ୍‌ ମଧ୍ୟ ଦେଇଛନ୍ତି। ଯେଉଁଥିରେ ରହିଥିଲା ନାନଦି ଉପହାର ସାଙ୍ଗକୁ ନଗଦ ୬୬ ହଜାର ଟଙ୍କା। ଅତିଥିଙ୍କୁ ଏହି ଟଙ୍କା ନ ଫେରାଇବା ପାଇଁ ଅନୁରୋଧ ବି କରିଛନ୍ତି। ତେବେ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ