୫ କୋଟିରେ ନିଜର ପ୍ରଥମ ଘର କିଣିଲା ଛଅ ବର୍ଷର କୁନି ଝିଅ

କୁନି ଝିଅ କିଣିଲା ୫ କୋଟିର ଘର । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି ।

କୁନି ଝିଅର ସ୍ୱପ୍ନ ପୂରଣ ହେଲା

କୁନି ଝିଅର ସ୍ୱପ୍ନ ପୂରଣ ହେଲା । ବାପାଙ୍କ ସାହାଯ୍ୟରେ ଘର କିଣିଲେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି । ତିନି ଭାଇଭଉଣୀ ନିଜ ପକେଟ୍ ମନିରୁ ଦେଢ଼ ଦେଢ଼ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ । ଆଉ ବାକି ଟଙ୍କା ସବୁ ତାଙ୍କ ବାପା ଦେଇଛନ୍ତି । ଏହା ପରେ ତିନି ଭାଇଭଉଣୀ ମିଶି ୫ କୋଟି ମୂଲ୍ୟର ଏକ ଘରର ମାଲିକ ହୋଇ ଯାଇଛନ୍ତି ।

ତେବେ ପିଲାଙ୍କୁ ଖାଲିରେ ଏତେ ଟଙ୍କା ଦେଇନାହାନ୍ତି ବାପା । ତିନି ପିଲା ବାପାଙ୍କୁ କାମରେ ସାହାଯ୍ୟ କରୁଥିଲେ । ଆଉ ତା’ର ପ୍ରତିବଦଳରେ ଘର କିଣିବା ପାଇଁ ଟଙ୍କା ଦେଇଛନ୍ତି ସେମାନଙ୍କ ବାପା । ନିଜର ଘର କିଣିବା ପାଇଁ ଅନେକ ଦିନରୁ ସ୍ୱପ୍ନ ଦେଖୁଥିଲେ ତିନି ଭାଇଭଉଣୀ । ଏହି ତିନିଜଣ ପିଲା ନିଜ ପକେଟ ମନିରୁ ୨-୨ ହଜାର ଡଲାର ଟଙ୍କା ସଞ୍ଚୟ କରିଥିଲେ । ତେବେ ଘର କିଣିବାର ଇଚ୍ଛା ସମ୍ପର୍କରେ ଜାଣିବା ପରେ ତାଙ୍କ ବାପା ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ଫଳରେ ସେମାନେ ଏବେ ପ୍ରାୟ ୫ କୋଟି ମୂଲ୍ୟର ଏକ ଘରର ମାଲିକ ହୋଇପାରିଛନ୍ତି ।

ରୁବି, ଗୁସ୍ ଏବଂ ଲୁସି ନାମକ ଏହି ତିନି ଭାଇଭଉଣୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରୁ ୪୮ କିଲୋମିଟର ଦୂରରେ ଥିବା କ୍ଲାଇଡରେ ଏହି ଘର କିଣିଛନ୍ତି । ବାପା ହିଁ ତାଙ୍କୁ ଏହି ଘର କିଣିବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କୁ ଘର କିଣିବାକୁ ଉତ୍ସାହିତ କରିଥିବା କହିଛନ୍ତି ବାପା କ୍ୟାମ ମ୍ୟାକେଲାନ । ସେମାନେ କିଣିଥିବା ଘରର ମୋଟ ମୂଲ୍ୟ ବର୍ତ୍ତମାନ ୫ କୋଟିରୁ ଅଧିକ । କିନ୍ତୁ ଆଗାମୀ ୧୦ ବର୍ଷ ମଧ୍ୟରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଯବ । କ୍ୟାମ ମ୍ୟାକକେଲାନ ପ୍ରପର୍ଟି କମ୍ପାନୀ (Open Corp) ସହ ପ୍ରତିଷ୍ଠାତା ଅଟନ୍ତି । ନିକଟରେ ସେ ନିବେଶ ସମ୍ପର୍କରେ ଏକ ପୁସ୍ତକ ଲେଖିଛନ୍ତି ।

ତେବେ ପିଲାମାନେ ଘର କାମରେ ବାପାଙ୍କୁ ସାହାଯ୍ୟ କରୁଥିଲେ, ଯେଉଁଥିରୁ ସେମାନଙ୍କୁ ପକେଟ ମନି ମିଳୁଥିଲା ବୋଲି ସେ କହିଛନ୍ତି । କ୍ୟାମ ମ୍ୟାକେଲାନ ପୁସ୍ତକ 'My Four Year Old, the Property Investor'ର ନଭେମ୍ବରରେ ଉନ୍ମୋଚିତ ହୋଇଥିଲା । ଏହି ବହି ପ୍ୟାକିଂ କରିବାରେ ସେମାନେ ସାହାଯ୍ୟ କରୁଥିଲେ । ଏହି ପୁସ୍ତକ ବେଷ୍ଟ୍ ସେଲର୍ ପୁସ୍ତକ ହୋଇ ପାରିଛି । ତେବେ ଏହି ବହିକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପିଲାଙ୍କୁ ଘର କିଣିବାରେ ସାହାଯ୍ୟ କରିଛନ୍ତି ବାପା କ୍ୟାମ ମ୍ୟାକେଲାନ ।