Advertisment

ସମୁଦ୍ରରେ ଭାସୁଥିଲା ୫.୩ ଟନ୍‌ ଓଜନ୍‌ର କୋକେନ୍, ଯାହାର ମୂଲ୍ୟ ୯୪୬ ମିଲିଅନ୍

ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
cocaine

cocaine

Advertisment

ସମୁଦ୍ରରେ ଭାସୁଥିଲା କୋକିନ୍ । କିଲେ କି ଦୁଇ କଲୋ ନୁହେଁ ଏକା ଥରକେ ୫.୩ ଟନ୍‌ ଓଜନର କୋକିନ୍ ଭାସୁଥିଲା ସମୁଦ୍ରରେ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୭୭୫୫ କୋଟି ଟଙ୍କା ହେବ । ଆଶ୍ଚର୍ଯ୍ୟ ହେଲେ କି, ଭାରତରେ ନୁହେଁ ମ, ଇଟାଲୀ ସମୁଦ୍ର ତଟରୁ ଏହି ମାଦକ ଦ୍ରବ୍ୟ ଜବତ କରାଯାଇଛି। ମାଫିଆମାନେ ନିଜର କୁବୁଦ୍ଧି ପ୍ରୟୋଗ କରି ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିବା ବେଳେ ଇଟାଲୀ ପ୍ରଶାସନିକ କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି । ଏହା ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

Advertisment

ବୁଧବାର ସକାଳେ ଦକ୍ଷିଣ ଆମେରିକାର ଏକ ସିପ୍‌ ଏହି ମାଦକ ଦ୍ରବ୍ୟକୁ ଆଣି ଆସିବା ପରେ ପାଣିରେ ଛାଡ଼ି ଚାଲି ଯାଉଥିଲା। ଯାହାପରେ ମାଦକ ଦ୍ରବ୍ୟକୁ ନେବା ପାଇଁ ଏହି ସିପ୍‌ ନିକଟରେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ପହଞ୍ଚିଥିଲା। ଯାହାକୁ ତଟ ସୁରକ୍ଷାରେ ମୁତୟନ ବିମାନରେ ଥିବା ଯବାନମାନେ ଦେଖିଥିଲେ ।

ସନ୍ଦେହ ହେବାରୁ ସୁରକ୍ଷା ବାହିନୀ ଡଙ୍ଗା ତଥା ଟ୍ରଲର ଗୁଡ଼ିକୁ ରୋକିବା ପରେ ଯାଞ୍ଚ କରିଥିଲା । ଏହାର ଏକ ଗୁପ୍ତ ଚାମ୍ୱରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଥିଲା । ଏହି ଡ୍ରଗ୍ସ ଚୋରାଚାଲାଣାରେ ସମ୍ପୃକ୍ତ ୨ ତୁନିସୀଆ, ଜଣେ ଲେଖାଏଁ ଇଟାଲିୟ, ଆଲବାନିଆ ଓ ଫ୍ରେଞ୍ଚ ନାଗରିକ ଗିରଫ ହୋଇଛନ୍ତି ।

Advertisment

ଏପ୍ରିଲରେ ଇଟାଲୀ ପୋଲିସ ସମୁଦ୍ରରେ ଭାସୁଥିବା ବେଳେ ପ୍ରାୟ ୨ ଟନ୍‌ ଓଜନର କୋକିନ୍ ଜବତ କରିଥିଲା। ପୂର୍ବ ସିସୀଲି ସମୁଦ୍ର ତଟରେ କୌଣସି ବଡ଼ ସିପ୍‌ ଏହାକୁ ଚାଲାଣ ଉଦ୍ଦେଶ୍ୟରେ ଫୋପାଡ଼ି ଚାଲି ଯାଇଥିବା ସେହି ସମୟରେ ସନ୍ଦେହ କରାଯାଇଥିଲା।

Drugs Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ