410 Civilian Bodies Found In Kyiv Region, Says Ukraine; Russia Denies Allegations
ରୁଷ ବିରୋଧରେ ୟୁକ୍ରେନ୍ ଆଣିଲା ସାଂଘାତିକ ଅଭିଯୋଗ । ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି । ଜାତୀୟ ଟେଲିଭିଜନରେ ବିବୃତ୍ତି ରଖି ୟୁକ୍ରେନର ପ୍ରୋସିକ୍ୟୁଟର ଜେନେରାଲ ଏହି ସୂଚନା ଦେଇଛନ୍ତି ।
ଏହାସହ ଗତକାଲି ମାଟିତଳୁ ୪୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଛି ବୋଲି ୟୁକ୍ରେନ୍ ଦାବି କରିଛି । ମୃତଦେହ ପୋତାଯାଇଥିବା କିଭର ଏହି ଅଞ୍ଚଳକୁ ପୂର୍ବରୁ ନିଜ ଦଖଲକୁ ନେଇଥିଲେ ରୁଷୀୟ ସେନା । ଏବଂ ପରେ ୟୁକ୍ରେନ୍ ସପ୍ତାହେ ତଳେ ତାକୁ ପୁନଃ ଦଖଲ କରିବାରେ ସଫଳ ହୋଇଥିଲା ।
କିଭକୁ ପୁଣି ନିଜ ନିୟନ୍ତ୍ରଣକୁ ଆଣିବା ପରେ ଏତେସଂଖ୍ୟାରେ ଲୋକଙ୍କ ମୃତଦେହ ମିଳିଥିବା ୟୁକ୍ରେନ୍ ଅଭିଯୋଗ ଆଣିଛି । ସାଧାରଣ ଲୋକଙ୍କୁ ହତ୍ୟା ପରେ ସେମାନଙ୍କୁ କବର ଦେଇଥିବା କୁହାଯାଉଛି ।
ଅନ୍ୟପକ୍ଷେ, ୟୁକ୍ରେନର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରୁଷୀୟ ସୈନ୍ୟ କୌଣସି ଜଣେ ହେଲେ ସାଧାରଣ ଲୋକଙ୍କୁ ହତ୍ୟା କରିନଥିବାର ରୁଷ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649047611.jpg)