Advertisment

ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪୦ ମୃତ, ୮୦ରୁ ଅଧିକ ଆହତ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।

ଅଦ୍ୟତନ ହୋଇଛି
Bomb Blast In Pakistan

Bomb Blast In Pakistan

Advertisment

ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକିସ୍ତାନର ଖାଇବର୍ ପଖତୁନଖ୍ୱାରେ ବିସ୍ଫୋରଣ ଘଟି ୪୦ ଜଣଙ୍କ ମୃତ୍ୟୁ ଘଟିଛି । ୮୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ସଂକଟାପନ୍ନ ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Advertisment

ବାଜାଉରର ଖାର୍ ଠାରେ JUI-F ଦଳର ରାଜନୈତିକ ରାଲିରେ ଏହି ବିସ୍ଫୋରଣ ଘଟିଥିବା ବେଳେ, ସେଠାରେ ୪ଶହ କର୍ମୀ ଉପସ୍ଥିତ ଥିଲେ । ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଦଳର ସ୍ଥାନୀୟ ମୁଖ୍ୟ ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦଳ ପାକିସ୍ତାନ ମିଳିତ ସରକାରର ଅଂଶ ଏବଂ ଏହାର ମୁଖ୍ୟ ଜଣେ ତାଲିବାନ ସମର୍ଥକ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଏଯାଏଁ ଦାୟୀ କରିନାହାନ୍ତି ।

ବିସ୍ଫୋରଣରେ ଦଳର ଆଗଧାଡ଼ିର ନେତା ମୌଲାନା ଜିଆଉଲ୍ଲାହ ଜାନ୍‌ଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ପେଶାଓୱାର ଓ ଟିମରଗେରାରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଦଳର ପ୍ରାୟ ୧୨ ଜଣ କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଛି ।

Advertisment
Bomb Blast Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ