Advertisment

ଚୀନ୍‌ରେ ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା : ବେଜିଂ ଉପରେ ପ୍ରକୃତିର କୋପ,୨୧ ମୃତ

ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍‌ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।

ଅଦ୍ୟତନ ହୋଇଛି
China Records Heaviest Rainfall In 140 Years

heaviest rainfall

Advertisment

ଚୀନରେ ଟାଇଫୁନ୍ ଡୋକସୁରିର ତାଣ୍ଡବ ଜାରି ରହିଛି । ଲାଣ୍ଡଫଲ୍ ପରେ ମଧ୍ୟ ତା’ର ଭୟଙ୍କର ରୂପରେ ବିରାମ ଲାଗିନି । ଡୋକସୁରି ପ୍ରଭାବ ଯୋଗୁଁ କିଛି ଦିନ ହେବ ରାଜଧାନୀ ବେଜିଂରେ ହେଉଥିବା ତୁହାକୁ ତୁହା ବର୍ଷା ସବୁ ରେକର୍ଡ କାଟିଦେଇଛି । ୧୪୦ ବର୍ଷ ମଧ୍ୟରେ ଏପରି ଭୟଙ୍କର ବର୍ଷା ହୋଇନଥିବା କୁହାଯାଉଛି ।

Advertisment

ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଂରେ ୭୪୪.୮ ମିମି ବର୍ଷା ରେକର୍ଡ କରାଯାଇଥିବା ‘ବେଜିଙ୍ଗ୍‌ ମେଟେଓରୋଲୋଜିକାଲ୍‌ ବ୍ୟୁରୋ’ ପକ୍ଷରୁ ଜଣାପଡ଼ିଛି । ଏହା ପୂର୍ବରୁ ୧୮୮୩ ମସିହାରେ ବେଜିଂରେ ୬୦୯ ମିଲିଲିଟର୍‌ ବର୍ଷା ହୋଇଥିବା ରେକର୍ଡ ରହିଛି ।

ଗତ କିଛି ବର୍ଷ ମଧ୍ୟରେ ଚୀନ୍‌ରେ ଟାଇଫୁନ୍ ଡୋକସୁରି ଭଳି ବଡ଼ ବାତ୍ୟା ଦେଖିବାକୁ ମିଳି ନଥିଲା । ଏହାର ପ୍ରଭାବରେ ଅନେକ ନଦୀରେ ଜଳସ୍ତର ବିପଜ୍ଜନକଭାବେ ବୃଦ୍ଧି ପାଇବା ପରେ, ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୟୋଙ୍ଗଡିଙ୍ଗ ନଦୀରେ ଅନେକ ଘର ଭାସି ଯାଇଥିବା ସୂଚନା ମିଳିଛି ।

Advertisment

ଏଥିପାଇଁ ବର୍ତ୍ତମାନ ୪୦ହଜାରରୁ ଅଧିକ ନିର୍ମାଣ କାମ ବନ୍ଦ ରହିଛି । ୨୦ ହଜାର ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ରାଜଧାନୀ ବେଜିଂରେ ବନ୍ୟା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଚୀନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ସେପଟେ ଚୀନ୍‌କୁ ପୁଣି ଆଉ ଏକ ବାତ୍ୟା ଆସୁଥିବା ଖବର ମିଳିଛି । ଟାଇଫୁନ୍ ଡୋକସୁରି ପ୍ରଭାବରେ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ସପ୍ତାହରେ ଆସୁଛି ଆଉ ଏକ ଟାଇଫୁନ୍ ଖାନୁନ୍ । ଏହାର ରୂପରେଖ କଣ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଡୋକସୁରି ପ୍ରଭାବରେ ଚୀନ୍ ଏବେ ପୂରାପୂରି ଘାଇଲା ହୋଇସାରିଥିବା ବେଳେ, ପୁଣି ଆଉ ଏକ ଟାଇଫୁନ୍ ସ୍ଥିତିକୁ ଅଧିକ ବିଗାଡ଼ିଦେବ ବୋଲି ଆଶଙ୍କା କରାଯାଉଛି।...

Advertisment

ଚୀନରେ ଚଳିତବର୍ଷ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ତାପମାତ୍ରା ଉଦବେଗଜନକ ଭାବେ ବୃଦ୍ଧି ପାଇଛି ।

Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ