Advertisment

ଓମିକ୍ରନ ଚିନ୍ତା, ବିମାନ ଯାତ୍ରା ଉପରେ କଟକଣା

ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍‌ କରାଯାଇଛି।

ଅଦ୍ୟତନ ହୋଇଛି
 Flights Cancelled

Flights Cancelled

Advertisment

ନ୍ୟୁୟର୍କ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍‌ କରାଯାଇଛି। ଗତକାଲି ୩ହଜାର ବିମାନ ବାତିଲ୍‌ ହୋଇଥିବା ବେଳେ ଆଜି ୧୧ଶହରୁ ଅଧିକ ବିମାନ ବାତିଲ୍‌ ହୋଇଛି।  

Advertisment

ସେହିପରି ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଥିବା ସୂଚନା ମିଳିଛି। ଏଥିଯୋଗୁ ବିଦେଶକୁ ଛୁଟି କଟାଇବାକୁ ଯାଇ ଭାରତ ଫେରିବାକୁ ଚାହୁଁଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ୟୁରୋପ ଓ ଆମେରିକାରେ କୋଭିଡ୍ ସଂକ୍ରମଣ ବଢିବା ପରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି।

ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଆଇସୋଲେସନ ଅବଧିକୁ ହ୍ରାସ କରାଯାଇଛି। ଲକ୍ଷଣବିହୀନ କୋଭିଡ୍ ଆକ୍ରାନ୍ତ ୫ଦିନ ଆଇସୋଲେସନ ରହିବେ। 

Advertisment

ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍ ଦେଶରେ ୬୫୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛନ୍ତି।  .

Advertisment

ଅନ୍ୟପକ୍ଷେ, ଦେଶରେ କାୟା ବଢ଼ାଉଛି ଓମିକ୍ରନ୍‌। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ମୁହାଁ ହୋଇଛି। ନୂଆ ଭାରିଏଣ୍ଟ୍‌ର କ୍ଷୀପ୍ର ସଂକ୍ରମଣକୁ ଚେକ୍ ଦେବାକୁ ପୁଣି ସକ୍ରିୟ ହୋଇଛନ୍ତି ସରକାର। କୋଭିଡର ୫ ସୂତ୍ରୀ ନିୟମ ପାଳନ ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଏଣେ କିଶୋର ଟିକାକରଣକୁ ନେଇ ବି ବଢ଼ିଛି ତତ୍ପରତା।

Flights Cancelled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ