ବୟସ ୮୩, ହେଲେ ଏକା ଏକା ସମୁଦ୍ର ଯାତ୍ରା କରି କଲେ ରେକର୍ଡ

ଏକାକୀ ପ୍ରଶାନ୍ତ ମହାସାଗର ଯାତ୍ରା କରି ରେକର୍ଡ କରିଛନ୍ତି ୮୩ ବର୍ଷୀୟ ବୃଦ୍ଧ...

'Still in the middle of youth': 83-year-old Japanese man crosses Pacific Ocean solo

ଆଜିକାଲି ସମାଜର ଯୁବପିଢ଼ି ଅନେକ କାମରେ ହାର ମାନିଥାନ୍ତି । ବୟସ ଥାଇ ମଧ୍ୟ ଅଧିକାଂଶ କାମରେ ପଛଘୁଞ୍ଚା ଦେଇଥାନ୍ତି । ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି ଯାହା ଯୁବପିଢ଼ିଙ୍କ ହୋସ୍‌ ଉଡ଼ାଇଦେବ । ଜାପାନର କେନିଚି ହୋରି ନାମକ ଜଣେ ୮୩ ବର୍ଷୀୟ ବୃଦ୍ଧ ଏକାକୀ ପ୍ରଶାନ୍ତ ମହାସାଗରରେ ନନ୍‌-ଷ୍ଟପ୍‌ ଯାତ୍ରା କରି ବିଶ୍ୱ ରେକର୍ଡ କରିଛନ୍ତି । 

କେନିଚି ହୋରି ଗତ ୬୯ ଦିନ ପୂର୍ବରୁ ମାର୍ଚ୍ଚରେ ସାନ ଫ୍ରାନ୍ସିସ୍କୋରୁ ବୋଟରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ପ୍ରଶାନ୍ତ ମହାସାଗରରେ ଏକାକୀ ନନଷ୍ଟପ୍ ଯାତ୍ରା ଶେଷ କରିବା ପରେ ଗତ ଶନିବାର କେନିଚି ଘରକୁ ଫେରିଥିଲେ । ଜାପାନର ସିନ୍ ନିସିନୋମିଆ ୟାଚ୍ ହାରବୋର(Shin Nishinomiya Yacht Harbor) ଅଞ୍ଚଳରେ କେନିଚିଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ବୟସ୍କ ଲୋକମାନଙ୍କ ମଧ୍ୟରେ କେନିଚି ହେଉଛନ୍ତି ବିଶ୍ୱର ପ୍ରଥମ ବୃଦ୍ଧ ଯିଏ ଏହି ମାଇଲଖୁଣ୍ଟ ହାସଲ କରିପାରିଛନ୍ତି ।

ଏହା ହୋରିଙ୍କର ନୂତନ ସଫଳତା । ହେଲେ ପୂର୍ବରୁ ୧୯୬୨ ମସିହାରେ ସେ ଜାପାନରୁ ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ପ୍ରଶାନ୍ତ ମହାସାଗରରେ ଏକାକୀ ନନଷ୍ଟପ୍ ଯାତ୍ରା କରିବାରେ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଥିଲେ । ୬୦ ବର୍ଷ ପରେ ଏବେ ସେ ପୁଣି ସାନ ଫ୍ରାନ୍ସିସ୍କୋରୁ ଜାପାନକୁ ଯାତ୍ରା କରରିଛନ୍ତି ।

ତେବେ କେନିଚି ବିନା କୌଣସି ସଂଘର୍ଷରେ ଏହି ଯାତ୍ରାରେ ସଫଳ ହୋଇଛନ୍ତି ତାହା ନୁହେଁ । ଯାତ୍ରା ସମୟରେ ତାଙ୍କୁ ତିନି ଦିନ ଧରି ପ୍ରବଳ ଲହରୀର ସାମ୍ନା କରିବା ସହ ସଂଘର୍ଷ କରିବାକୁ ପଡିଲା । ତେବେ ପ୍ରଶାନ୍ତ ମହାସାଗରରେ ଏକାକୀ ଏବଂ ନନଷ୍ଟପ ଯାତ୍ରା ସମାପ୍ତ କରିବାରେ କେନିଚି ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ପରିଚିତ ।