Advertisment

ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍‌ସନ୍‌’ ଦେଉଛି ଚୀନ୍

ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’। ଏହା ସହ ବନ୍ଧ୍ୟାତ୍ୱ, କର୍କଟ ରୋଗ ଏବଂ ଚନ୍ଦାପଣ ସମେତ ନାନାବିଧ ସ୍ୱାସ୍ଥ୍ୟ ସମସ୍ୟାର ‘ମହୌଷଧି’ ଭାବେ ଏହାକୁ ବ୍ୟବହାର କରାଯାଉଛି। ଏବେ ପିଲାମାନଙ୍କୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍ସନ୍‌’ ଦେଇ ସାରା ବିଶ୍ୱରେ ଚହଳ ପକାଇଛି ଚାଇନା।

ଅଦ୍ୟତନ ହୋଇଛି
china

china

Advertisment

ବେଜିଂ : ଚାଇନା ଲୋକଙ୍କୁ ଘାରିଛି ସୁପର କିଡ୍ ଚିନ୍ତା। ଏଥି ପାଇଁ ପ୍ରତି ପିଲାଙ୍କୁ ଦେଉଛନ୍ତି କୁକୁଡ଼ା ରକ୍ତ ଇଞ୍ଜେକ୍ସନ । ଏ କଥା ମିଛ ନୁହେଁ, ନିରାଟ ସତ କଥା। ସିଙ୍ଗାପୁର ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଚାଇନାର ପିଲାମାନଙ୍କୁ ସେମାନଙ୍କର ବାପାମାଆ ଚିକେନ୍ ବ୍ଲଡ ଇଞ୍ଜେକ୍ସନ ଦେଉଛନ୍ତି। ଏହି କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଆଉ ଦେଖାଯାଉ ନାହିଁ । ଆଉ ଏଥିପାଇଁ ପିଲାମାନେ ବେଶ ଚଳଚଂଚଳ ରହୁଥିବା କୁହାଯାଉଛି।

Advertisment

ଚୀନ ଏମିତି ଏକ ଦେଶ କେତେବେଳେ କ’ଣ କରେ ଯାହାର ଚିହ୍ନ ବର୍ଣ୍ଣ କେହି ପାଆନ୍ତି ନାହିଁ । ଚାଇନାର ଲୋକେ ନିଜର ଅଜବ ଖାଦ୍ୟପେୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ଚୌକି ଟେବୁଲକୁ ଛାଡ଼ି ଚୀନର ଲୋକମାନେ ସବୁକିଛି ଖାଇପାରନ୍ତି ବୋଲି କୁହାଯାଏ । ତେବେ ଏହି ସମୟରେ ଚୀନ ଦେଇଥିବା ଖବର ଶୁଣି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇ ଯାଇଛି। ନିଜ ପିଲାଙ୍କୁ ସୁପର କିଡ୍‌ କରିବା ପାଇଁ ଚୀନର ଅଭିଭାବକମାନେ ଚିକେନ୍‌ ପାରେଣ୍ଟିଂର ସାହାରା ନେଉଛନ୍ତି। ଚିକେନ୍‌ ପାରେଣ୍ଟିଂର ନାଁଟି ଅଡ଼ୁଆ ଲାଗିପାରେ। ତେବେ କୁହାଯାଉଛି କି ଏହି ପାରେଣ୍ଟିଂରେ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକସନ ଲଗାଯାଏ । ଯେଉଁଥିରେ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସସମ୍ୟା ଦୂର ହେଉଥିବା ଗବେଷଣାରୁ ଜଣାପଡିଛି ।

ସିଙ୍ଗାପୁର ପୋଷ୍ଟ ମୁତାବକ୍‌, ଚୀନରେ ପିଲାଙ୍କ ଶରୀରକୁ ଫୂର୍ତ୍ତିଲା କରିବା ପାଇଁ କୁକୁଡ଼ା ରକ୍ତର ଇଞ୍ଜେକ୍ସନ ଦିଆଯାଉଛି। ରିପୋର୍ଟରେ କୁହାଯାଇଛି, ଏହା କେବଳ ପିଲାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ତାହା ନୁହେଁ, କୁକୁଡ଼ାର ରକ୍ତ ଇଞ୍ଜେକ୍ସନକୁ ନେବା ପରେ କ୍ୟାନସର ଓ କେଶ ଝଡ଼ାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ବ୍ୟତୀତ କୁକୁଡ଼ା ରକ୍ତରେ ଷ୍ଟେରଏଡ୍‌ ତିଆରି ହୁଏ, ଯାହା ପିଲାଙ୍କ ପାଠପଢ଼ା ସହ ଖେଳକୁଦରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ସାହାଯ୍ୟ କରିଥାଏ । ଏଥିପାଇଁ ଚୀନ୍‌ରେ ନିଜ ନିଜ ପିଲାକୁ ସୁପର କିଡ୍‌ କରିବାର ନିଶା ଘାରିଛି । ଫଳରେ ଚାଇନାରେ ଚିକେନ୍‌ ବେବିର କ୍ରେଜ୍‌ ବଢ଼ି ବଢି ଚାଲିଛି।

Advertisment

ଚୀନ ଚାହୁଁଛି ନିଜ ଦେଶର ପିଲାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରୁହନ୍ତୁ । ବିଶେଷ କରି ପ୍ରମୁଖ ସହର ବେଜିଂ ଓ ସାଂଘାଇ ଚିକେନ ବେବି ଟ୍ରେଣ୍ଡରେ ଆଗୁଆ ରହିଛି। ଏପରିକି ଏଠାକାର ପିଲାମାନେ ଭିନ୍ନ ଏକ ପରିଚୟ ସୃଷ୍ଟି କରୁଥିବାରୁ ଅନ୍ୟ ସହରର ପିତାମାତା ସୁପର କିଡ୍‌ ପ୍ରତି ଆକର୍ଷିତ ହେଉଛନ୍ତି। କ୍ରମାଗତ ଭାବେ ଚାଇନା ଶିଶୁଙ୍କ ଭବିଷ୍ୟତ ବିଷୟରେ ବଡ ପଦକ୍ଷେପ ନେଉଛି। ପିଲାମାନଙ୍କୁ ମୋବାଇଲ୍ ଗେମଠାରୁ ଦୂରରେ ରଖିବା ପାଇଁ ଏଠାରେ ପିଲାମାନଙ୍କର ସ୍କ୍ରିନ ସମୟ ସ୍ଥିର କରାଯାଇଛି। ଯାହା ଫଳରେ ସେମାନଙ୍କର ଶାରୀରିକ ଓ ମାନସିକ କ୍ଷତିରେ ପ୍ରତିବନ୍ଧକ ଲାଗି ପାରିଛି। ଏହାସହ ଆଖି ସମସ୍ୟା ଆଉ ରହୁନାହିଁ।

Chicken Blood Injections Chinese Kids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ