Advertisment

ସ୍ୱପ୍ନ ପୂରଣ ଲାଗି ଗ୍ରାଜୁଏସନ୍‌ ପରେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଗ୍ରାଜୁଏଟ୍‌

ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି

ଅଦ୍ୟତନ ହୋଇଛି
Young girl works at petrol pump

Young girl works at petrol pump

Advertisment

ପେଟ୍ରୋଲ ପମ୍ପରେ ଭିଡ ଯେତିକି ବଢେ ସିଏ ସେତିକି ବ୍ୟସ୍ତ ରୁହନ୍ତି । କେମିତି ଲୋକମାନେ ଠିକ୍‌ରେ ପେଟ୍ରୋଲ ପାଇବେ, କେମିତି ଟଙ୍କା ସବୁକୁ ଠିକ୍‌ରେ ଗଣିକି ନେବେ । ସକାଳୁ ସଂଜ ପମ୍ପରେ ଛିଡା ହୋଇ ଲୋକଙ୍କୁ ପେଟ୍ରୋଲ ଦିଅନ୍ତି, ଆଉ ବ୍ୟସ୍ତ ରୁହନ୍ତି । କାରଣ ସେଥିରୁ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳିବ । ପୂର୍ବରୁ ଯେଉଁ କାମ ସବୁ ପୁରୁଷ ମାନେ କରୁଥିଲେ, ଆଜି ସମାନ କାମକୁ ଯୁବତୀମାନେ କରୁଛନ୍ତି ଆଉ ଭଲ ଦୁଇ ପଇସା ରୋଜଗାର ବି କରୁଛନ୍ତି ।

Advertisment

କନ୍ଧମାଳ ରାଇକିଆର ଶମାପ୍ରଭା ରାଓ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା ପରେ ବି ଗ୍ରାଜୁଏସନ୍‌ କରିଛନ୍ତି । ଅଧିକ ପଢିବା ଲାଗି ଇଚ୍ଛା ଥିଲେ ବି ପାଖରେ ଟଙ୍କା ନଥିବାରୁ ତାହା ସମ୍ଭବ ହୋଇପାରିନଥିଲା । ଏମିତିକି ଘରର ବୋଝ ବି ତାଙ୍କ ଉପରେ ରହିଛି । ସେଇଥି ଲାଗି ତ ପ୍ରତିଦିନ ଏମିତି ପେଟ୍ରୋଲ ପମ୍ପରେ ଛିଡା ହୋଇ କାମ କରୁଛନ୍ତି । ଦୁଇ ପଇସା ରୋଜଗାର କରୁଛନ୍ତି । ଏତେ ପ୍ରତିକୂଳ ପରିସ୍ଥିତିରେ ଥାଇ ବି ସେ ହାର ମାନିନାହାନ୍ତି ବରଂ ଆଗକୁ ପାଠ ପଢିବାକୁ ଚେଷ୍ଟା ଚଳାଇଛନ୍ତି ।

ଭବିଷ୍ୟତରେ ଜଣେ ଭଲ ଶିକ୍ଷୟତ୍ରୀ ହେବା ନେଇ ସ୍ୱପ୍ନ ବି ଦେଖୁଛନ୍ତି । ଖାଲି ସ୍ୱପ୍ନ ଦେଖିଲେ ତାହା ବାସ୍ତବରୂପ ନିଏ ନାହିଁ ବରଂ ସେଥିପାଇଁ ଦରକାର କଠିନ ଅଧ୍ୟବସାୟ । ବାସ୍‌ ଏ କଥାକୁ ଯେମିତି ଅକ୍ଷରେ ଅକ୍ଷରେ ବୁଝିଛନ୍ତି ଶମାପ୍ରଭା । ଜାଣିଆଶ୍ଚର୍ଯ୍ୟ ହେବେ କି ପେଟ୍ରୋଲ ପମ୍ପରେ ସେ କାମ କରୁଥିବା ବେଳେ ଟିକିଏ ହେଲେ ବି ସଂକୋଚ କରନ୍ତି ନାହିଁ । ଅନ୍ୟସାଥୀ ମାନେ ଯେମିତି କାମ କରନ୍ତି ଇଏ ବି ସେମିତି କରନ୍ତି । ସାଥୀମାନେ ଯେବେ ଜାଣିଲେ ପରିବାରର ବୋଝ ସହ ନିଜ ସ୍ୱପ୍ନ ସାକାର କରିବାକୁ ଶମାପ୍ରଭା ଏମିତି ପରିଶ୍ରମ କରୁଛନ୍ତି ସେମାନେ ବି ପ୍ରଶଂସା କରିଛନ୍ତି ଆଉ ପ୍ରାର୍ଥନା କରୁଛନ୍ତି ତାଙ୍କର ସବୁ ସ୍ୱପ୍ନ ପୂରଣ ହେଉ ।

Advertisment

ଶମାପ୍ରଭା ଘରର ବଡ ଝିଅ । ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ପାସ କରିବା ପରେ ସାନ ଭାଇଭଉଣୀଙ୍କୁ ସେ ପାଠ ପଢାଉଛନ୍ତି । ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ ବୁଝିପାରିବ ସେମାନେ କେତେ ଆର୍ଥିକ ଅନଗ୍ରସର ? ଏଭଳି ଅସୁବିଧାରେ ଚଳୁଥିବା ବେଳେ ସରକାରଙ୍କ ପକ୍ଷରୁ ଆସିଥିବା ଆବାସ ଗୃହରେ ତାଙ୍କ ନାଁ ବି ନାହିଁ । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ପକ୍ଷରୁ କରାଯାଇଛି ଅନୁରୋଧ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ