Advertisment

କୁନି ଭଉଣୀକୁ ପିଠିରେ ଲଦି ପାଣି ଭରା ରାସ୍ତା ପାର କରିଦେଲା ବଡ ଭାଇ

ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।

ଅଦ୍ୟତନ ହୋଇଛି
Water filled the road the younger sister started walking on brother back

Water filled the road the younger sister started walking on brother back

Advertisment

ଭାଇ ଭଉଣୀଙ୍କ ପ୍ରେମ ସବୁଠୁ ନିଆରା ହୋଇଥାଏ। ଏହା କୌଣସି ପରିଚୟ କି ପ୍ରମାଣର ଆବଶ୍ୟକ କରେ ନାହିଁ। ଏନେଇ ମଧ୍ୟ କୌଣସି ପ୍ରଶଂସାର ସାର୍ଟିଫିକେଟ୍ ଜରୁରୀ ହୁଏ ନାହିଁ।

Advertisment

ଏହା ଏମିତି ଏକ ଗଭୀର ବନ୍ଧନ ଯେ ଯିଏ ଚାହିଁଲେ ବି ଭାଙ୍ଗି ପାରିବେ ନାହିଁ। ଯିଏ ଭାଇଭଉଣୀଙ୍କ ମଧ୍ୟରେ ବଡ ଥାଏ ସିଏ ସାନମାନଙ୍କର ମା ପରି ଯତ୍ନ ନିଏ। ସେଥିପାଇଁ ସମସ୍ତଙ୍କର ଏକ ବଡ଼ ଭାଇଭଉଣୀ ରହିବା ଜରୁରୀ। ଯାହାଫଳରେ ସେ ଏହି ଅନୁଭବକୁ ଉପଭୋଗ କରି ପାରିବ।

ଟ୍ୱିଟରରେ @ TheFigen ରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ବଡ ଭାଇର ତା’ର ସାନ ଭଉଣୀ ପ୍ରତି ଥିବା ପ୍ରେମକୁ ଦେଖି ଲୋକମାନେ ପିଲାଟିକୁ ଖୁବ ଭଲ ପାଇବା ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।

Advertisment

ବଡ ଭାଇ ସବୁବେଳେ ହିଁ ଏମିତି। ଭଉଣୀ ଯେତେ ବି ଲଢେଇ ଝଗଡା କରୁ। ତା’ଠାରୁ ସବୁକିଛି ଛଡ଼ାଇ ନେଇ ନିଜର କରିନେଉ, କିନ୍ତୁ ଭାଇ ତାକୁ ଗାଳି ଦିଏ ନାହିଁ କି ମାରେ ନାହିଁ। ବରଂ ପ୍ରେମରେ ବୁଝେଇବାକୁ ଚେଷ୍ଟା କରେ। କିନ୍ତୁ କୌଣସି ବି ଭାଇ ତା’ ଭଉଣୀକୁ କିଛି କୁହେନି। ଭଉଣୀର ସବୁ ସୁଖ ସେ ଦେଖିବାକୁ ଚାହେଁ। ଏହାର ସିଧାସଳଖ ଉଦାହରଣ ଦେଖିବାକୁ ହେଲେ ଏହି ଭିଡିଓ ଦେଖନ୍ତୁ ଯେଉଁଠାରେ ଜଣେ ଭାଇ ନିଜ ଭଉଣୀକୁ ପିଠିରେ ବସେଇ ପାଣିରେ ପଶି ଯାଉଛି।

ଏହି ଭିଡିଓରେ ଦେଖାଯାଏ ଯେ ଭାଇ ଉଉଣୀ ସ୍କୁଲ୍‌କୁ ଯାଉଥିଲେ। ରାସ୍ତା ପାଣିରେ ବୁଡିଯାଇଥିଲା। ଭାଇଟି ଏହା ଦେଖି ତୁରନ୍ତ ତା ଜୋତା ଖୋଲି ବ୍ୟାଗରେ ରଖିଦିଏ। ଏହାପରେ ଭଉଣୀକୁ ପିଠିରେ ବସେଇ ତାକୁ ଧୀରେ ଧୀରେ ପାଣି ଭରା ରାସ୍ତାକୁ ପାରିକରିଦିଏ। ଏହି ଭିଡିଓରେ ଭାଇର ତା’ କୁନି ଭଉଣୀ ପ୍ରତି ଥିବା ପ୍ରେମ ଦେଖି ସୋସିଆଲ ମିଡିଆରେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି।

ଭିଡିଓଟି ଏତେ ପସନ୍ଦ ହୋଇଥିଲା ଯେ ପୋଷ୍ଟ ହେବାର ଗୋଟିଏ ଦିନ ଶେଷ ହେବା ପୂର୍ବରୁ ମଧ୍ୟ ଏହାର ଭ୍ୟୁ ଏକ ଲକ୍ଷରୁ ଅଧିକ ହୋଇଯାଇଥିଲା। ଖବର ଲେଖାହେବା ବେଳକୁ ଏହି ଭିଡିଓ ୧୩ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୪୯ ହଜାରରୁ ଅଧିକ ଲାଇକ୍ ପାଇସାରିଥିଲା।

ଏହି ଭିଡିଓ ଦେଖି ଜଣେ କହିଛନ୍ତି ଯେ - ଯଦି ଏହି ପୁଅ ଯଦି ଏଭଳି ମନୋଭାବ ରଖେ ତେବେ ସେ ଜଣେ ଭଲ ମଣିଷ ହୋଇ ବାହାରିବ।

ଅନ୍ୟ ଜଣେ ଲେଖିଛନ୍ତି - ଭଉଣୀକୁ ସୁରକ୍ଷା ଦେବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, ସେ ଏହାକୁ କେବେବି ଛାଡିବ ନାହିଁ। ଏହା ବ୍ୟତୀତ, ଆଉ ଜଣେ ଏକ ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ – “ଯଦି ବଡ଼ ଭାଇ ଏବେଠାରୁ ତା ସାନ ଭଉଣୀକୁ ଏତେ ସୁରକ୍ଷା ଦେଇଥାଏ ତେବେ ମୁଁ ତାଙ୍କ ଭାବି ପ୍ରେମିକ ପାଇଁ ଦୁଖିତ।”

Viral Video Brother Sister Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ