Advertisment

ଗାଁର ଏହି ମହିଳାଙ୍କ ସ୍ୱର ଶୁଣିଲେ ଆପଣ ବି କହିବେ ଭିଲେଜ୍ ଟାଲେଣ୍ଟ୍

କେବେ ଶୁଣି ନଥିବେ ଏମିତି ସ୍ୱର। ସତେ ଯେମିତି ଭାସି ଆସୁଛି କୋଇଲିର କୁହୁ। ଏହି ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ।

ଅଦ୍ୟତନ ହୋଇଛି
Viral video of mother sings mere naina sawan bhadon

Viral video of mother sings mere naina sawan bhadon

Advertisment

ଗାଁ ପ୍ରତିଭା ସବୁବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ନା ସେମାନେ କୌଣସି ତାଲିମ୍ ନେଇଥାନ୍ତି ନା ସେମାନଙ୍କ ପାଖରେ କୌଣସି ସୁଯୋଗ ଥାଏ। କିନ୍ତୁ ସେମାନଙ୍କ ଈଶ୍ୱର ଦତ୍ତ ପ୍ରତିଭା ସେମାନଙ୍କ ଭିତରେ କଳାକୁ ବଞ୍ଚେଇ ରଖେ। ଯେତେବେଳେ ସେମାନଙ୍କ ଏହି କଳା ସାମ୍ନାକୁ ଆସେ ତାହା ହୋଇଯାଏ ଭାଇରାଲ।

Advertisment

ଏବେ ଏମିତି ଜଣେ ଗାଁ ମହିଳାଙ୍କ ସୁମଧୁର ସ୍ୱର ଭାଇରାଲ ହେଉଛି। ସେ ତାଙ୍କ ପିଲାର ଜିଦିକୁ ମାନି ଘରେ ରୁଟି ବେଲୁଥିବା ଅବସ୍ଥାରେ ୧୯୭୦ ଦଶକର ଗୀତ "ମେରେ ନୈନା ସାୱନ ଭାଦୋଁ" ଗୀତ ଗାଇ ଏବେ ଚର୍ଚ୍ଚାରେ। ଏହି ମହିଳାଙ୍କ ରୋମାଣ୍ଟିକ ଗୀତ ଆଉ ତାଙ୍କର କୋକିଳ କଣ୍ଠର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

ଏହି କ୍ଲିପ୍‌ରେ ମହିଳା ଜଣକ ରୁଟି ବେଲୁଥିବା ଦେଖାଏ। ଏତିକି ବେଳେ ତାଙ୍କ ପିଲା ମାଙ୍କୁ କହୁଛି, “ମମି, ଦୟାକରି ଗୋଟେ ବୋଲ। ମୁଁ ତୁମର ସ୍ୱରକୁ ବହୁତ ଭଲ ପାଏ। ସେଥିପାଇଁ ମୁଁ ଶୁଣେ।" ଏହା ପରେ ମାଆ କୁହନ୍ତି ଯେ ସେ ପୂର୍ବରୁ ଗୀତ ଶୁଣେଥିଲେ। ମା’ କଣ୍ଠରୁ ଗୀତ ଶୁଣିବାର ବହୁତ ଦିନ ହୋଇଗଲାଣି ବୋଲି ପିଲାଟି କୁହେ। କିନ୍ତୁ ପିଲାଟି ମା’ଙ୍କୁ ଛାଡେନି। ସେ ମା’ର କଣ୍ଠରୁ ଗୀତ ଶୁଣିବାକୁ ଜିଦିକରେ।

Advertisment

ପିଲାଟିର ଜିଦି ଆଗରେ ହାର ମାନି ଶେଷରେ ମା’ ରାଜି ହୁଅନ୍ତି ଆଉ ତାଙ୍କ କୋକିଳ କଣ୍ଠରେ ପିଲାକୁ ଗୀତ ଶୁଣାନ୍ତି। ରୁଟି ବେଲୁ ବେଳୁ ସେ ଗୀତ ଗାଆନ୍ତି। ଶ୍ରୋତାମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି ମହିଳା ଜଣକ ଏହି ଗୀତଟିକୁ ଅତି ସହଜରେ ଗାନ କରନ୍ତି।

ଏହି ଭିଡିଓକୁ ଫେସ୍‌ବୁକ୍‌ରେ ୧୪ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।

Advertisment

ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ “ବହୁତ ସୁନ୍ଦର ସ୍ୱର। ସେ ଏତେ ବହୁତ ଭଲ ଗାଇଛନ୍ତି। ଯଦି ସେ ବୃତ୍ତିଗତ ତାଲିମ ପାଇପାରିବେ ତେବେ ସେ ଏକ ପ୍ଲେବ୍ୟାକ୍ ଗାୟକ ହୋଇପାରିବେ। ଭଗବାନ ଆଶୀର୍ବାଦ କରନ୍ତୁ।” ସେହିପରି ଆଉ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, "ବହୁତ ମଧୁର ସ୍ୱର ଏବଂ ସୁଗମ ଗାୟନ ଶୈଳୀ।"

ତେବେ ମେହବୁବା ଚଳଚ୍ଚିତ୍ରର ଏହି ଗୀତକୁ ଲତା ମଙ୍ଗେଶକର ଗାଇଥିଲେ ଏବଂ ଏହାର ଗୀତିକାର ଆନନ୍ଦ ବକ୍ସି ଥିଲେ। ୧୯୭୬ର ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନା ଏବଂ ହେମା ମାଲିନି ଅଭିନୟ କରିଥିଲେ।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ