Advertisment

ୟୁପି ବୋର୍ଡ ପରୀକ୍ଷାରେ ବି ଝିଅମାନେ ଆଗରେ

ଶିକ୍ଷାରେ କ୍ଷେତ୍ରରେ ଆଗଉଛନ୍ତି ଝିଅ। ପୁଅମାନଙ୍କୁ ପଛରେ ପକେଇ ସବୁଥିରେ ପାଉଛନ୍ତି ସଫଳତା। ୟୁପି ବୋର୍ଡ ପରୀକ୍ଷାରେ କେଉଁମାନେ ଆଗରେ ଅଛନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
UP board 10th result 2022 girls topper list

UP board 10th result 2022 girls topper list

Advertisment

ଉତ୍ତରପ୍ରଦେଶର ବୋର୍ଡ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଅପେକ୍ଷା ଶେଷ ହୋଇଛି। ୟୁପି ବୋର୍ଡ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥର କାନପୁରର ପ୍ରିନ୍ସ ପଟେଲ ବାଜି ଜିତି ଟପ୍ପର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହାଇସ୍କୁଲ୍‌ ବୋର୍ଡ ପରୀକ୍ଷାରେ ମୋଟ ୨୭୮୧୬୪୫ ଜଣ ଛାତ୍ର ପଞ୍ଜୀକୃତ ହୋଇଥିଲେ, ସେଥିମଧ୍ୟରୁ ୨୫୨୦୬୩୪ ଜଣ ଛାତ୍ର ଆନୁଷ୍ଠାନିକ ଏବଂ ବ୍ୟକ୍ତିଗତ ଭାରେ ପରୀକ୍ଷାରେ ହାଜର ହୋଇଥିଲେ।

Advertisment

ଏମାନଙ୍କ ମଧ୍ୟରୁ ପାସ୍ କରିଥିବା ସଂଖ୍ୟା ୨୨୨୨୭୪୫। ସଫଳ ଛାତ୍ରଛତ୍ରୀମାନଙ୍କ ମଧ୍ୟରୁ ଝିଅମାନଙ୍କ ସଂଖ୍ୟା ଅଧିକ ରହିଛି। ହାଇସ୍କୁଲ ପରୀକ୍ଷା ଫଳାଫଳରେ ଝିଅମାନଙ୍କର ସଫଳତା ପ୍ରତିଶତ ୯୧.୬୯ ଥିବାବେଳେ ପୁଅମାନଙ୍କର ପାସ୍ ପ୍ରତିଶତ ୮୫.୦୫ ରହିଛି। ଶ୍ରେଷ୍ଠ ୧୦ ଟପ୍ପର ତାଲିକାରେ ମଧ୍ୟ ପାଞ୍ଚ ଜଣ ଝିଅଙ୍କ ନାମ ସାମିଲ୍ ହୋଇଛି। ତେବେ ଆସନ୍ତୁ ୟୁପି ଦଶମ ବୋର୍ଡ ପରୀକ୍ଷାରେ ଶୀର୍ଷରେ ଥିବା ଶ୍ରେଷ୍ଠ ୫ ଟପ୍ପର ଝିଅଙ୍କ ବିଷୟରେ ଜାଣିନେବା।

ଝିଅମାନଙ୍କ ଟପ୍ପର ତାଲିକା:

ପ୍ରଥମ ସ୍ଥାନ - ୯୭.୫୦ ପ୍ରତିଶତ ମାର୍କ ରଖି ମୁରାଦାବାଦର ସଂସ୍କୃତି ଠାକୁର ଏବଂ କାନପୁରର କିରଣ କୁଶୱାହାଙ୍କ ସଫଳତା

Advertisment

ଦ୍ୱିତୀୟ ସ୍ଥାନ - ୯୭.୧୭ ପ୍ରତିଶତ ମାର୍କ ରଖି କାନପୁରର ପଲକ ଅବସ୍ଥି ଏବଂ ପ୍ରୟାଗରାଜର ଆସ୍ଥା ସିଂହଙ୍କ ସଫଳତା

ତୃତୀୟ ସ୍ଥାନ - ୯୭.୦୦ ପ୍ରତିଶତ ମାର୍କ ରଖି ସୀତାପୁରର ଏକତା ବର୍ମା, କାନପୁରର ନ୍ୟାନ୍ସୀ ବର୍ମା ଓ ପ୍ରାନ୍ସୀଙ୍କ ସଫଳତା

Advertisment

ଚତୁର୍ଥ ସ୍ଥାନ- ୯୬.୮୩ ପ୍ରତିଶତ ମାର୍କ ରଖି ସୀତାପୁରର ଶୀତଲ ବର୍ମାଙ୍କ ସଫଳତା

ପଞ୍ଚମ ସ୍ଥାନ- ୯୬.୫୦ ପ୍ରତିଶତ ମାର୍କ ରଖି ସୀତାପୁରର ଇଶିତା ବର୍ମା, ରାଏବରେଲିର କଶୀଶ ଯାଦବ ଏବଂ ମଉର ହର୍ଷିତା ଶର୍ମାଙ୍କ ସଫଳତା

ଷଷ୍ଠ ସ୍ଥାନ- ୯୬.୩୩ ପ୍ରତିଶତ ମାର୍କ ରଖି ଲଲିତପୁରର ଓମଶୀ ସିଂହ ଏବଂ ମଉର ଅଞ୍ଜଲି ଚୌହାନଙ୍କ ସଫଳତା
ସପ୍ତମ ସ୍ଥାନ - ୯୬.୧୭ ପ୍ରତିଶତ ମାର୍କ ରଖି ଲଲିତପୁରର ଅନୁପ୍ରିୟା ଜେନା ଏବଂ ଫତେହପୁରର ରୋଶନୀ ନିଷାଦଙ୍କ ସଫଳତା

ଅଷ୍ଟମ ସ୍ଥାନ- ୯୬.୦୦ ପ୍ରତିଶତ ମାର୍କ ରଖି ଚିତ୍ରକୁଟର ହର୍ଷିତା ସିଂହ, ପ୍ରୟାଗର ଆସ୍ଥା ତିୱାରୀ, ଅଯୋଧ୍ୟାର ନିଷିତା ଯାଦବ ଏବଂ ଦେଓରିଆର ଅଂଶୁ ଯାଦବଙ୍କ ସଫଳତା

ପିକ୍‌ଅପ୍ ଡ୍ରାଇଭରଙ୍କ ଝିଅ କିରଣ କୁଶୱାହା:

ଟପ୍ପର କିରଣ କୁଶୱାହା ହେଉଛନ୍ତି କାନପୁରର ନୌବସ୍ତା ନିବାସୀ। ସେ ୯୭.୫୦% ମାର୍କ ହାସଲ କରିଛନ୍ତି। ସେ ସହରର ଶିବାଜୀ ଇଣ୍ଟର କଲେଜ ଅର୍ରାର ଛାତ୍ରୀ। ଦଶମ ଶ୍ରେଣୀରେ ଶୀର୍ଷରେ ରହିଥିବା କିରଣଙ୍କ ପିତାଙ୍କ ନାମ ସଞ୍ଜୟ କୁଶୱାହା ହୋଇଥିବା ବେଳେ ସେ ଜଣେ ପିକ୍‌ଅପ୍ ଡ୍ରାଇଭର। ତାଙ୍କ ମା’ ରୁମା ଦେବୀ ହେଉଛନ୍ତି ଜଣେ ଗୃହିଣୀ।

ପରିବାରର ପାଞ୍ଚ ଭଉଣୀଙ୍କ ମଧ୍ୟରୁ କିରଣ ହେଉଛନ୍ତି ସାନ। କିରଣ ନିଜର ସଫଳତା ନେଇ ତାଙ୍କ ବାପା ଏବଂ ଦାଦା ଅନିଲ କୁଶୱାହାଙ୍କୁ ଶ୍ରେୟ ଦେଇଛନ୍ତି। କିରଣ କହିଛନ୍ତି ଯେ ଯେତେବେଳେ ବି ଫି ଜମା କରିବାକୁ ଟଙ୍କା ନଥାଏ, ଦାଦା ତାଙ୍କ ଫି ଜମା କରିବାରେ ସାହାଯ୍ୟ କରନ୍ତି। କିରଣଙ୍କ ଦାଦା ଜଣେ ପନିପରିବା ବିକାଳି। କିରଣ ଜଣେ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି।

କୃଷକ ପରିବାରର ଝିଅ ଅଂଶୁ ଯାଦବ:

ୟୁପି ବୋର୍ଡର ହାଇସ୍କୁଲ୍‌ ପରୀକ୍ଷା ଫଳାଫଳରେ ଦେଓରିଆର ଅଂଶୁ ଯାଦବ ରାଜ୍ୟର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଦେଓରିଆ ଜିଲ୍ଲାର ଭଟନୀ ଅଞ୍ଚଳର କୌଲା ଡାବର ଗାଁର ବାସିନ୍ଦା। ତାଙ୍କ ବାପାଙ୍କ ନାମ ଦୀନେଶ ଯାଦବ ହୋଇଥିବା ବେଳେ ସିଏ ଜଣେ କୃଷକ ଏବଂ ମା’ ସରିତା ଦେବୀ ଜଣେ ଗୃହିଣୀ। ଅଂଶୁ ଭଟନୀ ଅଞ୍ଚଳର ଶ୍ରୀ ବଚନ ଡକ୍ଟର ଭୀମରାଓ ଆମ୍ବେଦକର ଇଣ୍ଟର କଲେଜ ଭରହେ ଚୌରାର ଛାତ୍ରୀ।

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ