Advertisment

ଇଏ ହିଁ ପ୍ରକୃତ ସାଙ୍ଗ ! ଜଣଙ୍କୁ କାନ୍ଧରେ ବସାଇ ସ୍କୁଲ ନେଉଛି ଅନ୍ୟ ଜଣେ ସାଙ୍ଗ

ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ। ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ। ଲୋକେ କହୁଛନ୍ତି, ଏମିତି ଦୋସ୍ତି କେବେ ଦେଖିନାହାଁନ୍ତି ..

ଅଦ୍ୟତନ ହୋଇଛି
Unique friendship

Unique friendship

Advertisment

ପିଲାଟି ଦିନରୁ ଦୁଇଜଣ ଭାରି ସାଙ୍ଗ । ଏକାଠି ଖାଆନ୍ତି, ଏକାଠି ପଢନ୍ତି...ଏକାଠି ବି ସ୍କୁଲ ଯାଆନ୍ତି । କେହି କାହାକୁ ଛାଡି ଦଣ୍ଡେ ରହିପାରନ୍ତି ନାହିଁ । ହେଲେ ଦୁଃଖର କଥା ସେ ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ । ସିଏ ଚାଲିପାରନ୍ତିନି କି କୁଆଡେ ଯାଇପାରନ୍ତିନି । ଆଉ ଏମିତି ସ୍ଥିତିରେ ଜଣେ ସାଜିଛି ଅନ୍ୟ ଜଣଙ୍କର ସାହାରା । କୁନି ବୟସ ସିନା ହେଲେ କାମ ଏମିତି କରୁଛି ଯେ ଦେଖିବା ଲୋକ ବି ତାଜୁବ ହୋଇଯାଉଛି ।

Advertisment

ସୁନ୍ଦରଗଡ କୋଇଡାର ଜେସିକା ଓ ମାଂଗରୀ । ପିଲାଟି ଦିନରୁ ସେମାନେ ଭାରି ସାଙ୍ଗ । କିନ୍ତୁ ଦୁଃଖର କଥା ଜେସିକା ଜଣେ ଦିବ୍ୟାଙ୍ଗ । ଚାଲିବୁଲି ପାରିବା ତା’ ପକ୍ଷରେ ସମ୍ଭବ ନୁହେଁ । ହେଲେ ସାଙ୍ଗର ପ୍ରତି ମୁହୂର୍ତ୍ତରେ ସାଥ୍‌ ଦେଉଛି ସାଙ୍ଗ । କାନ୍ଧରେ ବସାଇ ସ୍କୁଲ ନେଉଛି ତ ଆଉ କେତେବେଳେ ଟ୍ରାଏସାଇକେଲରରେ ବସାଇ ବୁଲାଇ ଆଣୁଛି ସାଙ୍ଗ । ଏତେ କମ୍‌ ବୟସରେ ବି ତାଙ୍କ ବନ୍ଧୁତ୍ୱକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

କୋଇଡା କୁସୁମୁଣ୍ଡି ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ଜେସିକା ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମାଂଗରୀ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ହେଲେ ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ପିଲାଟି ଦିନରୁ ଏମାନେ ଜୀବନ ଦିଆନିଆ ସାଙ୍ଗ । ହେଲେ ମାଂଗରୀ ସ୍କୁଲ ପଳାଇବା ପରେ ଭାରି ଏକାଏକା ଲାଗେ ଜେସିକାକୁ । ସିଏ ବି ସ୍କୁଲରେ ପଢିବ, ଖେଳିବ...ଏମିତି କେତେ କଣ ସ୍ୱପ୍ନ ଦେଖେ । କିନ୍ତୁ ଗୋଡ ସାଥ୍‌ ଦିଏନାହିଁ ।

Advertisment

ସାଙ୍ଗର ଅସହାୟତା ସମ୍ପର୍କରେ ଜାଣିଲେ ବି କଣ କରିବ? କେମିତି କରିବ ସେନେଇ ଚିନ୍ତା କରେ । ବାସ୍ ଏତିକି ବେଳେ ନିଜ କାନ୍ଧରେ ଏମିତି ବସାଇ ସ୍କୁଲ ନେବାକୁ ଚିନ୍ତା କଲା ମାଂଗାରୀ । ଖାଲି ଚିନ୍ତା କଲା ତାହା ନୁହେଁ ବରଂ କାମରେ କରିକି ଦେଖାଇଲା । ଏବେ ଉଭୟ ପ୍ରତିଦିନ ଏମିତି ସାଙ୍ଗ ହୋଇ ଯାଉଛନ୍ତି ସ୍କୁଲ ।

ଜାଣିଆଶ୍ଚର୍ଯ୍ୟ ହେବେ କି ଆଜିକା ସ୍ୱାର୍ଥପର ଦୁନିଆରେ ଜେସିକାଙ୍କୁ କାନ୍ଧରେ ବସାଇ ପ୍ରାୟ ୧ କିମିରୁ ଅଧିକ ରାସ୍ତା ନେଉଥଲା ମାଂଗାରୀ । ହେଲେ ସରକାରଙ୍କ ପକ୍ଷରୁ ତିନିଚକିଆ ସାଇକେଲ୍‌ ମିଳିବା ପରେ ଉଭୟ ସାଙ୍ଗ ହୋଇ ଯାଉଛନ୍ତି ସ୍କୁଲ । ସେପଟେ କୁଆଡେ ଯଦି ବୁଲିବାକୁ ପ୍ଲାନ୍‌ ହେଲା ମାଂଗାରୀଙ୍କୁ ବେଶ୍‌ ଭଲରେ ସଜେଇ ଦିଅନ୍ତି । ଆଉ ସାଙ୍ଗ ହୋଇ ବୁଲିବାକୁ ବାହାରିଯାଆନ୍ତି ।

Advertisment

ଦୁହିଁଙ୍କ ମଧ୍ୟରେ ଏମିତି ବନ୍ଧୁତା ରହିଛି ଯେ ଆଖିରେ ନଦେଖିଲେ ବିଶ୍ୱାସ ହେବନାହିଁ । ପିଲାଟି ଦିନରୁ ୟାଙ୍କର ଦୋସ୍ତିକୁ ସ୍କୁଲଠାରୁ ଘର..ସମସ୍ତେ ପ୍ରଶଂସା କରିବା ସହିତ ସାଙ୍ଗ ହେବ ତ ଏମିତି ବୋଲି କହୁଛନ୍ତି ।

Unique Friendship Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ