Advertisment

ଇଏ ପ୍ରକୃତ ବନ୍ଧୁ ! କୁକୁରଠୁ ମାଙ୍କଡ଼ କ୍ଷୀର ପିଉଛି, ପିଠିରେ ବସି ବଜାର ବୁଲୁଛି

ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ

ଅଦ୍ୟତନ ହୋଇଛି
Friendship Day Special

Friendship Day Special

Advertisment

ସ୍ୱାର୍ଥପର ମଣିଷ ସମାଜର ଦୁନିଆ ଭିତରେ ଏବେ ବି ବଞ୍ଚିରହିଛି ପଶୁ, ପକ୍ଷୀ ଏବଂ ମଣିଷ ଭିତରେ ଅନାବିଳ ସ୍ନେହ ସମ୍ପର୍କ । ସେଇଥି ପାଇଁ ତ କେତେବେଳେ ମଣିଷ ପିଠିରେ ମାଙ୍କଡ ବସି ଗେଲ ହେଉଛି ତ ଆଉ କେତବେଳେ କୁକୁର ପିଠିରେ ମୁଣ୍ଡରଖି ଶୋଇପଡିବା ସହ କୁକୁରକୁ ମାଆ ଭାବି କ୍ଷୀର ମଧ୍ୟ ଖାଉଛି ମାଙ୍କଡ । ୩ ଜଣଙ୍କ ଭିନ୍ନ ଜାତି । ହେଲେ ଭଲପାଇବା ଡୋରିରେ ସେମାନେ ଏମିତି ବାନ୍ଧି ହୋଇ ରହିଛନ୍ତି ଯେ କ୍ଷଣକ ପାଇଁ କେହି କାହାଠାରୁ ଅଲଗା ହେବାକୁ ଚାହୁଁନାହାନ୍ତି । ଖାଇବାଠୁ, ଶୋଇବା ସେମାନେ ସବୁବେଳେ ଏକାଠି ରହିବାକୁ ପସନ୍ଦ କରନ୍ତି । ତେଣୁ ସେମାନଙ୍କ ଭଲପାଇବା ଦେଖି ସମସ୍ତେ ଦିୱାନା ।

Advertisment

ପୁରୀ କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡାର ପିତବାସ ପାହାଣ । ପେସାରେ ସେ ଜଣେ ଦିନ ମଜୁରୀଆ । ପର ଘରେ ମଜୁରୀ ଲାଗିଲେ ଚୁଲିକୁ ଭାତହଣ୍ଡା ଉଠେ । କିନ୍ତୁ ପଶୁ ପକ୍ଷୀଙ୍କ ପ୍ରେମରେ ପାଗଳ ପୀତବାସ । ବଣ ଜଙ୍ଗଲରେ ଘୁରି ବୁଲୁଥିବା ମାଙ୍କଡକୁ ନିର୍ଭୟ ଭାବରେ ତାଙ୍କ ମୁଣ୍ଡ ଉପରେ ବସାଉଛନ୍ତି । ଖାଲି ବସାଇଛନ୍ତି ତାହା ନୁହେଁ ବରଂ ନିଜ ପିଲା ପରି ଗେଲ କରୁଛନ୍ତି ।

କୁହାଯାଏ କୁକୁର ମାଙ୍କଡ଼ଙ୍କ ମଧ୍ୟରେ ସଂପର୍କ ଅହି-ନକୁଳର । ହେଲେ ଏ କଥା ଭୁଲ ପ୍ରମାଣିତ କରିଛନ୍ତି ପୀତବାସ । ବେଳେବେଳେ କୁକୁର ପିଠିରେ ମାଙ୍କଡ ବସି ବୁଲୁଛି । ଖାଲି ଏତିକି ନୁହେଁ ବିଦେଶୀ ପକ୍ଷୀ ଏତେ ଅନାବିଳ ସ୍ନେହ ପାଇଛି ଯେ ପୀତବାସଙ୍କ କୋଳ ଛାଡି ଯାଉନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଆଜିକା ଦିନରେ ଅନେକ ସମୟରେ ଦେଖାଯାଉଛି କି ମଣିଷ ମଣିଷଙ୍କୁ ବି ପଚାରୁନାହିଁ । ହେଲେ ସେଇଠି ପଶୁ-ପକ୍ଷୀଙ୍କ ପ୍ରେମରେ ପୀତବାସ ଯେମିତି ପାଗଳ ହୋଇଛନ୍ତି ତାହାକୁ ନେଇ ବେଶ୍‌ ଚର୍ଚ୍ଚା । ସତରେ ଏମିତି ବନ୍ଧୁତା ଆପଣ ପୂର୍ବରୁ କେବେ ଦେଖିନଥିବେ ।

Advertisment

(କୃଷ୍ଣପ୍ରସାଦରୁ ନୀଳକଣ୍ଠ ପ୍ରଧାନଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ