Advertisment

ସାବାସ୍ ତୁଷାର...ମୁଣ୍ଡଫଟା ଖରାରେ ବୁଲି ବୁଲି ବୁଲା ପଶୁପକ୍ଷୀଙ୍କୁ ଜଳଦାନ କରିବା ଯାହାଙ୍କ ନିଶା...

ଗ୍ରୀଷ୍ମ ପ୍ରବାହରେ ସାରା ଓଡ଼ିଶା ତତଲା କଢେଇରେ ସିଝୁଛି , ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ, ଏହି ଭଳି ଡହ ଡହ ଖରାରେ ବୁଲା ପଶୁ ପକ୍ଷୀ ମାନଙ୍କୁ ନିଛାଟିଆ ରାସ୍ତାରେ ଜଳ ଦାନ କରୁଛନ୍ତି ଉଦଳା ମେଣ୍ଢାଖାଇ ଅଂଚଳର ଯୁବକ ତୁଷାର ମହାନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରଛନ୍ତି ଲୋକେ ।

ଅଦ୍ୟତନ ହୋଇଛି
Udala man

Udala man

Advertisment

ମୁଣ୍ଡ ଉପରେ ୪୫ ଡିଗ୍ରୀ ଖରା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଉତ୍ତପ୍ତ ସହର ପାଲଟିଛି। ଏହାରି ଭିତରେ ନିଛାଟିଆ ରାସ୍ତା, ଜଙ୍ଘଲ ଅଂଚଳରେ ବୁଲା ଗୋରୁ ଗାଇ, ପଶୁ ପକ୍ଷୀମାନେ ପାଣି ଟୋପେ ପାଇଁ ଏଣେ ତେଣେ ହେଉଛନ୍ତି, ପଶୁ ପକ୍ଷୀ ମାନଙ୍କ ଦୁଃଖ ସହି ନପାରି ସେମାନଙ୍କ ଶୋଷ ମେଣ୍ଟାଉ ଛନ୍ତି ଉଦଳା ମେଣ୍ଢାଖାଇ ଅଂଚଳର ଯୁବକ ତୁଷାର ମହାନ୍ତି ।  ପ୍ରବଳ ଖରା ହେତୁ ରାସ୍ତାରେ କାଁ ଭାଁ ଲୋକେ ଯାଉଛନ୍ତି, ଉତ୍ତାପ କୁ ଖାତିର ନକରି ନିଛାଟିଆ ରାସ୍ତାରେ ମାଟି ନିର୍ମିତି ବଡ଼ ବଡ଼ ହାଣ୍ଡି, ଠେକି ବଜାରରୁ ଆଣିବାପରେ ବୁଲା ଗୋରୁ ଗାଇ, ଷଣ୍ଢ ମାନଙ୍କ ଶୋଷ ମେଣ୍ଟାଈଵା ପାଇଁ ବିଲ ଏବଂ ରାସ୍ତା କଡ଼ରେ ପାଣି ରଖି ଦେଉଛନ୍ତି, ସେହିଭଳି ରାସ୍ତା କଡରେ ଥିବା ଗଛରେ ଠେକି ବାନ୍ଧି ଚଢେଇ ମାନଙ୍କ ପାଇଁ ପାଣି ରଖୁଛନ୍ତି ।

Advertisment

ସତରେ ଆଜିବି ମାନବିକତା ବଞ୍ଚିଛି, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ତୁଷାର । ପ୍ରବଳ ଖରାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡୁଥିବା ବେଳେ ପଶୁ ପକ୍ଷୀ ମାନଙ୍କ ଜୀବନ କେତେ କଷ୍ଟ କର ହୋଇପଡୁନଥିବ ଅନୁମାନ କରିପାରୁଥିବେ ,ସଂସାରରେ ମଣିଷ ସହିତ ଯିବ ଜଗତ ବଂଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ବିପଦ ଅପଦରେ ତାଙ୍କ ସେବା ପାଇଁ ମଣିଷ ଖରା ବର୍ଷା, ଶୀତ କୁ ଖାତିର ନକରି ଆଗକୁ ଆସିବା ଦରକାର,ସେଥିପାଇଁ ପ୍ରବଳ ଉତ୍ତାପ କୁ ଖାତିର ନକରି କଥା କହି ପାରୁନଥିବା ପଶୁ ପକ୍ଷୀ ମାନଙ୍କୁ ପାଣି ମୁନ୍ଦେ ଦେଉଛନ୍ତି,ଗ୍ରୀଷ୍ମ ପ୍ରବାହ ସାରିବା ପର୍ଯ୍ୟନ୍ତ ଏଭଳି ଜଳ ସେବା ଜାରି ରହିବ ବୋଲି କହିଛନ୍ତି

ତୁଷାରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ବେଶ୍ ପ୍ରଶଂସା କରିଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ବିଭିନ୍ନ ଜଳାଶୟ ଏବେ ଶୁଖିଲା ପଡ଼ିଛି । ଯାହା ଫଳରେ ପଶୁ ପକ୍ଷୀ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି । ଆଉ ଏହି ସମୟରେ ତୁଷାରଙ୍କ ଜଳ ସେବା ନିରୀହ ପ୍ରାଣୀଙ୍କ ଜଳକଷ୍ଟକୁ ଦୂର କରିଛି ।

Advertisment

ଉଦଳାରେ ପ୍ରତିଦିନ ୪୧ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବାରୁ ଗଡିଆ ପୋଖରୀ ବି ଶୁଖିବାରେ ଲାଗିଲାଣି । ବୁଲା ପଶୁ ପକ୍ଷୀ ମାନଙ୍କ ପାଇଁ ମୁନ୍ଦେ ପାଣି ମିଳିବା କଷ୍ଟ କର ହୋଇପଡୁଛି, ଶୋଷ ହେଲେ କିଛି ଦୂରରେ ଥିବା ସୋନ ନଦୀ ହିଁ ଭରସା । ସେପଟେ ଦିନକୁ ଦିନ କଂକ୍ରିଟ ଜଙ୍ଗଲ ଗଢ଼ି ଉଠୁଥିବାବେଳେ ଗଛ ଲଗାଇବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ।

Good Story Udala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ