Advertisment

ଶିଷ୍ୟ ହେବ ତ ଏମିତି ! ୧୦ ବର୍ଷ ହେଲା ଗୁରୁଙ୍କୁ କାନ୍ଧରେ ବୋହୁଛନ୍ତି

ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ସେ ଯେମିତି ଆଶାର ବାଡ଼ି ପାଲଟି ଯାଇଛନ୍ତି।

ଗୁରୁଙ୍କୁ ବୋହୁଛନ୍ତି ରବି

ଗୁରୁଙ୍କୁ ବୋହୁଛନ୍ତି ରବି

Advertisment

ପୌରାଣିକ ଯୁଗରେ ଏକଲବ୍ୟଙ୍କ ଭଳି ଅନେକ ଶିଷ୍ୟ ନିଜର ଆନୁଗତ୍ୟ ପାଇଁ ଯୁଗ ଯୁଗ ପାଇଁ ନିଜର ନାଁ ଇତିହାସରେ ଲିପିବଦ୍ଧ କରିଥିବା ବେଳେ ଆଜିର ଯୁଗରେ ବି ଏଭଳି ଶିଷ୍ୟ ଅଚ୍ଛନ୍ତି ଯିଏ ୧୦ ବର୍ଷ ହେଲା ନିଜ ଜୀବନକୁ ତାଙ୍କ ଗୁରୁଙ୍କ ପ୍ରତି ଉତ୍ସର୍ଗୀକୃତ କରିଛନ୍ତି। ଗୁରୁଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ନିଜ ଗୁରୁଙ୍କୁ ଏବେ ସେ ବର୍ଷ ବର୍ଷ ହେଲା ଏକ ସ୍ୱତନ୍ତ୍ର ଗାଡ଼ିରେ ନିଜ କାନ୍ଧରେ ବୋହି ଗାଁ ଗାଁ ବୁଲି ଗୁରୁବାଣୀ ପ୍ରଚାର କରୁଛନ୍ତି।

Advertisment

ଏଭଳି ଜଣେ ଅନନ୍ୟ ଶିଷ୍ୟ ହେଉଛନ୍ତି ଭକ୍ତ ରବି ଦାସ, ନିଜ ଗୁରୁ ନରୋତ୍ତମ ଦାଶଙ୍କ ନିକଟରେ ୧୦ ବର୍ଷ ହେଲା ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ସେ ଯେମିତି ଆଶାର ବାଡ଼ି ପାଲଟି ଯାଇଛନ୍ତି। ଦୀର୍ଘବର୍ଷ ହେଲା ଗୁରୁ ନରୋତ୍ତମ ଦାଶ ମହିମା ଧର୍ମର ପ୍ରଚାର ପାଇଁ ସାରା ଦେଶ ଭ୍ରମଣ କରୁଥିବା ବେଳେ ଏବେ ସେ କଟକ ଜିଲ୍ଲା ନିଆଳି ଠାରୁ ଆରମ୍ଭ କରି ପୁରୀଜିଲ୍ଲା ନୟାହାଟ, କାକଟପୁର ଓ ଅସ୍ତରଙ୍ଗ ଆଦି ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଲୋକଙ୍କୁ ଧର୍ମୀୟ ସଚେତନ କରୁଛନ୍ତି।

ଦୈନିକ ୨୦ରୁ ୨୫ କିଲୋମିଟର ବାଟ ନିଜ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ନିଜ କାନ୍ଧରେ ବୋହି ଗାଁ ଗଣ୍ଡାରେ ମହିମା ଧର୍ମର ପ୍ରଚାର କରୁଛନ୍ତି । ଏଭଳି ଜଣେ ବିରଳ ଶିଷ୍ୟଙ୍କୁ ପାଇଁ ଗୁରୁ ନରୋତ୍ତମ ଦାସ ବେଶ ଗର୍ବିତ ବୋଲି କହିଛନ୍ତି । ବାସ୍ତବରେ ଭକ୍ତ ରବି ଦାସ ହେଉଛନ୍ତି ଏ ଯୁଗର ଏକଲବ୍ୟ।

Advertisment

ରିପୋର୍ଟ: ସଞ୍ଜୟ ପତି

Teacher-student Relation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ