Advertisment

ଡେଲିଭରୀ ବୟ ହୋଇଗଲେ ସପ୍ଟୱେୟାର୍ ଇଂଜିନିୟର

ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।

Swiggy Delivery boy to software engineer

Swiggy Delivery boy to software engineer

Advertisment

ସେ ସ୍ୱିଗୀରେ ଡେଲିଭରୀ କରୁଥିଲେ। ନିଜର ଉଦ୍ୟମ ବଳରେ ସେ ଏବେ ଆଇଟି କମ୍ପାନୀରେ ସପ୍ଟୱେୟାର୍ ଇଂଜିନିୟର। ସେ ହେଲେ ଶେକ୍ ଅବ୍ଦୁଲ୍ ସତାର। ସେ ତାଙ୍କର କାହାଣୀକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି, ଯାହା ଅତ୍ୟନ୍ତ ପ୍ରେରଣାଦାୟକ। ତାଙ୍କ କାହାଣୀ ସ୍ୱପ୍ନ ଦେଖେଇବା ଓ ତାହାକୁ ବାସ୍ତବତାରେ ପରିଣତ କରିବା ନେଇ ପ୍ରେରଣା ଦିଏ।

Advertisment

ସତାର ସ୍ୱିଗୀ ଓ ଜମୋଟୋରେ ଦେଲିଭରୀ ଏଜେଣ୍ଟ ଭାବେ କାମ କରୁଥିଲେ। ନିଜ ପରିବାରକୁ ଆର୍ଥିକ ସହଯୋଗ କରିବା ନେଇ ସେ ଏହି କାମ ଆରମ୍ଭ କରିଥିଲେ।

ସତାରଙ୍କ ବାପା କଣ୍ଟ୍ରାକ୍ଟ କାମ କରନ୍ତି। ତାଙ୍କ ରୋଜଗାର ଆବଶ୍ୟକତା ଠାରୁ ବହୁତ କମ। ପରିବାରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କଲେଜ୍‌ରେ ପଢିବା ବେଳେ ସତାର ଡେଲିଭରୀ ଏଜେଣ୍ଟ ଭାବେ କାମ କରିବା ଆରମ୍ଭ କରିଥିଲେ। ସେ କୁହନ୍ତି ଯେ ଏହି ସମୟରେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କୋଡିଙ୍ଗ କରିବା ନେଇ ଉପଦେଶ ଦେଇଥିଲେ। ସାଙ୍ଗ କଥାକୁ ମାନି କାମ ଶେଷ ପରେ ସତାର ସମୟ ବାହାର କରି ଏହା କରିଥିଲେ।

Advertisment

ସେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଡେଲିଭରୀ କାମ କରୁଥିଲେ। ସକାଳେ ସମୟ ବାହାର କରି ସେସ୍ କୋଡିଙ୍ଗ କରିବା ଶିଖିଥିଲେ। ଏହି ପାଠ ଶେଷ ହେବା ପରେ ସେ ୱେବ୍ ଆପ୍ଲିକେସନ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଥିଲେ। ଏହାପରେ ସେ ଆଇଟି କମ୍ପାନୀରେ ଚାକିରି କରିବା ନେଇ ଆବେଦନ କରିଥିଲେ। ଶେଷରେ ଏକ ଆଇଟି କମ୍ପାନୀ ତରଫରୁ ତାଙ୍କୁ ଚାକିରି ମିଳିଗଲା।

ସତାର ବର୍ତ୍ତମାନ Probe Information କମ୍ପାନୀର କର୍ମଚାରୀ ହୋଇଯାଇଛନ୍ତି। ସେ କହିଛନ୍ତି ଯେ “ଗୋଟିଏ ସମୟ ଥିଲା ଯେତେବେଳେ ମତେ ଗୋଟିଏ ଗୋଟିଏ ଟଙ୍କାର ହିସାସ ରଖିବାକୁ ପଡୁଥିଲା। ବର୍ତ୍ତମାନ ମୁଁ ଏମିତି ଏକ ଜାଗାରେ ପହଞ୍ଚିଯାଇଛି ଯେ କିଛି ମାସର ଦରମାରେ ହିଁ ମୋ ବାପାଙ୍କର ସବୁ କରଜ ସୁଝେଇ ଦେବି।”

Advertisment

ସତାରଙ୍କ ଏହି ସଫଳତା ନେଇ ଲିଙ୍କ୍ଡଇନରେ ତାଙ୍କୁ ଶୁଭେଚ୍ଛା ମିଳୁଛି। ପ୍ରେରଣା ଶର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ “ଏହା Amazing। ଆପଣଙ୍କ ପରିଶ୍ରମ ଓ ସମର୍ପଣ ହିଁ ଆପଣଙ୍କ ଦୁନିଆକୁ ବଦଳେଇ ଦେଲା। ଆପଣଙ୍କୁ ମିଳିଥିବା ଉପଦେଶକୁ ମଧ୍ୟ ଏହାର ଶ୍ରେୟ ଯାଉଛି। ମୋର ବିଶ୍ୱାସ ଯେ ଆପଣଙ୍କ କାହାଣୀ ଅନ୍ୟମାନଙ୍କୁ କିଛି କରିବାର ପ୍ରେରଣା ଦେବ।”

ଲିଙ୍କ୍ଡଇନରେ ଆଉ ଜଣେ ୟୁଜର ଲେଖିଛନ୍ତି ଯେ “ଆପଣ ଏହି କଥାର ଏକ ଜୀବନ୍ତ ଉଦାହରଣ ଯେ ପରିଶ୍ରମ ବଳରେ କିପରି ସଫଳତା ମିଳେ। ମୋର ଆଶା ଦେଶର ଯୁବପିଢି ଆପଣଙ୍କ ଠାରୁ ଓ ଆପଣଙ୍କ ଯାତ୍ରାରୁ ନିଶ୍ଚିତ ପ୍ରେରଣା ପାଇବେ।”

Inspirational Story Delivery Boy To Software Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ