Advertisment

Success Story: ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ; ୩ ଥର PSC ପରୀକ୍ଷା ପାଶ୍‌ କଲେଣି ରମାକାନ୍ତ

ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Success story of ramakant tyagi passed psc exam 3 times

Success story of ramakant tyagi passed psc exam 3 times

Advertisment

ଯେତେବେଳେ କେହି କିଛି ପାଇବା ନେଇ ପୂରା ହୃଦୟରୁ ଚାହାନ୍ତି, ସେତେବେଳେ ସବୁ ଶକ୍ତିକୁ ସେ ଦିଗରେ ଲଗେଇ ଦିଅନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ରମାକାନ୍ତ ତ୍ୟାଗୀ ଯିଏ ୩ ଥର PSC ପରୀକ୍ଷା ପାଶ୍‌ କରିଛନ୍ତି। ନିକଟରେ ରମାକାନ୍ତ ପଟୱାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ନିରନ୍ତର ଚର୍ଚ୍ଚାରେ ରହୁଛନ୍ତି।

Advertisment

ପ୍ରକାଶଥାଉ ଯେ ଯେ ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ରମାକାନ୍ତ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ଜୋରା ସହରର ବାସିନ୍ଦା।

ରମାକାନ୍ତ PCMରେ ଦ୍ୱାଦଶ ପଢା ଶେଷ କରି ବି.ଟେକ୍ କରିଛନ୍ତି। ପାଠ ପଢା ସହିତ ସେ ସରକାରୀ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି। ସେ ୨ ଥର ସାକ୍ଷାତକାର ଦେଇଛନ୍ତି କିନ୍ତୁ ଚୟନ ହୋଇପାରି ନାହାନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ, ସେ ଆସନ୍ତା ମାସରେ ସାକ୍ଷାତକାରରେ ଦେବାକୁ ପ୍ରସ୍ତୁତ ଅଛନ୍ତି।

Advertisment

ସେପଟେ ସେ ପଟୱାରୀ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ପଟୱାରୀ ପରୀକ୍ଷାରେ ଠକେଇ ଅଭିଯୋଗ ହେତୁ ଏହି ନିଯୁକ୍ତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ରମାକାନ୍ତ ତ୍ୟାଗୀଙ୍କ ସମ୍ପୂର୍ଣ୍ଣ ବାମ ପାର୍ଶ୍ୱ ଶରୀର ପୋଲିଓଗ୍ରସ୍ତ। ତାଙ୍କ ଗୋଡ ବଙ୍କା ହୋଇଥିବା ବେଳେ କାମ କରିବା ବେଳେ ହାତ ଥରେ। ରମାକାନ୍ତଙ୍କ ପିଲାଦିନ ସଂପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ଥିଲା। ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସେ କଥା କହି ପାରୁ ନଥିଲେ। କିନ୍ତୁ ମନରେ ସେ ଖୁବ ତୀକ୍ଷ୍ଣ। ଥରେ ପଢିଦେଲେ ସେ ଏହା ସବୁଦିନ ପାଇଁ ମନେରଖି ଦିଅନ୍ତି।

Advertisment

ରମାକାନ୍ତ ଭଲ ଭାବେ ଜାଣିଥିଲେ ଯେ ତାଙ୍କ ଶାରୀରିକ ଅକ୍ଷମତା ହେତୁ ତାଙ୍କୁ ଜୀବନରେ ଆଗକୁ ଯିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ସେଥିପାଇଁ ସେ ବହିମାନଙ୍କ ସହିତ ବନ୍ଧୁତା କରିଥିଲେ। ଭଲ ମାର୍କ ସହିତ ରମାକାନ୍ତ ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବୋଦୟ ସ୍କୁଲରେ ସେ ପାଠ ପଢିଛନ୍ତି। ଏହା ପରେ ସେ ଜବଲପୁରର ଟ୍ରିପଲ ଆଇଟିଡିଏମ୍‌ରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Inspiration Inspirational Story Prerana Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ