Advertisment

ସଂଘର୍ଷରୁ ସଫଳତା; IFS ଅନିଶା ତୋମରଙ୍କ କାହାଣୀ

UPSC ପାଇବା ପାଇଁ ତାଙ୍କୁ କରିବାକୁ ପଡିଛି ଅନେକ କଷ୍ଟ। ପରୀକ୍ଷା ସମୟରେ ହୋଇଛି ଦେହ ଖରାପ, ହେଲେ ଛାଡି ନ ଥିଲେ ଲକ୍ଷ। ନିଜର ଧୈର୍ଯ୍ୟ ଆଜି ଅନିଶା ତୋମରଙ୍କୁ IFS କରିଦେଇଛି।

ଅଦ୍ୟତନ ହୋଇଛି
Success story of ifs anisha tomar

Success story of ifs anisha tomar

Advertisment

ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ UPSC ପରୀକ୍ଷାରେ ଦିଅନ୍ତି। ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଏଥିରେ ସଫଳ ହୁଅନ୍ତି। ଜଣେ ଯୁବତୀ ତିନି ଥର ଚେଷ୍ଟା କରିବା ପରେ UPSC ପରୀକ୍ଷାରେ ସଫଳତା ପାଇଛନ୍ତି। ତେବେ ତାଙ୍କର ଏହି ଯାତ୍ରା ସହଜ ନଥିଲା। ଏହାରି ଭିତରେ ସେ ଶାରୀରିକ ଅସୁସ୍ଥ ମଧ୍ୟ ହୋଇପଡିଥିଲେ।

Advertisment

IFS ଅନିଶା ତୋମର ଏକ ସାମରିକ ପରିବାରର। ତାଙ୍କ ବାପା ଭାରତୀୟ ସେନାରେ ବ୍ରିଗେଡିୟର୍ ଥିଲେ। ଏହି କାରଣରୁ ସେ ଦେଶର ବିଭିନ୍ନ ରାଜ୍ୟରେ ରହିଆସିଛନ୍ତି। ସେ ପିଲାଦିନରୁ ପାଠପଢାରେ ବହୁତ ସ୍ମାର୍ଟ ଥିଲେ। ୟୁପିଏସ୍‌ସି ପରୀକ୍ଷାରେ ଦୁଇଥର ବିଫଳ ହୋଇଥିଲେ ମଧ୍ୟ ଅନିଶା ହାର ମାନି ନଥିଲେ।

ଆଇଏଫ୍‌ଏସ୍ ଅନିଶା ଦ୍ୱାଦଶ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ସେ ସ୍ନାତକ ସମୟରେ ୟୁପିଏସ୍‌ସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ଯାତ୍ରା ବହୁ କଷ୍ଟକର ଥିଲା। ସେ ସ୍ନାତକ ପରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଏଥିପାଇଁ ସେ ୟୁପିଏସ୍‌ସି ସିଲାବସ୍ ଅନୁଯାୟୀ ପାଠ୍ୟ ସାମଗ୍ରୀ ଯାଞ୍ଚ କରିବା ଆରମ୍ଭ କରିଦେଲେ।

Advertisment

ଆଇପିଏସ୍ ଅନିଶା ତୋମର ୟୁପିଏସ୍‌ସି ପରୀକ୍ଷାର ଦୁଇଟି ପ୍ରୟାସରେ ବିଫଳ ହୋଇଥିଲେ। ସେ ତାଙ୍କର ପ୍ରଥମ ପ୍ରୟାସରେ ପ୍ରି ପରୀକ୍ଷାରେ ମଧ୍ୟ ପାଶ୍ କରିପାରି ନଥିଲେ। ଏଥି ସହିତ ଦ୍ୱିତୀୟ ପ୍ରୟାସରେ ସେ ପାଶ କରି ମେନ୍ସ ପରୀକ୍ଷାରେ ପହଞ୍ଚିଥିଲେ। କିନ୍ତୁ କଠିନ ପରିଶ୍ରମ ସତ୍ତ୍ୱେ ସେ ମାତ୍ର ୬ ମାର୍କ ଯୋଗୁଁ ଏହାକୁ ହରାଇଥିଏଲେ। ତେବେ ୟୁପିଏସ୍‌ସି ମେନ୍ସ ପରୀକ୍ଷାରେ ପହଞ୍ଚିବା ପରେ ତାଙ୍କର ଆତ୍ମବିଶ୍ୱାସ ବହୁତ ବୃଦ୍ଧି ପାଇଥିଲା।

୨୦୧୮ ମସିହାରେ, UPSC Mains ପରୀକ୍ଷା ପୂର୍ବରୁ ଅନିଶା ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ। ସୁସ୍ଥ ହେବା ପରେ ସେ ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ କଟ୍‌ଅଫ୍ ମାର୍କରେ ମାତ୍ର ୬ ମାର୍କ ଯୋଗୁଁ ବିଫଳ ହୋଇଥିଲେ। ତୃତୀୟ ପ୍ରୟାସରେ ପ୍ରିଲିମ୍ ପାଶ୍ କରିବା ପରେ ସେ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଛୋଟ ବିରତି ନେଇଥିଲେ। ଭବିଷ୍ୟତରେ ଏହା ତାଙ୍କୁ ବହୁତ ଲାଭ ଦେଇଥିଲା।

Advertisment

ୟୁପିଏସ୍‌ସି ପରୀକ୍ଷାର ତୃତୀୟ ପ୍ରୟାସରେ ଅନିଶା ୯୪ତମ ରାଙ୍କ୍ ପାଇଥିଲେ। ସେ କହିଛନ୍ତି ଯେ ତୁମେ କେବେ ଶାନ୍ତ ସମୁଦ୍ରରେ ଯାତ୍ରା କରି ଜଣେ ଦକ୍ଷ ନାବିକ ହୋଇପାରିବ ନାହିଁ। ଯିଏ ଜୁଆରର ସମ୍ମୁଖୀନ ହୁଏ ତାଙ୍କୁ ଜଣେ ଦକ୍ଷ ନାବିକ କୁହାଯାଏ। ସେ ପ୍ରକୃତରେ ଏହା ମଧ୍ୟ କରିଥିଲେ। ଅନିଶା ୟୁପିଏସ୍‌ସି ପରୀକ୍ଷାରେ ଇଚ୍ଛାଧୀନ ବିଷୟ ଭାବରେ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍ ଚୟନ କରିଥିଲେ।

ଅନିଶା ତାଙ୍କ ଭୁଲରୁ ଶିଖିବାକୁ ଜୋର ଦେଉଥିଲେ। ଏହା ଦ୍ୱାରା ସଫଳତାର ବାଟ ଫିଟିଯାଇଥାଏ। ସେ ବିଶ୍ୱାସ କରନ୍ତି ଯେ UPSCରେ ସଫଳ ହେବା ପାଇଁ ଧୈର୍ଯ୍ୟ ସହିତ କଠିନ ପରିଶ୍ରମ ମଧ୍ୟ ଆବଶ୍ୟକ। ଅପ୍‌ସନାଲ୍‌ ବିଷୟ ପ୍ରତି ଧ୍ୟାନ ଦେବା ସହ ଅନ୍ୟାନ୍ୟ ସବୁକୁ ଦୂରେଇ ଦିଅନ୍ତୁ, ଯାହା ସମୟ ନଷ୍ଟ କରେ ବୋଲି ସେ କହିଛନ୍ତି।

Trending Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ