Advertisment

Differently Abled: ଶରୀର ସିନା ସାଥ୍ ଦେଉନି, ମନ କିନ୍ତୁ ସାଥ୍ ଦେଉଛି...ଦଶ ପ୍ରାଣୀ କୁଟୁମ୍ବଙ୍କ ସାହା ଏବେ ଗଣେଶ

ଗଣେଶ ମହାଳିକ। ଭଦ୍ରକ ଜିଲ୍ଳାର ଚାନ୍ଦବାଲି ଏନ୍ ଏ ସିର ୧୧ ୱାର୍ଡର ୩୧ ବର୍ଷର ଭିନ୍ନକ୍ଷମ ଯୁବକ। ସେ ନିଜର ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ପରିବାର ପ୍ରତିପୋଷଣ ଓ ରୋଜଗାର ସୃଷ୍ଟି ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଗଣେଶ ଏବେ ଟ୍ରଲି ଟାଣି ବହୁ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।

ଅଦ୍ୟତନ ହୋଇଛି
ଦିବ୍ୟାଙ୍ଗ ଗଣେଶଙ୍କ କାହାଣୀ

ଦିବ୍ୟାଙ୍ଗ ଗଣେଶଙ୍କ କାହାଣୀ

Advertisment

ସମାଜରେ ଅନ୍ୟମାନଙ୍କ ପାଇଁଁ ଉଦାହରଣ ପାଲଟିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଶାରୀରିକ ବିକଳାଙ୍ଗ ପରେ ବି ପରିବାର ପାଇଁ ବୋଝ ନ ହୋଇ ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ମନରେ ଇଛାଶକ୍ତି ଥିଲେ ସବୁ କିଛି ସମସ୍ୟା ହାର ମାନିଥାଏ, ଏକଥାକୁ ପ୍ରମାଣିତ କରିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ ଗଣେଶ । ଅନେକ ବ୍ୟକ୍ତି ଶାରିରୀକ ବିକଳାଙ୍ଗ ନଥାଇ ଭିକ୍ଷାବୃତ୍ତିକୁ ଆପଣେଇ ଥିବା ବେଳେ ଜଣେ ୩୧ ବର୍ଷର ଭିନ୍ନକ୍ଷମ ଯୁବକଙ୍କ ନିକଟରେ ହାର ମାନିଛି ଅକ୍ଷମତା।

Advertisment

ଭଗବାନଙ୍କ କୃପା ଯୋଗୁଁ ଅକର୍ମଣ୍ୟ ପରେ ମଧ୍ୟ ନିଜର ଦୃଢ ମନୋବଳ ପାଇଁ ଟ୍ରଲି ଟାଣି ପରିବାରର ଦଶ ପ୍ରାଣୀ କୁଟୁମ୍ବ ପୋଷିବା ପରେ ନିଜେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଏମିତି ଏକ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ ଏ ସି ଅଧିନସ୍ଥ ନୟା ହାଟ ୧୧ ନମ୍ବର ଓ୍ଵାର୍ଡରେ ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ ଏ ସି ନୟାହାଟ ଗାଁର ୧୧ ନମ୍ବର ଓ୍ଵାର୍ଡରେ ସୁରେନ୍ଦ୍ର ମହାଳିକଙ୍କ ପୁଅ ଗଣେଶ ମହାଳିକ ଜନ୍ମରୁ ଜଣେ ଭିନ୍ନକ୍ଷମ। ବୟସ ୩୧ ହେବ। ।

ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ପରିବାରରେ ବୋଝ ହେବା ପରିବର୍ତ୍ତେ ସମସ୍ତଙ୍କର ବୋଝ ଵୋହି ଚାଲିଛନ୍ତି। ବାପା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଟ୍ରଲି ଟାଣି ବୃଦ୍ଧ ବାପା ମା’ଙ୍କୁ ପୋଷୁଛନ୍ତି। ସମାଜରେ ଅନେକ ବେକାରୀ ଏବଂ ହାତ ଗୋଡ ଥିବା ଲୋକେ ରୋଜଗାର ବଦଳରେ ଭିକ୍ଷା ବୃତ୍ତି କରି ପେଟ ପୋଷିବା ବେଳେ ଗଣେଶ ମହାଳିକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିିଛନ୍ତି ।

Advertisment

ଭିନ୍ନକ୍ଷମ ଯୋଗୁଁ ଲୋକେ ଗଣେଶଙ୍କୁ କାମ କରିବାକୁ ନଡାକିଲେ ବି ସେ ନିଜେ ପରିବାର ଚଳାଇବା ପାଇଁଁ ଅନ୍ୟକୁ ଗୁହାରି କରି କାମ ସାଉଣ୍ଟି ଥାଆନ୍ତି। କେଉଁଠି ଇଟା ବୋହି ନିଅନ୍ତି ତ ଆଉ କେଉଁଠି ଭାରରେ କାନ୍ଧେଇ ଧାନ ବୋହି ନିଅନ୍ତି। ପରିବାର ପ୍ରତିପୋଷଣ ଦିଗରେ ଚାନ୍ଦବାଲି ଵଜାରରେ ଦିନ ତମାମ ଟ୍ରଲି ଟାଣି ମୁଣ୍ଡ ଝାଳ ତୁଣ୍ଡରେ ମାରି ଯାହା ଦୁଇ ପଇସା ଆଣନ୍ତି ସେଥିରେ ପରିବାର ପୋଷଣ କରି ଥାଆନ୍ତି। ବହୁତ ଚେଷ୍ଟା କରୁଛନ୍ତି କାହାର ସାହାରା ନ ନେଇ ଵଞ୍ଚିଵା ପାଇଁ । ସେଥିପାଇଁ ଗାଁ ଗାଁରେ ଵୁଲି କେତେକଙ୍କ ଘରେ କାର୍ଯ୍ୟ କରି ଦୁଃଖ କଷ୍ଟରେ ପେଟ ପୋଷୁଥିବା ଗଣେଶ କହିଛନ୍ତି। ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ଦଶ ପ୍ରାଣୀ କୁଟୁମ୍ବ ଚଳିଯାଆନ୍ତି।

ସରକାରୀ ସୁବିଧା କହିଲେ କେବଳ ରାସନ୍ ଚାଉଳ। ୧୧ ବର୍ଷ ବୟସରୁ ଭତ୍ତା ପାଉ ଥିବା ବେଳେ ଦାନା ବାତ୍ୟା ସମୟରେ ସାର୍ଟିଫିକେଟ କେଉଁଠି ହଜିଵା ଯୋଗୁଁ ଭତ୍ତା ମଧ୍ୟ ଏବେ ଆଉ ମିଳୁ ନାହିଁ । ଆବାସ ଯୋଜନାରେ ଘରଟିଏ ପାଇଁ ଗୁହାରି କରିଥିଲେ ବି ତାହା ଏଯାଏଁ ସଂଭବ ହୋଇପାରିନି। ସରକାରୀ ସ୍ତରରେ ଯଦି କୋୖଣସି ସୁବିଧା ସୁଯୋଗ ମିଳି ପାରନ୍ତା ତେବେ ବାକି ଜୀବନ ଖୁସିରେ କଟି ପାରନ୍ତା। ଗଣେଶ ପୂଜାରେ ଜନ୍ମ ଗ୍ରହଣ କରିଥିବାରୁ ବାପା ତାଙ୍କର ଅତି ଶ୍ରଦ୍ଧାରେ ନାଁ ଦେଇଥିଲେ ଗଣେଶ।

Advertisment

ଗଣେଶ ଭିନ୍ନକ୍ଷମ ହେଲେ ବି ଏମିତି ଆତ୍ମନିର୍ଭରଶୀଳତା ପାଇଁ ଗାଁରେ ତାଙ୍କୁ ବହୁ ପ୍ରଶଂସା ମିଳେ। ଭିନ୍ନକ୍ଷମ ହେଲେ ବି ସେ ଚାହାନ୍ତି ନାହିଁ ଅନ୍ୟ କାହାର ସାହାରା । ଟ୍ରଲି ଟାଣିବା ଏବଂ ସାଇକେଲ ଚଲାଇବାରେ କଷ୍ଟ ହେଉଥିଲେ ବି ସେ କେବେ କାହାଠାରୁ ଏଥିପାଇଁ ସାହାଯ୍ୟ ଲୋଡ଼ିନଥାନ୍ତି। ଟ୍ରଲି ଟାଣି ଘରେ ପହଞ୍ଚିବା ପରେ ବୃଦ୍ଧ ବାପା ମା'ଙ୍କର ଯତ୍ନ ମଧ୍ୟ ନେଇ ଥାଆନ୍ତି।

ଏମିତି କି ଗଣେଶଙ୍କ ସ୍ତ୍ରୀ ମଧ୍ୟ ଜଣେ ଭିନ୍ନକ୍ଷମ ହୋଇ ଥିବାରୁ ରୋଷେଇ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରି ଥାଆନ୍ତି। ଗଣେଶ ନିଜର ଉଦ୍ୟମ ବଳରେ ଦୁଃଖ କଷ୍ଟରେ ପରିବାର ଚଳାଉଥିଲେ ମଧ୍ୟ ସରକାରୀ ସ୍ତରରେ ଘର ଖଣ୍ଡିଏ ପାଇଁଁ ଦାବି କରିଛନ୍ତି। ଏ ନେଇ ଚାନ୍ଦବାଲି ଏନ୍ ଏ ସି ଅଧିକାରୀଙ୍କୁ ଜଣାଇବା ପରେ ସେ କହିଛନ୍ତି, ଯଦି ସେ ଅସହାୟ ଏବଂ ଶାରିରୀକ ଭିନ୍ନକ୍ଷମ ତେବେ ତାଙ୍କୁ ଘର ମିଳି ପାରିବ। ଯଦି ସେ ଆବେଦନ କରି ନ ଥିବେ ଆମର କର୍ମଚାରୀ ପହଞ୍ଚି ସେ ସବୁର ସମାଧାନ କରି ପାରିବେ ବୋଲି ଏନ୍ ଏ ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି) 

Success Story Of Divyang Human Interest Story Differently Abled In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ