ବୟସ ୩ , ସ୍କୁଲରେ ପଡ଼ିନି ପାଦ; ୨ଶହ ପ୍ରଶ୍ନର ଉତ୍ତର ଦେଇ ପାଇଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ

୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।  

Special Story

କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇ ଚାଲିଛି କୁନିଝିଅ ବଂଶିକା । ଗୋଟିଗୋଟି କରି ୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।  ଏ ସୁନା ଝିଅ ହେଉଛି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବଂଶିକା ପ୍ରିୟଦର୍ଶିନୀ । ବୟସ ମାତ୍ର ୩ ବର୍ଷ । ସ୍କୁଲରେ ଏଯାଏଁ ପାଦ ବି ପଡ଼ିନି । କିନ୍ତୁ ୨ଶହରୁ ଅଧିକ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡସ ଓ  ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛି ବଂଶିକା ।

ଫୁଲଫଳ, ପଶୁ , ପକ୍ଷୀ ,ଦେଶ , ବିଦେଶ ଏବଂ ବିଭିନ୍ନ ପର୍ବପର୍ବାଣୀ ସହ ରାମାୟଣ ମହାଭାରତ ଭଳି ପୌରାଣିକ ପ୍ରଶ୍ନର ଉତ୍ତର ଦେଉଛି ବଂଶିକା । କେବଳ ସେତିକି ନୁହେଁ କଲମ ମୁନରେ ଲେଖୁଛନ୍ତି ଅ, ଆଠୁ ଆରମ୍ଭ କରି ଇଂରାଜୀ ଅକ୍ଷର ଓ ସଂଖ୍ୟା । ଆଠଗଡ଼ ବାଣୀକଣ୍ଠ ନଗରରେ ରୁହନ୍ତି ବଂଶିକାଙ୍କ ପରିବାର । ବାପା ସ୍ମୁତି ରଂଜନ ପାତ୍ର ଓ ମା’ ନିହାରିକା ରାଉତ ଝିଅ ବଂଶିକାର ୨ ବର୍ଷ ବୟସରୁ  ପ୍ରତିଭା ଦେଖି ତାଙ୍କୁ ଗାଇଡ କରିବା ଆରମ୍ଭ କରିଥିଲେ । ଏବେ ଓ୍ବାଲର୍ଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆଶା ରଖିଛନ୍ତି ବଂଶିକାର ପରିବାର ଲୋକେ ।

କୁନିଝିଅ ବଂଶିକାର ଏହି ସଫଳତା ପରେ ଆଠଗଡ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନାତୁଣୀ ବଂଶିକା ପାଇଁ ଖୁସିରେ ଆତ୍ମବିଭୋର ବଂଶିକାର ଜେଜେ ବାପା ଓ ଜେଜେ ମା’ । ଏଭଳି ସଫଳତା ପଛରେ ଭଗବାନଙ୍କ ସହ ବାପ ମା’ଙ୍କ ଆର୍ଶୀବାଦ ଥିବା କହିବା ସହ ନାତୁଣୀକୁ ନେଇ ବେଶ ଗର୍ବିତ ଥିବା ଜେଜେବାପା ଓ ଜେଜେ ମା’ କହିଛନ୍ତି।

ଏତେ କମ ବୟସରୁ କୁନି ଝିଅର ପ୍ରତିଭା ଦେଖି ସମେତ ଚକିତ, ବଂଶିକାର ଏଭଳି ସଫଳତା ଏବେ ଆଠଗଡ ଅଞ୍ଚଳ ପାଇଁ ବେଶ ସୁନାମ ଆଣିଛି ।