Special Story: କଞ୍ଚା ମାଟିରୁ ତିଆରି ହେଉଛି ଘରକରଣା ଜିନିଷ...

କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କ’ଣ ସାମଗ୍ରୀ ଅତି ଯତ୍ନର ସହ ତିଆରି ହେଉଛି । 

Captivating Creations from Clay

ଅଖ ବୁଲୁଛି । କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ। ଅତି ଯତ୍ନର ସହ ତିଆରି ହେଉଛି ମାଟି ପାତ୍ର  । ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା । ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି । 

ତେବେ ସୁଦୁରୁ ଏଥିରୁ ଯାହା ରୋଜଗାର କରନ୍ତି ପରିବାର ଚଳାନ୍ତି । ପୂର୍ବରୁ ଏଠି ୩୦ରୁ ଅଧିକ ପରିବାର ଏହି କୌଳିକ ବୃତ୍ତିକୁ ଆପଣାଇ ଥିଲେ। କିନ୍ତୁ ଏବେ ଏହି କାମ କରିବାକୁ ଏବେକାର ଯୁବପିଢ଼ି ମୁହଁ ଫେରାଉଛନ୍ତି । ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ବ୍ୟବସାୟ ଆଗକୁ ବଢ଼ି ପାରୁନଥିବା କହିଛନ୍ତି କୁମ୍ଭକାର ।

ମାଟି ବୋତଲରେ ଘୋଡ଼ଣୀ ମଧ୍ୟ ରହିଛି । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଏଭଳି କିଛି ନୂଆ ଢଙ୍ଗରେ ମାଟିରେ ବୋତଲ ତିଆରି କରିଛନ୍ତି କୁମ୍ଭକାର । ଜଣେ କାରିଗର ଦିନକୁ ୭ରୁ ଆଠଟି ବୋତଲ ତିଆରି କରନ୍ତି । ଏକ ଲିଟର ବୋତଲରୁ ଆରମ୍ଭ କରି ୫ ଲିଟର ଧରିବା ଯାଏ ମାଟି ପାତ୍ର ତିଆରି କରନ୍ତି । ନିଜ ବୁଦ୍ଧି ଖଟାଇ ଏହି ମାଟି ତିଆରି ବୋତଲ  କିଛି ମାସ ହେଲା ତିଆରି କରିଛନ୍ତି । ବୋତଲର ମାନ ଆକାର ଓ ଏହା ମାଟିରେ ତିଆରି ହୋଇଥିବାରୁ  ବଜାରରେ ଏହାର ଚାହିଦା ବୃଦ୍ଧି ପାଉଛି ।

ମାଟି ବୋତଲରେ ପାଣି ରଖିଲେ ଥଣ୍ଡା ରୁହେ ଏବଂ ଏହି ପାଣି ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥିବାରୁ ଏଭଳି କିଛି ନୂଆ ଢଙ୍ଗରେ ମାଟିରେ ବୋତଲ ତିଆରି ହେଉଛି ।