Son takes abandoned mother home
କୌଶଲ୍ୟା କର । ନାଁଟା ଶୁଣିଲା ଶୁଣିଲା ପରି ଲାଗୁଛି...ହଁ..ଠିକ୍ ଅନୁମାନ କରୁଛନ୍ତି । କିଛିଦିନ ତଳେ ତାଙ୍କର ଅସହାୟତା ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ । କେମିତି ୪-୪ ଜଣ ପୁଅ, ବୋହୂ ସହ ନାତିନାତୁଣୀ ସମସ୍ତେ ଥିବା ପରେ ବି ରାସ୍ତା କଡରେ ପଡିଥିଲେ । ଅଧ ରାତିରେ ଆମ ପ୍ରତିନିଧି ଯେତେବେଳେ ତାଙ୍କୁ ଦେଖିଥିଲେ, ପଚାରିଥିଲେ ଘଟଣା କ’ଣ ? କାହିଁକି ସିଏ ରାସ୍ତା କଡରେ ବସିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ହେଲେ ସିଏ ଯାହା କହିଥିଲେ ତାହା ବ୍ୟତିବ୍ୟସ୍ତ କରିଥିଲା । ହେଲେ ଏବେ ସମୟ ବଦଳିଛି...ପରିସ୍ଥିତିରେ ସୁଧାର ବି ଆସିଛି ।
ଭୁଲ ବୁଝିଲେ ପୁଅ-ବୋହୂ...ଯେଉଁ ମାଆ ଦିନେ ରାସ୍ତା କଡରେ ଭୋକ ଉପାସରେ ବସି କାନ୍ଦୁଥିଲା । ଖାଇବାକୁ ମାଗୁଥିଲା । ଆଜି ସିଏ ଖଟ ଉପରେ ବସିଛି । ସକାଳୁ ଚା’ ବିସ୍କୁଟ ଖାଉଛି । ପୁଣି ବୋହୂମାନେ ଘଷି ଦେଉଛନ୍ତି, ମୁଣ୍ଡ କୁଣ୍ଡାଇ ସେବାଶୁଶ୍ରୁଷା କରୁଛନ୍ତି । ପୁଅ-ବୋହୂଙ୍କ ସେବାରେ ବୁଢୀ ମାଆ ବି ବେଶ୍ ଖୁସି । ଦିନେ ଯେଉଁ ପୁଅ-ବୋହୂମାନେ ବୁଢୀ ମାଆକୁ ପଚାରି ନଥିଲେ ଆଜି ସେମାନେ ନିଜ ଭୁଲକୁ ସ୍ୱୀକାର କରିବା ସହ ମାଆକୁ ଭଲମନ୍ଦ ଖାଇବାକୁ ଦେବା ସହିତ ଯତ୍ନ କରୁଛନ୍ତି । ଖାଲି ଯତ୍ନ କରୁଛନ୍ତି ତାହା ନୁହେଁ ବରଂ ଆଗାମୀ ଦିନରେ ଏମିତି ଭୁଲ କେବେ ହେବନି ବୋଲି କହୁଛନ୍ତି ।
ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ଼ି.ଏସ.ଏସ.ଓ ପହଁଞ୍ଚି ସରକାରଙ୍କ ପକ୍ଷରୁ ସହୟତା ରାଶି ବାବଦରେ ୧୦ ହଜାର ଟଙ୍କା ଦେବା ସହିତ ଔଷଧ ଦେଇଛନ୍ତି । ଆଉ ପରିବାର ଲୋକଙ୍କୁ ତାଗିଦ କରିଆସିଛନ୍ତି ଏମିତି ଭୁଲର ଯେମିତି ପୁନରାବୃତ୍ତି ନହୁଏ । କେବଳ ଏତିକି ନୁହେଁ ବରଂ ଘରେ ପୋଲିସ ପହଞ୍ଚି କୌଶଲ୍ୟାଙ୍କ ସମ୍ପର୍କରେ ବୁଝିବା ସହିତ ପୁଅ-ବୋହୂଙ୍କୁ ତାଗିଦ କରିଦେଇଛି । ଏମିତି ଘଟଣା ଯଦି ଭବିଷ୍ୟତରେ କେବେ ଘଟେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇ ଆସିଛି । ଏପଟେ ଅନେକ ସାମାଜିକ ସଂଗଠନ ମଧ୍ୟ କୌଶଲ୍ୟାଙ୍କ ଘରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । କଥାରେ ଅଛି ମାଆ ଯାହାର ଅଛି ଦୁନିଆର ସବୁ ଖୁସି ତାହାର ଅଛି । ତେଣୁ ମାଆ ପ୍ରତି କେବେ ଅବହେଳା କରନ୍ତୁନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689869475.jpg)