Advertisment

ସିଙ୍ଗଲ୍ ମଦରଙ୍କ ସଂଘର୍ଷର କାହାଣୀ; UPPCS ରେ ସଫଳତା

ସିଙ୍ଗଲ ମଦର ହୋଇ ସେ କରିଛନ୍ତି ଅନେକ ସଂଘର୍ଷ। ସ୍ୱାମୀ ଛାଡିଦେଲା ପରେ ପିଲାର ଯତ୍ନ ସାଙ୍ଗକୁ ଜାରି ରଖିଥିଲେ ପାଠପଢା। ଶେଷରେ ମିଳିଲା ସଫଳତା। ଜାଣନ୍ତୁ ପୁନମ୍‌ ଚୌଧୁରୀଙ୍କ ସେହି ସଂଘର୍ଷର କାହାଣୀ।

ଅଦ୍ୟତନ ହୋଇଛି
Single Mother Success Story

Single mother success story gic principal

Advertisment

କିଛି ଲୋକଙ୍କ ସଂଘର୍ଷର କାହାଣୀ ଏମିତି ଥାଏ ଯାହା ବହୁତ କଷ୍ଟକର। ଜୀବନରେ କୌଣସି ସମସ୍ୟା ସହ ସଂଘର୍ଷ କରୁଥିବା ପ୍ରତ୍ୟେକ ମହିଳାଙ୍କ ପାଇଁ ମେରୁତର ବାସିନ୍ଦା ପୁଣମ୍ ଚୌଧୁରୀ ଏକ ଉଦାହରଣ ପାଲଟିଛନ୍ତି। UPPCS ୨୦୨୧ ଫଳାଫଳ ପ୍ରକାଶ ପାଇବା ପରେ ପୁନମ ଏବେ ଚର୍ଚ୍ଚାରେ ଅଛନ୍ତି।

Advertisment

ଆମେ ଏବେ ଏକବିଂଶ ଶତାବ୍ଦୀରେ ଅଛୁ ସତ କିନ୍ତୁ ବର୍ତ୍ତମାନ ବି ଜଣେ ସିଙ୍ଗଲ ମଦର ପାଇଁ ଜୀବନର ରାସ୍ତା ଏତେ ସହଜ ନୁହେଁ। ପୁନମ୍ ଚୌଧୁରୀ ଦୁଇ ବର୍ଷ ଧରି ବୁଲନ୍ଦସହରର ରାଜକୀୟ ଇଣ୍ଟର କଲେଜରେ ଶିକ୍ଷକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସେ UPPCS 2021 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜକୀୟ ଇଣ୍ଟର କଲେଜର ପ୍ରଧାନ ଶିକ୍ଷକ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସଫଳତାର କାହାଣୀ ବିଷୟରେ ନଜର ପକେଇ ନେବା।

ବିବାହ ଓ ବିଚ୍ଛେଦ:

ପୁନମ୍ ଚୌଧୁରୀ ମୂଳତଃ ବୁଲନ୍ଦସହରର ବାସିନ୍ଦା। ଗତ ୧୦ ବର୍ଷ ଧରି ସେ ମେରୁତର କଙ୍କରଖେଡାଠାରେ ଶ୍ରଦ୍ଧାପୁରୀ ଫେଜ୍ - ୨ରେ ରହୁଛନ୍ତି। ବିବାହର ୭ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହୋଇ ସେ ସିଙ୍ଗଲ ମଦର ଭାବେ ନିଜ ପିଲାର ଲାଳନ ପାଳନ କରୁଛନ୍ତି। ବର୍ତ୍ତମାନ ସେ ଜିଆଇସି ବୁଲନ୍ଦସହରରେ ବିଜ୍ଞାନ ଏବଂ ଗଣିତ ପରି ବିଷୟରେ ଶିକ୍ଷା ଦେଉଛନ୍ତି।

Advertisment

ଝିଅର ସମର୍ଥନ:

ପୁନମ୍ ଚୌଧୁରୀଙ୍କ ଝିଅ ରୁଶାଲି ଚୌଧୁରୀ ଦୟାବତୀ ମୋଦୀ ଏକାଡେମୀର ଦଶମ ଶ୍ରେଣୀ ଛାତ୍ରୀ। ପୁନମଙ୍କ ଏହି କଠିନ ଯାତ୍ରାରେ ସେ ତାଙ୍କ ଝିଅ, ପିତାମାତା ଏବଂ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସେ ସ୍କୁଲରେ ଶିକ୍ଷାଦାନ କରିବା ଏବଂ ଝିଅର ଲାଳନ ପାଳନ କରିବା ପରେ ଯେତେବେଳେ ବି ସମୟ ପାଉଥିଲେ ପିସିଏସ୍ ପରୀକ୍ଷାର ପ୍ରସ୍ତୁତିରେ ଲାଗି ଯାଉଥିଲେ।

ମିଳିଲା ସଫଳତା:

ଏହି ଯାତ୍ରା ପୁନମ୍‌ଙ୍କ ପାଇଁ ସେତେ ସହଜ ନଥିଲା। ସେ ପୂର୍ବରୁ ତିନିଥର ପିସିଏସ୍‌ ପ୍ରି ପରୀକ୍ଷାରେ ଦେଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରେ ପହଞ୍ଚିଥିଲେ। ମଝିରେ ଅସୁସ୍ଥତା ହେତୁ ଦୁଇ ବର୍ଷ ତାଙ୍କ ପ୍ରସ୍ତୁତିରେ ବାଧା ହୋଇଥିଲା। ତା’ପରେ ସେ ଅଭିଷେକ ଶର୍ମାଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତି ଆରମ୍ଭ କଲେ ଏବଂ UP-PCS ୨୦୨୧ରେ ସଫଳ ହୋଇ ଜିଆଇସି, ବୁଲନ୍ଦସହରର ପ୍ରିନ୍ସିପାଲ ହୋଇଗଲେ।

Advertisment
Special Story Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ