Advertisment

UPSC ଟପ୍ପର ଶ୍ରୁତି ଶର୍ମା; କେମିତି ପାଇଲେ ସଫଳତା

UPSC ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…

Shruti Sharma got air-1 in civil service know profile

Shruti Sharma got air-1 in civil service know profile

Advertisment

ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (UPSC) ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଆଜି ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ରହି ଶ୍ରୁତି ଶର୍ମା ଉତ୍ତରପ୍ରଦେଶର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ତେବେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅଧିକାଂଶ ଆଶାୟୀ ସ୍ୱୀକାର କରିଛନ୍ତି ଯେ କଳା ବିଷୟ ସେମାନଙ୍କୁ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଛି। UPSC ଟପ୍ପର ଶ୍ରୁତି ଶର୍ମାଙ୍କ ପ୍ରୋଫାଇଲ୍ ଦେଖନ୍ତୁ।

Advertisment

ଶ୍ରୁତି ଶର୍ମା କିଏ?

ଶ୍ରୁତି ଶର୍ମା ମୂଳତଃ ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାରେ ସେ ଅଲ୍‌ ଇଣ୍ଡିଆ ରାଙ୍କ୍ ୧ ଅଧିକାର କରିଛନ୍ତି। ସେ ଇତିହାସର ଛାତ୍ରୀ। ଶ୍ରୁତି ଶର୍ମା ଦିଲ୍ଲୀରେ ପଢୁଥିଲେ। ସେ ଦିଲ୍ଲୀ ୟୁନିଭର୍ସିଟି (ଡିୟୁ) ର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ କରିଛନ୍ତି।

ପାଠପଢା:

ସୂଚନାନୁସାରେ, ଶ୍ରୁତି ଶର୍ମା ସେଣ୍ଟ୍‌ ଷ୍ଟିଫେନ୍ କଲେଜ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରୀ। ସେ ଜାମିଆ ମିଲିଆ ଇସ୍‌ଲାମିଆର ଆବାସିକ କୋଚିଂ ଏକାଡେମୀରେ ରହି UPSC ସିଭି୍‌ଲ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

Advertisment

ଇତିହାସର ଛାତ୍ରୀ:

ୟୁପିର ଇତିହାସ ଛାତ୍ର ଶ୍ରୁତି ଶର୍ମା ଏହି ସମ୍ମାନଜନକ ପରୀକ୍ଷାରେ ପ୍ରଥମ ସ୍ଥାନରେ ଥିବାବେଳେ ଅଙ୍କିତା ଅଗ୍ରୱାଲ ଏବଂ ଗାମିନୀ ସିଙ୍ଗଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

ଶ୍ରୁତି ଶର୍ମାଙ୍କ ଶୌକିନ ଜିନିଷ:

ପାଠ ପଢା ସହ ଟପ୍ପର ଶ୍ରୁତି ଶର୍ମାଙ୍କର ଅନ୍ୟାନ୍ୟ ଶୌକ ମଧ୍ୟ ରହିଛି। ଶ୍ରୁତି ସବୁବେଳେ ନୂଆ କିଛି ଶିଖିବାକୁ ଭଲ ପାଆନ୍ତି। ଏଥିସହ ତାଙ୍କର କଳା ପ୍ରତି ମଧ୍ୟ ଆଗ୍ରହ ଅଛି। ସେ କଳା ଓ ସଂସ୍କୃତି ବିଷୟରେ ପଢିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏକ ସାକ୍ଷାତକାରରେ ଶ୍ରୁତି କହିଛନ୍ତି ଯେ ସେ ସିନେମା ପ୍ରତି ବହୁତ ଆଗ୍ରହୀ। ସେ ନୂଆ ନୂଆ ଫିଲ୍ମ ବିଷୟରେ ଜାଣିବାକୁ ଏବଂ ଦେଖିବାକୁ ଭଲ ପାଆନ୍ତି।

Advertisment

ଶ୍ରୁତି ଏହିସବୁ ମହିଳାଙ୍କ ଦ୍ୱାରା ପ୍ରଭାବିତ:

ଟପ୍ପର ଶ୍ରୁତି ଶର୍ମା ଦେଶର ପ୍ରଥମ ମହିଳା ଆଇପିଏସ୍ କିରଣ ବେଦୀ, ପ୍ରଥମ ମହିଳା ଆଇପିଏସ୍ ବିଜୟ ଲକ୍ଷ୍ମୀ ପଣ୍ଡିତ, ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତୀଭା ଦେବୀ ସିଂ ପାଟିଲଙ୍କ ଦ୍ୱାରା ପ୍ରଭାବିତ ବୋଲି ସେ କହିଛନ୍ତି।

ଶ୍ରେଷ୍ଠ ୧୦ରେ ଥିବା ଛାତ୍ରଛାତ୍ରୀ:

୧. ଶ୍ରୁତି ଶର୍ମା

୨. ଅଙ୍କିତା ଅଗ୍ରୱାଲ

୩. ଗାମିନୀ ସିଙ୍ଗଲା

୪. ଐଶ୍ୱର୍ଯ୍ୟା ବର୍ମା

୫. ଉତ୍କର୍ଷ ଦ୍ୱିବେଦୀ

୬. ଯକ୍ଷ ଚୌଧୁରୀ

୭. ସମ୍ୟକ ଏସ୍ ଜୈନୀ

୮. ଇଶିତା ରାଠୀ

୯. ପ୍ରିତମ କୁମାର୍

୧୦. ହରକିରତ୍ ସିଂହ ରାନ୍ଧୱା

UPSC Topper Shruti Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ