Advertisment

ପ୍ରକୃତି ପ୍ରେମରେ ବନ୍ଧା ଦୁଇ ବନ୍ଧୁ କୈଳାସ ଓ ଗୋବିନ୍ଦ

ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି

Senior citizen friends

Senior citizen friends

Advertisment

ଚର୍ଚ୍ଚାରେ ରାଉରକେଲାର ଦୁଇ ବନ୍ଧୁ କୈଳାସ ସ୍ୱାଇଁ ଓ ଗୋବିନ୍ଦ ଚନ୍ଦ୍ର ସାହୁ । ସକାଳ ହେଉ ଅବା ସଂନ୍ଧ୍ୟା, ଯେତେବେଳେ ସମୟ ପାଇଲେ ଘରୁ ବାହାରି ଯାଆନ୍ତି ଦୁଇବନ୍ଧୁ । ତେବେ କେବଳ ବୁଲିବା ନୁହେଁ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ହେଉଛି ସେମାନଙ୍କ କାମ । ଯେଉଁଠି ଟିକିଏ ଜାଗା ପାଇଲେ ଦୁଇ ବନ୍ଧୁ ସଙ୍ଗେ ସଙ୍ଗେ ସଙ୍ଗ ସେଠାରେ ଲଗାଇ ଦିଅନ୍ତି ଗଛ । ହକି ବିଶ୍ୱକପ ଓ ରାସ୍ତା ପ୍ରସ୍ତତିକରଣ ପାଇଁ ରାଉରକେଲାରେ ବହୁ ଗଛ ବଳି ପଡିଥିଲା ।  ଆଉ ସହରର ସେହି ରାସ୍ତା କଡରେ ଏବେ ସରକାରଙ୍କ ଠାରୁ ଅଧିକ ଗଛ ଲଗାଇ କୈଳାସ ସ୍ୱାଇଁ ଓ ଗୋବିନ୍ଦ ଚନ୍ଦ୍ର ସାହୁ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।

Advertisment

ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି ।

ପାନପୋଷ ଛକଠାରୁ ତରକେରା, ହକି ଛକ ଠାରୁ ହନୁମାନ ବାଟିକା, ସିଭିଲ ଟାଉନସିପ୍‌ ଅଞ୍ଚଳର ଅନେକ ପାର୍କରେ ଉଭୟେ ବହୁ ଗଛ ଲଗାଇଛନ୍ତି । ସେ ଗଛମାନଙ୍କରେ ରହିଛି ବଟ ଓ ପିପ୍ପଲ ତାହା ସହ ବହୁ ମେଡିସିନ୍ ଗଛ । କେବଳ ଦୁଇ ବନ୍ଧୁ ହିଁ ଗଛ ଲଗାନ୍ତି ତାହା ନୁହେଁ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବାରେ ପ୍ରେରଣା ଦିଅନ୍ତି। ତେବେ ଏହି ଦୁଇବନ୍ଧୁଙ୍କ ଏମିତି ନିଆରା କାହାଣୀ ଜାଣିବା ପରେ ଖାଲି ଜିଲ୍ଲା ନୁହେଁ ବରଂ ପୂରା ରାଜ୍ୟରେ ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ