Advertisment

ନିଆରା ଷ୍ଟଲ୍‌: ଇଚ୍ଛା ଅନୁସାରେ ପଇସା ଦେଇ ପେଟ ପୂରା ଖାଦ୍ୟ ଖାଆନ୍ତୁ

ନିଆରା ଷ୍ଟଲ୍‌ ଖୋଲି ଲୋକଙ୍କୁ ବାଣ୍ଟୁଛନ୍ତି ଆହାର...

ଅଦ୍ୟତନ ହୋଇଛି
sekar poovarasan tindivanam puducherry highway eatery manidhaneyam

sekar poovarasan tindivanam puducherry highway eatery manidhaneyam

Advertisment

ଜୀବନରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଲୋକଙ୍କ ଜୀଇଁବା ଦିଗ ହିଁ ବଦଳାଇଦେଇଥାଏ । ଠିକ୍ ଏହିପରି ଘଟଣା ତାମିଲନାଡ଼ୁର ଶେଖର ପୋଭରାସନଙ୍କ ସହିତ ମଧ୍ୟ ଘଟିଛି । ଯାହା ପରେ ଏବେ ସେ ପୁଡୁଚେରୀ ରାଜପଥରେ ଥିବା ତନକୋଡିପକ୍କାମରେ ମଣିଧାନିଆମ୍ ନାମକ ଏକ ଫୁଡ୍‌ ଷ୍ଟଲ୍‌ ଖୋଲିଛନ୍ତି । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ସେମାନଙ୍କୁ ମଧ୍ୟ ଶେଖରଙ୍କ ଖାଦ୍ୟ ଖାଇବାକୁ ଦେଇଥାନ୍ତି ।

Advertisment

ଶେଖରଙ୍କ ଷ୍ଟଲ୍‌ରେ ଇଡଲି, ସମ୍ବର, ଚଟନି ଆଦି ଆଇଟମ୍‌ ସବୁ ମିଳିଥାଏ । ଏହାସହ ଶେଖରଙ୍କ ଷ୍ଟଲ୍‌ ପାଖରେ ଏକ ଟଙ୍କା ବାକ୍ସ ରଖାଯାଇଛି, ଯେଉଁଥିରେ ଲେଖା ହୋଇଛି ଯେ, 'ତୁମର ଇଚ୍ଛା ଅନୁଯାୟୀ ଟଙ୍କା ଦିଅ’ ।

ଅଫିସ୍‌ ଯାଉଥିବା ଲୋକଙ୍କ ସମେତ ଛାତ୍ରମାନେ ଏହି ଶେଖରଙ୍କ ଷ୍ଟଲକୁ ଜଳଖିଆ ଖାଇବା ପାଇଁ ଆସିଥାନ୍ତି । ଶେଖର ଏବଂ ତାଙ୍କ ମା ଭୋର ୫ ଟାରୁ ଉଠି ଖାଦ୍ୟ ପ୍ରସ୍ତୁତ କରିବା ପରେ ୭ଟା ୩୦ରେ ଏହି ଷ୍ଟଲ୍ ଖୋଲିଥାନ୍ତି । ଏହି ଷ୍ଟଲ୍‌ରେ ଶେଖର ପ୍ରତିଦିନ ୧୦୦୦ ଟଙ୍କା ଖର୍ଚ୍ଚ କରି ମଧ୍ୟ ସେ ମାତ୍ର ୫୦୦ ଟଙ୍କା ରୋଜଗାର କରିଥାନ୍ତି । ଏହା ସତ୍ତ୍ୱେ ଶେଖର ପ୍ରତିଦିନ ଏହି ଷ୍ଚଲ୍‌ ଖୋଲିଥାନ୍ତି । ନିଜ ପେଟ ପୂରାଇବା ପାଇଁ କେବେ କାହାକୁ ଭିକ ମାଗିବାକୁ ପଡ଼ିବ ନାହିଁ ଏହି ଉଦ୍ଦେଶ୍ୟ ରଖି ଶେଖର ଏହି ଷ୍ଟଲ୍ ଖୋଲିଛନ୍ତି ।

Advertisment
sekar poovarasan tindivanam puducherry highway eatery manidhaneyam

ଦ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଦିନେ ଶେଖର ପୁଡୁଚେରୀ ସମୁଦ୍ର କୂଳରେ ବସିଥିବାବେଳେ ବିଭିନ୍ନ ଚିନ୍ତାଧାରାରେ ବୁଡ଼ିକି ଥିଲେ । ହେଲେ ସେ କୌଣସି ସମାଧାନର ବାଟ ଖୋଜି ପାଇଲେ ନାହିଁ । ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ସତ୍ତ୍ୱେ ମହାମାରୀ କାରଣରୁ ତାଙ୍କୁ କୌଣସି ଚାକିରି ମିଳୁନଥିଲା । ଏହାସହ ବୋଝ ଉପରେ ଲଳିତା ବିଡ଼ା ସଦୃଶ ଅସୁସ୍ଥ ପିତାଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ମଧ୍ୟ ସେ ଚିନ୍ତିତ ଥିଲେ ।

ସେହିସମୟରେ ଶେଖରଙ୍କ ପକେଟରେ ମାତ୍ର ୧୦ ଟଙ୍କା ଥିଲା। ସେ ବହୁତ ଭୋକିଲା ଅନୁଭବ କରି ଏକ ଚା ଦୋକାନକୁ ଯାଇଥିଲେ । ସେଠାରେ ଜଣେ ବୃଦ୍ଧଙ୍କୁ ଦୟନୀୟ ଅବସ୍ଥାରେ ଦେଖି ତାଙ୍କୁ ପଚାରିଲେ,'ତୁମେ କିଛି ଖାଇଛ କି?' ବୃଦ୍ଧ ଜଣକ ଉତ୍ତର ଦେଲେ ଯେ ସେ ବହୁତ ଭୋକିଲା ଅଛନ୍ତି। ଯାହା ଶୁଣି ଶେଖର ବୃଦ୍ଧଙ୍କୁ ଚା ’ଦେଇଥିଲେ। ବୃଦ୍ଧଙ୍କ ଆଖିରେ ଶେଖରଙ୍କ ପ୍ରତି ଥିବା ସମ୍ମାନ ଶେଖରଙ୍କ ମନରେ ଛବି ହୋଇ ରହିଗଲା । ଯାହା ପରେ ଶେଖର ଘରେ ପହଞ୍ଚି ତାଙ୍କ ମା’ଙ୍କୁ କହିଥିଲେ ଯେ ଯଦି କୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ପାଇଁ ଭିକ ମାଗିବାକୁ ପଡେ ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ କଥା। ଏହାସହ ଶେଖର ସଙ୍ଗେସଙ୍ଗେ ତାଙ୍କ ମା ଏସ୍ କୁପପାମାଙ୍କୁ ଟଙ୍କା ମାଗି ଖାଦ୍ୟ ଷ୍ଟଲ୍ ଖୋଲିଥିଲେ ।

Advertisment
Trending
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ