Advertisment

ସ୍ୱପ୍ନ ଦେଖିବା ବୟସରେ ସ୍ୱପ୍ନ ପୂରଣ କରୁଛି ବର୍ଷା : ଭାଇଙ୍କ ଲାଗି ଚରାଉଛି ଛେଳି

ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘ

ଅଦ୍ୟତନ ହୋଇଛି
Orphaned Girl Seeks Financial Assistance

Orphaned girl

Advertisment

କଅଁଳ ହାତରେ ତରକାରୀ ପାଇଁ ଆଳୁ କାଟୁଛି, ପୁଣି ତିଅଣ ରାନ୍ଧୁଛି କୁନି ଝିଅ । ପୁଣି କେତେବେଳେ ଚାଉଳ ପାଛୋଡ଼ି ପାଛୋଡି ସଫା କରୁଛି । କାରଣ ଚାଉଳ ସଫା ହେଲେ ବ ଭାତ ହେବ । ଆଉ ସେହି ଭାତକୁ ଦୁଇ ସାନ ଭାଇ ଖାଇବେ । ଖାଲି ଭାଇମାନେ ଖାଇବେ ତାହା ନୁହେଁ ବରଂ ନିଜେ ବି ଦୁଇଟା ଭାତ ଖାଇ ଛେଳି ଚରାଇବାକୁ ପଡ଼ିଆକୁ ଯିବ । ଛେଳି ଚରେଇ ଘରକୁ ଫେରିଲେ ଗୋଟା ଗୋଟି କରି ରଖିଥିବା ଜାଲେଣି କାଠ ଆଣିଲେ କାଲିକୁ ପୁଣି ଚୁଲି ଜଳିବ । ବାସ୍ ଏମିତି ଦୁଃଖ ଭିତରେ ଦିନ କାଟୁଛନ୍ତି  ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତର ଆଦିବାସୀ ପଡ଼ା ଓର୍ଦ୍ଧାର ୧୪ ବର୍ଷୀୟା ଯୁବତୀ ବର୍ଷା ଦିଗି ।

Advertisment

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ତିନିବର୍ଷ ତଳେ ମାଆ ଆଖି ବୁଜିଥିଲା । ଏଇ କିଛି ଦିନ ତଳେ ତିନି ଭାଇ ଭଉଣୀକୁ ପର କରି ଆରପାରିକୁ ଚାଲିଗଲେ ବାପା । ଏବେ ୩  ଅନାଥ ଭାଇଭଉଣୀଙ୍କ କେହି ସାହାରା ନାହାନ୍ତି । ପାଠ ପଢ଼ିବାକୁ ବଡ଼ ଭଉଣୀର ମନ, ହେଲେ ବାଧକ ସାଜିଛି ଘରର ପରିସ୍ଥିତି ଓ ଅଭାବ ଅନଟନ । ଘରେ ଆଉ କେହି ରୋଜଗାରିଆ କି ମୁରବି ନାହାନ୍ତି । ବର୍ଷା କରିବେ ତ କରିବେ ଆଉ କଣ ? ତେଣୁ ସ୍ୱପ୍ନ ଦେଖିବା ବୟସରେ ସ୍ୱପ୍ନ ପୂରଣ କରିବାକୁ ପାଦ ବଢାଇଛି ବର୍ଷା ।

Advertisment

ପାଠ ପଢିବାକୁ ମନ ଥିଲେ ବି ବର୍ଷାଙ୍କ ପାଇଁ ବାଧାବିଘ୍ନ ଅନେକ ରହିଛି । ଗୋବରା ପଞ୍ଚାୟତର ଓର୍ଦ୍ଧା, ଭୋଗୁଆ, ସାନ ଭୋଗୁଆ ଆଦିବାସୀ ପଡ଼ାରେ ୬୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ପିଲା ଉଚ୍ଚ ବିଦ୍ୟାଳୟ ଅଭାବରୁ ଅପାଠୁଆ ରହୁଛନ୍ତି । ସେପଟେ ଗାଁରେ ଏକ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହୋଇଛି । ତେବେ ବର୍ଷାଙ୍କୁ କେବେ ପ୍ରଶାସନ ସାହାଯ୍ୟ କରୁଛି? କେବେ ତାଙ୍କ କଷ୍ଟ ଦୂର ହେଉଛି ତାହା ସମୟ କହିବ ।

Orphaned Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ