Advertisment

ସୁଧାର ଗୃହରେ ରଖିଥିଲେ...କନ୍ୟାଦାନ କରି ପୂଣ୍ୟ କଲେ ଏଡିଏମ୍‌

ସାବାସ୍‌ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

ଅଦ୍ୟତନ ହୋଇଛି
undefined

Orphan girl

Advertisment

ବେଦୀରେ ହୋମ ନିଆଁ ଜଳୁଛି...ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ପୂରା ଏରିଆ କମ୍ପୁଛି । ଶହଶହ ଲୋକଙ୍କ ଉପସ୍ଥିତିରେ ଯଥା ରାବଣସ୍ୟ ମନ୍ଦୋଦରି ମନ୍ତ୍ରରେ ବର-କନିଆଁଙ୍କ ହାତଗଣ୍ଠି ପଡୁଛି । ହୁଳହୁଳି ଓ ଶଙ୍ଖ ବି ବାଜୁଛି । ଆଉ ଅଗ୍ନିଙ୍କୁ ସାକ୍ଷୀ ରଖି ୭ ଜନ୍ମର ସାଥୀ ହେବାକୁ ନବଦମ୍ପତ୍ତି କରୁଛନ୍ତି ଶପଥ । ଏମିତି ଦୃଶ୍ୟ ଦେଖିବା ପରେ ଯିଏ ନାହିଁ ସିଏ କହିବ ସାଧାରଣ ବାହାଘରରେ ଏମିତି ହୁଏ, ଏଥିରେ ଅସାଧାରଣ କଣ ? ହେଲେ ସେହି ଦୃଶ୍ୟ ପଛରେ ଯେଉଁ ସତ କାହାଣୀ ଲୁଚି ରହିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Advertisment

ମନ୍ଦିର ବେଢାରେ ଚାଲିଛି ମନ୍ତ୍ରପାଠ, ହୋମ ନିଆଁ ସହ ବ୍ରାହ୍ମଣଙ୍କର ମନ୍ତ୍ର ଧ୍ୱନୀରେ ଦୁଇ ମନ ଓ ଆତ୍ମା ଆଜି ଏକ ହୋଇଛନ୍ତି । ବୈଦିକ ରୀତିନୀତି ଅନୁସାରେ କନିଆଁ ମଥାରେ ସିନ୍ଦୂର ଦେଇଛନ୍ତି ବର। ପରେ ହାତରେ ପଡୁଛି ହାତଗଣ୍ଠି । ଯେଉଁ ଝିଅ ୪ବର୍ଷ ପୂର୍ବରୁ ନିଜର ସାବତ ମାଆର ଅତ୍ୟାଚାରରେ ଶିକାର ହୋଇ ରାଜରାସ୍ତାରେ ବୁଲୁଥିଲା, ତାକୁ ସୁଧାର ଗୃହରେ ରଖିଥିଲା ପ୍ରଶାସନ । ଆଉ ବୟସ ହେବା ପରେ ଆଜି ଧୁମଧାମରେ କରାଉଛି ବିବାହ ।

ସ୍ଥାନୀୟ କେନ୍ଦୁଜାଣିରେ କନିଆଁ ଘର ହୋଇଥିବା ବେଳେ ମୟୂରଭଞ୍ଜ ତିହିଡି ଦେଉଳାରେ ବର ପାତ୍ରଙ୍କ ଘର । କନିଆଁ ମାଧୁରୀ ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି ଅନନ୍ତଙ୍କର । ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଥିବାରୁ ଉଭୟେ ବେଶ୍‌ ଖୁସୀ ଅଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି, ଦିନେ ମାଧୁରୀଙ୍କୁ ନିଜର ସାବତ ମାଆ ଏମିତି ଅତ୍ୟାଚାର କରୁଥିଲେ ଯେ ସେ ବାଧ୍ୟ ହୋଇ ଘର ଛାଡିଦେଲେ, ଖାଲି ଘର ଛାଡିଦେଲେ ତାହା ନୁହେଁ ବରଂ ତାଙ୍କର ସବୁପ୍ରକାର ଦାୟିତ୍ୱ ବି ନେଇଥିଲା ପ୍ରଶାସନ । ଝିଅ ପରି ପାଳିଲେ...ଏବେ ବାହାଘର ବି କଲେ ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବାହାଘରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଭୋଜି ଭାତଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଜିଲ୍ଲା ପ୍ରଶାସନ କରିଥିଲା । ସେପଟେ ଅନନ୍ତ ବି ନିଜ ଅଂଚଳରେ ଚାଷବାସ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ଏହି ବିବାହରେ ଝିଅର କର୍ତ୍ତା ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିବା ବେଳେ ଫେଲୋସିପ ଅନୁଷ୍ଠାନର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଉପସ୍ଥିତ ରହି ବିବାହର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।

Marriage Orphan Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ