Advertisment

Orphan Daughter Of Kalahandi in Italy: କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିର ଅଲିଅଳୀ କନ୍ୟା, ତଥାପି ଭୁଲିନାହାଁନ୍ତି ଜନ୍ମମାଟି

କଳାହାଣ୍ଡି ରେ ଜନ୍ମିତ କନ୍ୟା ପ୍ରତୀକ୍ଷା ବର୍ତ୍ତମାନ୍ ଇଟାଲୀର ଜଣେ ଡାକ୍ତର ଓ ପୋଲିସ ଅଫିସରଙ୍କ ପୋଷ୍ୟ କନ୍ୟା ହୋଇ ସାରିଛନ୍ତି ତେବେ ଗତ 2016 ମସିହାରେ ଇଟାଲୀ ଯାଇଥିବା ପ୍ରତୀକ୍ଷା ଙ୍କୁ କଳାହାଣ୍ଡି ଦେଖିବା ପାଇଁ ପ୍ରତୀକ୍ଷା କରିଥିଲା ବୋଲି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରି ଛନ୍ତି।

ଅଦ୍ୟତନ ହୋଇଛି
କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିରେ

କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିରେ

Advertisment

ପ୍ରତୀକ୍ଷା ଜନ୍ମ ନେଇଥିଲେ କଳାହାଣ୍ଡି ମାଟିରେ, କିନ୍ତୁ ଲାଳନ ପାଳନ ହେଲେ ବିଦେଶ ମାଟି ଇଟାଲୀରେ । ଜଣା ନାହିଁ ତାଙ୍କ ପିତାମାତା କିଏ। ପିଲା ଦିନ କଟିଥିଲା ଏକ ସେବା କେନ୍ଦ୍ରରେ। କିନ୍ତୁ ହଠାତ୍ ବଦଳିଗଲା ଏହି ଅନାଥ ଝିଅ ପ୍ରତୀକ୍ଷାଙ୍କ ଭାଗ୍ୟ। ଆଉ ସେ ଏବେ ଇଟାଲୀର ଜଣେ ଜଣେ ସଂଭ୍ରାନ୍ତ ଦଂପତିଙ୍କ ଅଲିଅଳୀ ଝିଅ। ଘଟଣାଟି ଏହିପରି...।

Advertisment

କଳାହାଣ୍ଡି ବୁଲିବାକୁ ଆସିଥିଲେ ଇଟାଲୀର ଏହି ଦଂପତି। ତାଙ୍କର ଇଚ୍ଛା ଥିଲା ଓଡ଼ିଶାରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବେ। ଏମିତି ଭାବନା ଭିତରେ ସେମାନେ ପହଞ୍ଚିଲେ ଭବାନୀପାଟଣା ସହରର ନେହରୁ ସେବା କେନ୍ଦ୍ରରେ। ଆରମ୍ଭ ହେଲା ଆଇନଗତ ପ୍ରକ୍ରିୟା। ସବୁ ସରିବା ପରେ ପ୍ରତୀକ୍ଷା ତାଙ୍କ କୋଳକୁ ଗଲେ। ଏକଥା ଜାଣିବା ପରେ ପ୍ରତୀକ୍ଷା ଯେତିକି ଖୁସି ହେଲେ ଜନ୍ମମାଟି ଛାଡ଼ିବାର ଦୁଃଖ ବି ତାଙ୍କୁ ମାଡ଼ିବସିଲା। ଇଏ ଥିଲା ୨୦୧୬ର ଘଟଣା। 

ଏବେ ତାଙ୍କ ମାତା ପିତା ହୋଇଛନ୍ତି ଇଟାଲୀର ଜଣେ ଡାକ୍ତର ଓ ପୁଲିସ୍ ଅଧିକାରିଣୀ । ସେଠାରେ ବିଳାସ ବ୍ୟସନରେ ରହୁଛନ୍ତି। ସତରେ ପ୍ରତୀକ୍ଷାଙ୍କ ଭାଗ୍ୟ ଏବେ ବଦଳି ଯାଇଛି । ବେଶ୍ ହସ ଖୁସି ଓ ଆରାମରେ ରହୁଛନ୍ତି ପୋଷ୍ୟ କନ୍ୟା ପ୍ରତୀକ୍ଷା । ବର୍ତ୍ତମାନ ସିଏ ଆଉ ଓଡ଼ିଆ ହେଇ ରହି ନାହାଁନ୍ତି, ତାଙ୍କ ପାଟିରୁ ଇଟାଲୀ ଭାଷା ହିଁ ବାହାରୁଚି । 

Advertisment

ତେବେ ଆପଣଙ୍କୁ ଏବେ ଏ ବିଷୟରେ ସୂଚନା ଦେବାର କାରଣଟି ହେଉଛି ପ୍ରତୀକ୍ଷାଙ୍କ ଜନ୍ମମାଟି ମୋହ। ଅନେକ ବର୍ଷ ପରେ ସେ ତାଙ୍କ ଜନ୍ମମାଟିକୁ ଫେରିବାକୁ ଇଚ୍ଛା କଲେ। ଆଉ ନିଜର ପାଳିତ ପିତାମାତାଙ୍କୁ ମଧ୍ୟ ଏ ବିଷୟରେ ଜଣାଇଲେ। ଝିଅର ଖୁସି ପାଇଁ ଏହି ଇଟାଲି ଦଂପତି ଏବେ ପହଞ୍ଚିଛନ୍ତି କଳାହାଣ୍ଡିରେ। ପ୍ରତୀକ୍ଷାଙ୍କ ପିଲା ଦିନ କଟିଥିବା ନେହରୁ ସେବା କେନ୍ଦ୍ରର କର୍ମକର୍ତ୍ତାଙ୍କ ଖୁସି ଏବେ କହିଲେ ନସରେ। ପ୍ରତୀକ୍ଷା ତାଙ୍କ ମାଟିକୁ ଭୁଲିନଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତିପକାଉଛନ୍ତି।  

କଳାହାଣ୍ଡି ଜିଲ୍ଳାର ଭବାନୀପାଟଣା ସହରର ନେହେରୁ ସେବା କେନ୍ଦ୍ରରୁ ଗତ ୮ବର୍ଷ ତଳେ ଅର୍ଥାତ୍ 2016 ମସିହାରେ ପ୍ରତୀକ୍ଷା ନାମ୍ନୀ ଏହି ଶିଶୁକନ୍ୟାକୁ ଇଟାଲୀ ଦେଶର ଦମ୍ପତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ତେବେ ୮ବର୍ଷ ପରେ ପ୍ରତୀକ୍ଷା ନିଜ ଜନ୍ମ ମାଟି ଭବାନୀପାଟଣାରେ ପହଞ୍ଚିବା ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା CWC ଅଧିକାରୀ ଓ ନେହେରୁ ସେବା ସଂଘ ର କର୍ମକର୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏସବୁ ଦେଖିବା ପରେ ଇଟାଲୀର ଦମ୍ପତି ଓ ପୋଷ୍ୟ କନ୍ୟା ପ୍ରତୀକ୍ଷାଙ୍କ ଖୁସି ଦ୍ଵିଗୁଣିତ ହୋଇଛି । ଏ ନେଇ ପ୍ରତୀକ୍ଷାଙ୍କ ସମେତ ତାଙ୍କ ମମ୍ ପ୍ରତିକ୍ରିୟା ରଖିଛନ୍ତି ।

Advertisment

ସାଧାରଣତଃ ସରକାରୀ ନିୟମ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ହେଲେ ଅନେକ ନିୟମ ରହିଛି। ନିଜ ଜିଲ୍ଲା , ରାଜ୍ୟ ଦେଶ କିମ୍ବା ବିଦେଶ ରେ ଗ୍ରହଣ କରିବାକୁ ହେଲେ CWC ଜରିଆରେ ଆବେଦନ କରି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପଡ଼ିଥାଏ । ଏଥିପାଇଁ CWC ଉକ୍ତ ସନ୍ତାନର ଭଲ ମନ୍ଦ ଖବର ନେଇଥାନ୍ତି । ତେବେ ଏନେଇ ତତ୍କାଳୀନ CWC ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।

କଳାହାଣ୍ଡିରେ ଜନ୍ମିତ କନ୍ୟା ପ୍ରତୀକ୍ଷା ବର୍ତ୍ତମାନ ଇଟାଲୀର ଜଣେ ଡାକ୍ତର ଓ ପୋଲିସ ଅଫିସରଙ୍କ ପୋଷ୍ୟ କନ୍ୟା ହୋଇ ସାରିଛନ୍ତି। ତେବେ ଗତ 2016 ମସିହାରେ ଇଟାଲୀ ଯାଇଥିବା ପ୍ରତୀକ୍ଷାଙ୍କୁ କଳାହାଣ୍ଡି ଦେଖିବା ପାଇଁ ପ୍ରତୀକ୍ଷା କରିଥିଲା ବୋଲି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ତେବେ ୨୦୦୮ ମସିହାରେ କଳାହାଣ୍ଡିରେ ଜନ୍ମିତ କନ୍ୟା ପ୍ରତୀକ୍ଷା ୨୦୧୬ ମସିହା ଡ଼ିସେମ୍ବର ମାସ ୧୯ତାରିଖ ଦିନ ପୋଷ୍ୟ କନ୍ୟା ଭାବେ ଇଟାଲୀକୁ ଯିବା ପରେ,ସେହିଦିନ ଠାରୁ ଆଜିକୁ ୮ବର୍ଷ ହେଲା ନିଜ ଜନ୍ମମାଟି କଳାହାଣ୍ଡିକୁ ଆସିନଥିଲେ । ତାଙ୍କୁ ଦେଖିବାକୁ କଳାହାଣ୍ଡି ମାଟି ପ୍ରତୀକ୍ଷା କରିଥିବା ବେଳେ ପ୍ରତୀକ୍ଷା ମଧ୍ୟ ପ୍ରତୀକ୍ଷା କରି ଥିଲେ ସେହି ଦିନକୁ। ଏବେ ପିତାମାତାଙ୍କ ସହ ପହଞ୍ଚି ସମସ୍ତଙ୍କୁ ଖୁସି ବାଣ୍ଟିଛନ୍ତି ପ୍ରତୀକ୍ଷା।

Kalahandi Bhawanipatna Girl Child Adoption Italy Couple Orphan Children In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ