Advertisment

Migration: ଦିନ ମଜୁରିଆରୁ ଲକ୍ଷପତି କରାଇଲା ସରକାରୀ ଯୋଜନା

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଜିଲ୍ଲାପାଳ ମଧ୍ୟ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ଜାଣନ୍ତୁ ।

ଅଦ୍ୟତନ ହୋଇଛି
Collector Takes This Step

Collector Takes This Step

Advertisment

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଆଉ ଏହା ପଛରେ ନାୟକ ସାଜିଛନ୍ତି ଖୋଦ ଜିଲ୍ଲାପାଳ ମହାଶୟ।

Advertisment

ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାସ ନିଜ ହାତରେ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ କିପରି ଦାଦନ ଯାଉଥିବା ଶ୍ରମିକଙ୍କୁ ନିଜ ଜିଲ୍ଲାରେ ହିଁ କାମ ଯୋଗାଇଦେବା। ଶ୍ରମିକମାନେ ଯେମିତି ମନରେଗା ଯୋଜନାରେ କାମ କରିବାକୁ ଆଗଭର ହେବେ ସେଥି ପାଇଁ ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ଯାହା ସଫଳ ହେଉଥିବା ଜଣା ପ଼ଡିଛି।ତେଣୁ ବାହାର ରାଜ୍ୟକୁ ଦାଦନ ନଯାଇ ଶ୍ରମିକମାନେ ନିଜ ଗାଁରେ ହିଁ କାମ କରି ଲକ୍ଷପତି ହୋଇଛନ୍ତି ।

କାମଧନ୍ଦା ନପାଇ ନୂଆପଡାରୁ ପ୍ରତି ବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେl କିନ୍ତୁ ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁଁ ଏବେ ଜିଲ୍ଲାର ୬୯ ଜଣ ଶ୍ରମିକ ମନରେଗା ଯୋଗାଣରେ ୩୦୦ ଦିନ କାମ କରି ଲକ୍ଷପତି ହୋଇ ପାରିଛନ୍ତି। ସେହିପରି ୨୧୮୫ ଜଣ ଶ୍ରମିକ ୨୦୦ ଦିନରୁ ଅଧିକ କାମ କରିଥିବା ବେଳେ ୧୦,୩୬୭ ଜଣ ଶ୍ରମିକ ୧୦୦ ଦିନରୁ ଅଧିକ ଦିନ କାମ କରିଛନ୍ତି l

Advertisment

୫୮୭୪୮ ପରିବାରକୁ ମନରେଗା ଯୋଜନାରେ ସାମିଲ କରା ଯାଇଛି l ଏକ ସ୍ବତନ୍ତ୍ର ଉତ୍ସବରେ ନୂଆପଡା ଜିଲ୍ଲାପାଲ ମଧୁସୁଦନ ଦାସ ମନରେଗା ଯୋଜନାରେ କାମ କରି ଏକ ଲକ୍ଷ ଟଙ୍କା ରୋଜଗାର କରି ଥିବା ଲକ୍ଷପତି ଶ୍ରମିକମାନଙ୍କୁ ସମ୍ମାନିତ କରି ଉତ୍ସାହିତ କରିଛନ୍ତି l

Nuapada Good Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ