Advertisment

ହୃଦୟ ଜିତିଲେ ସ୍ୱେଚ୍ଛାସେବୀ...ପଶୁପକ୍ଷୀ କହୁଥିବେ, ଥ୍ୟାଙ୍କ୍ ୟୁ ଫର୍ ହେଲପ୍

ହୃଦୟ ଜିତିଲେ ସ୍ୱେଚ୍ଛାସେବୀ.. ଖରା ଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବା ନିରୀହ ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ କରିଛନ୍ତି ସମସ୍ତ ବ୍ୟବସ୍ଥା

ଅଦ୍ୟତନ ହୋଇଛି
Jaleswar Bird

Jaleswar Bird

Advertisment

ଜଙ୍ଗଲ ଭିତରେ ତିଆରି ଚାଲିଛି ବସା । କିଏ ମାଟି ପାତ୍ର ବାନ୍ଧିବାରେ ବ୍ୟସ୍ତ, ତ ଆଉ କିଏ ପାତ୍ରରେ ପାଣି ଢାଳି ଦେଉଛି । ଜଙ୍ଗଲ ଭିତରେ ପକ୍ଷୀଙ୍କ ଲାଗି ଚାଲିଛି ସ୍ୱତନ୍ତ୍ର ବ୍ୟବସ୍ଥା । ବାଲେଶ୍ଵର ଜିଲ୍ଲାର ସୀମାନ୍ତବର୍ତ୍ତୀ ରାଇବଣିଆ ଥାନା ଖୁଣ୍ଟା ଜଙ୍ଗଲ ଭିତରେ ଏମିତି ଚାଲିଛି କାମ । ସ୍ଵେଚ୍ଛାସେବୀଙ୍କୁ ଘାରିଛି ପଶୁ ପକ୍ଷୀଙ୍କ ସୁରକ୍ଷା ଚିନ୍ତା ।

Advertisment

ସେଇଥି ଲାଗି ତ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ପାନୀୟ ଓ ରହିବା ପାଇଁ ବସା ବ୍ୟବସ୍ଥା ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଧନ ଜୀବନ । ଖରା ବଢିବା ଯୋଗୁଁ ଜଙ୍ଗଲରେ ପାଣିର ସମସ୍ୟା ବଢିଚାଲିଛି । ଗାଁ ପୋଖରୀ ମଧ୍ୟ ଶୁଖିବାରେ ଲାଗିଛି । ଜଙ୍ଗଲ କାଟି, କଂକ୍ରିଟ ସହର ତିଆରି କରିବାରେ ମଣିଷ ବ୍ୟସ୍ତ ଥିବାବେଳେ ପଶୁ ପକ୍ଷୀଙ୍କ କଥା ପଚାରେ କିଏ ? ମଣିଷ ସିନା ମୁହଁ ଖୋଲି ମାଗି ପାରୁଛି ହେଲେ କଥା କହି ପାରୁନଥିବା ନିରୀହ ପ୍ରାଣୀଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ।

ଜଙ୍ଗଲ ଭିତରକୁ ଯାଇ ନୀରିହ ପଶୁପକ୍ଷୀଙ୍କ ସୁରକ୍ଷାରେ ଲାଗିପଡିଛନ୍ତି ହେଲ୍ପ ଫର୍ ୟୁ ଫାଉଣ୍ଡେସନର ସଦସ୍ୟ । ଖରାଦିନେ ଟୋପାଏ ପାଣି ପାଇଁ ଜୀବଜନ୍ତୁ ଜୁଝି ହେଉଛନ୍ତି । ଏଭଳି ସମୟରେ ନିରୀହ ପଶୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଜଙ୍ଗଲକୁ ଯାଇ ବ୍ୟବସ୍ଥା କରିଛନ୍ତି ସ୍ୱେଚ୍ଛାସେବୀ । ଛାତ ଉପରେ ପାତ୍ରରେ ପାଣି ରଖିବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ପାଣି ଅଭାବରୁ ନିରୀହ ପଶୁ ପକ୍ଷୀଙ୍କ ଯେପରି ମୃତ୍ୟୁ ନ ହୁଏ, ସେନେଇ ଯତ୍ନବାନ ହେବାକୁ କୁହାଯାଇଛି । ଜୀବଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ ଆଉ ପ୍ରକୃତି ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ବୋଲି ସଂଗଠନ ପକ୍ଷରୁ ବାର୍ତ୍ତା ଦିଆଯାଇଛି ।

Advertisment
Birds
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ