Advertisment

ହୃଦୟ ବିଦାରକ : ୪ ପୁଅ ଜନ୍ମ କରିଥିଲା ବୋଲି ଦାଣ୍ଡରେ ଘୋଷାରି ହେଉଛି ମାଆ

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।

ଅଦ୍ୟତନ ହୋଇଛି
elderly woman

elderly woman

Advertisment

ସମୟ ରାତି ପ୍ରାୟ ୧୧ଟା ହେବ...ଅନ୍ଧାର କିଟିକିଟି ଶୂନଶାନ୍‌ ରାସ୍ତାରେ ହଠାତ୍‌ ଆମ କ୍ୟାମେରା ପଡିଥିଲା ଜଣେ ବୁଢୀ ମାଉସୀଙ୍କ ଉପରେ । ଏତେ ରାତିରେ ଦୟନୀୟ ଅବସ୍ଥାରେ ସେ କୁଆଡେ ଯାଉଛନ୍ତି? କଣ କରୁଛନ୍ତି? ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ଆଉ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣିବା ପରେ କେହି ହେଲେ ବି ଜଣେ ଆଖିର ଲୁହକୁ ଅଟକାଇପାରିବେନି ।

Advertisment

ଭାବିଥିଲେ ୪ ପୁଅ ଜନ୍ମ କରିଛନ୍ତି, ପରିଣତ ବୟସରେ ସମସ୍ତେ ସାହାଯ୍ୟ କରିବେ । ମୁଠେ ଖାଇବାକୁ ଦେବେ । ହେଲେ ସବୁ ସ୍ୱପ୍ନ ସତେ ଯେମିତି ତାଙ୍କ ଲାଗି ସ୍ୱପ୍ନରେ ରହିଯାଇଛି । ଦିନେ କି ଓଳିଏ ନୁହେଁ ବରଂ ୬ ଦିନ ହେଲା ସେ ଖାଇନାହାନ୍ତି । ପୂରା ଥକିଗଲେଣି...ତେଣୁ ରାସ୍ତା କଡରେ ଶୋଇପଡିଛନ୍ତି ବୁଢୀ ମାଉସୀ ଜଣକ ।

ଭଦ୍ରକ ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ସାମଦାସ ପୁର ଗାଁର କୌଶଲ୍ୟା କର । ବୟସ ୮୦ପାର ହେବ । ସ୍ୱାମୀ କେବେଠୁ ପରପାରିକୁ ଗଲେଣି । ସବୁ ଭେଣ୍ଡା ପୁଅମାନେ ରୋଜଗାର କରୁଛନ୍ତି ହେଲେ ମାଆକୁ କେହି ପଚାରୁନାହାନ୍ତି । ଖାଇବାକୁ ତ ଦେଉନାହାନ୍ତି ବରଂ ବୋହୂମାନେ ମାଡ଼ ମାରୁଛନ୍ତି ତାଙ୍କୁ । ଯେଉଁ ବୟସରେ ସ୍ନେହ, ଶ୍ରଦ୍ଧା ଓ ସେବା କରିବାର କଥା ସେହି ବୟସରେ ମାଡ ସହିବେ ବା କେମିତି? ତେଣୁ ଏବେ ବୁଲିବୁଲି ଏମିତି ଖାଉଛନ୍ତି, ଯେଉଁଠି ଇଚ୍ଛା ହେଲା ସେଇଠି ଶୋଉଛନ୍ତି । ଗାଁ ଲୋକ କିନ୍ତୁ କୁହନ୍ତି ସେ ଘରକୁ ଯାଉଛନ୍ତି ପୁଣି ପଳାଉଛନ୍ତି । ସେମାନଙ୍କ ଘରୋଇ କଥାରେ ଆମେ କଣ କରିବୁ?

Advertisment

ସେପଟେ ବୁଢୀ ମାଆକୁ କାହିଁକି ପୁଅ-ବୋହୂମାନେ ହିନୀମାନ କରୁଛନ୍ତି ସେନେଇ ଆମେ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ କ୍ୟାମେରା ଦେଖୁ ଦେଖୁ ବୋହୂ ଚାଲିଯାଇଥିବା ବେଳେ ପୁଅ କହୁଛନ୍ତି ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର ।  ଘଟଣା ଯାହା ହୋଇଥାଉନା କାହିଁକି?  ଘରେ ୪-୪ଟା ପୁଅ ବୋହୂ ଥାଉଥାଉ ଜଣେ ମାଆ ଏମିତି ରାସ୍ତାରେ ବୁଲିବା ନିଶ୍ଚୟ କଷ୍ଟଦାୟକ ।

Elderly Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ